Friday, September 1, 2017

ଅଚ୍ୟୁତାନନ୍ଦ ଦାସ ଗୀତିକବିତା-6

ବାଇ ମନରେ, ବସି ଅବନା ବନ ।
ଅବନା ବନିଲେ ଅମାପ ମାପିବୁ,
ବିଦ୍ୟାରେ ତୋର ହୋଇବ ଧନ୍ୟ ।
ଅମାସ୍ୟା ନିଶିରେ ଚନ୍ଦ୍ର ଦର୍ଶନ
ଅହର୍ନିଶ ଯହିଁ ପ୍ରଦୀପ ଜଳଇ
ଦୀପ ତେଜେ ଅଣଚାଶ ପବନ ।
ଅଣାକାର ଘରେ ନାମ ସଂକୀର୍ତ୍ତନ,
ଶବଦରେ ନାହିଁ ହରି ଭଜନ
ଶହେ ଛୁଆ ଘେନି ହରିଣୀ ଶୋଇଛି,
ବ୍ୟାଘ୍ର ଆଣି ତାକୁ ଦିଏ ଭୋଜନ ।
ନିର୍ଝର କନ୍ଦରେ ପହଁରୁଛି ହଂସ,
ଅଥଳ ଜଳେ ହରିଣୀ ଆସନ
ଚାରିମେଘ ଘୋଟି କଲେ ଜଳବୃଷ୍ଟି,
ମରୁଡି଼ରେ କୃଷି ହେଲେ ଦହନ ।
ଶୂନ୍ୟରେ ଶୂନ୍ୟରେ ଦେଉଳ ହୋଇଛି
ଦେଉଳ ଗୋଟିକ ଜଳେ ନିର୍ମାଣ
ଏମନ୍ତ ଦେଉଳ ବିନ୍ଧାଣି ଗଢିଛି,
ଅମୁଦା ଦେଉଳେ ଦିଅଁ ଦର୍ଶନ ।
ନିର୍ଦ୍ଧନର ଘର ବହି ନେଲେ ଚୋର,
ବାଟରେ ବସି କରନ୍ତି ରୋଦନ
ଧରାଗଲେ ଚୋର ହୋଇବ ଅମର
କହଇ ଅଚ୍ୟୁତ ମୂଢ଼ ଅଜ୍ଞାନ ।

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...