ତୁଳସୀପଶୀରୁ ମଢୀ(କାମାକ୍ଷାନଗର) ପ୍ରାୟ 12 ରୁ ପନ୍ଦରକିଲୋମିଟର ଦୂର ହୋଇବ .....
ଆଗକାଳରେ ଯେ ଗାଡ଼ି ମଟର ନଥିଲା
ସେଇ ଗାଆଁର ନବଘନିଆ ତା' ଶଗଡ଼ଗାଡି଼ରେ ବସି କୌଣସି କାମରେ ମଢୀ ଯାଉଥାଏ ।
ସେ ତୁଳସୀପଶିରୁ ଦି କିଲୋମିଟର ଆସିଛି କି
ନାହିଁ
ବାଟରେ ଗୋଟିଏ 12 ବରଷର ପିଲାକୁ ଚିନ୍ତିତ ମନରେ ଛିଡ଼ା ହୋଇଥିବାର ଦେଖିବାକୁ
ପାଇଲା ।
ନବଘନିଆକୁ ସନ୍ଦେହ ହେଲାରୁ ସେ ସେହି
ପିଲାକୁ ପଚାରିଲା
“ତୋ ଘର କୋଉଠି କିରେ ପୁଅ,କାହିଁକି ଦୁଃଖ ମନେ ଏଠି ଏମିତି ଛିଡ଼ା ହୋଇଛୁ ?
ତୋତେ କେଉଁଠି କି ଯିବାର ଅଛି କି ?”
ପିଲାଟା କହିଲା
“ଏଇଠୁ ଦୁଇ କିଲୋମିଟର ଦୂରରେ ଆମ ଗାଆଁ,ସେଇଠୁ ଚାଲିଚାଲି
ଏଯାଏଁ ଆସିଗଲି । ଗୋଡ଼ ବିନ୍ଧା ଯୋଗୁଁ
ଆଉ ଆଗକୁ ଯାଇପାରୁନି .....”
ତା ଶୁଣି
ନବଘନିଆ ପିଲାକୁ କହିଲା
"ଗାଡ଼ିରେ ବସ ! ମୁଁ ତୋତେ
ତୁମ ଗାଆଁରେ ନେଇ ଛାଡ଼ି ଦେବି...."
ଦୁଇ କିଲୋମିଟର ଗଲା ପରେ
ନବଘନିଆ ତା ଶଗଡ଼ ରଖେଇ
ପିଲାକୁ ପଚାରିଲା,
“ଏଇ ଗାଆଁକୁ ବଡ଼ସୁଆଁଳ” କୁହନ୍ତି ,
ଏଇଟା ତୋ ଗାଆଁ କି....?
ସେଇଠୁ ପିଲାଟା କହୁଛି
“ଏଇଠୁ ଆହୁରି ତିନିକିଲୋମିଟର ଦୂରରେ ଆମ ଗାଆଁ । ଏ ଗାଆଁରେ ଆମ ପିଉସୀ ଘର !”
ଶଗଡ଼ ପୁଣି ଚାଲିଲା...
ତିନି କିଲୋମିଟର ପରେ
ନବଘନିଆ ଶଗଡ଼ ରୋକିଦେଇ
ବ୍ୟଙ୍ଗ ସ୍ବରରେ ପଚାରିଲା'
“ଆଉ କଣ୍ ଏଇଟା ତୁମ ଗାଆଁ ?”
ପିଲାଟି ନମ୍ରତାର ସହ
କହିଲା “ନା..... ଏଇଠୁ ଆହୁରି ଛଅ କିଲୋମିଟର ଆଗକୁ ଯିବାକୁ ହେବ,
ସେଇଠୁ ଆମ ମାମୁଁ ଘର ଗାଆଁ ତେନ୍ତୁଳିସିଙ୍ଘା ଆସିବ ! ଯେଉଁଠାରୁ ମୁଁ ଏ ଗାଡ଼ିରେ ବସିଲି
ସେଇଠୁ ଦୁଇ କିଲୋମିଟର ପଛକୁ “ଗୋଡି଼ପୋଖରୀ” ଗାଆଁରେ ମୋ ମାଆବାପା ରୁହନ୍ତି । ଆପଣ ବିଶ୍ବାସ କରନ୍ତୁ ମୁଁ ପଦିଏ ବି ମିଛ କହିନି” !!
ନବଘନିଆ ପିଲାଟିର କଥା ଶୁଣି ତା ଚାଲାକି
ବୁଝି ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲା....!
ଦ୍ର:- “ତୁଳସୀପଶି ଏବଂ ଗୋଡି଼ପୋଖରୀ ଏ ଉଭୟ ଗାଆଁ ପରସ୍ପରକୁ ଲାଗିଅଛି ! ସେଇଠୁ ତିନିକିଲୋମିଟର ଆଗକୁ ଗଲେ ବଡ଼ସୁଆଁଳ ଗାଆଁ ପଡିବ ଆଉ ତାହାର ଛଅ କିଲୋମିଟର ଦୂରରେ କାମାକ୍ଷାନଗର ସହରର ଠିକ୍ ତଳେ
ତେନ୍ତୁଳିସିଙ୍ଘା ଗ୍ରାମ ଅବସ୍ଥିତ”
“କଳ୍ପିତ”
No comments:
Post a Comment