ହିନ୍ଦିଭାଷୀମାନେ ଆମ ଓଡ଼ିଆ ଲିପିକୁ ଜଲେବୀ କୁହନ୍ତି
ପୁଣି ଆଉ କେତେକ ଅହଂକାରୀ ହିନ୍ଦିଆ ତ
ଏ କଥା ବି କହିବାକୁ ପଛାଅନ୍ତି ନାହିଁ ଯେ
“ओडिआ अपने आप में एक भाषा नहीं है”
ହଁ
ଏଇଟା ଜଣେ ହିନ୍ଦିଆ ପଣ୍ଡିତ କହିଥିଲା ଯେ ଏଯାବତ ତାଙ୍କ ପିଲାଏ ଘୋଷି ହୁଅନ୍ତି
ଠିକ୍ ବଙ୍ଗାଳି ଙ୍କ ଭଳି
ସେମାନଙ୍କ ପୂର୍ବଜମାନେ ବି ଯେମିତି ଦିନେ
କହୁଥିଲେ
“ଓଡିୟା ଐକ୍ ସ୍ଵୋତୋନ୍ତ୍ରୋ ଭାଷା ନୋୟ”
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା ପରେ
ଏମାନଙ୍କ ଅହଂ କୁ ଚଟକଣା ମାନ ପଡିଛି ।
ତେବେ ସେ ଯା ହେଉ
ଆମ ଓଡ଼ିଆ ଭାଷାର ବିଶେଷତ୍ୱ ବୁଝେଇବା ପାଇଁ ଏଠାରେ ଗୋଟିଏ ଉଦାହରଣ ଦେଇଦେଲେ ଭଲ ହେବ........
କାଶୀରେ ସରସ୍ବତୀ ବାଳିକା
ଏଣୁ ‛ଳ’ ଉଚ୍ଚାରଣ ନକରିପାରି ତାଙ୍କର
‛ଲ’ ଉଚ୍ଚାରଣ ହୁଏ ।
ସତକଥା ତ..
ପିଲାଏ ବହୁ ଅଭ୍ୟାସ ପରେ ଯାଇ ଠିକ୍ ରେ ‛ଳ’ ଉଚ୍ଚାରଣ କରିଥାନ୍ତି ଆଉ ଯେତେ ଦିନ ଯାଏଁ 'ଳ' ଉଚ୍ଚାରଣ ନ ହୋଇଛି ତାଙ୍କ ଖନି ଖନି ପାଟିରେ 'ଳ' ଯୁକ୍ତ ଶବ୍ଦରେ 'ଳ' କୁ 'ଲ' କହୁଥାନ୍ତି ।
ତେଣୁ କାଶୀରେ ସରସ୍ବତୀ
ବାଳସୁଲଭକଣ୍ଠରେ ଗାଅନ୍ତି ......
“'ललित लवंग लतापरिशीलन,. कोमल मलय शरीरे......”
ପୁଣି
ଦକ୍ଷିଣ ରେ ସରସ୍ବତୀ
ବୁଢୀ ........
ବୃଦ୍ଧା ହୋଇଗଲେ ସ୍ତ୍ରୀ ଲୋକଙ୍କ କଣ୍ଠସ୍ବରର ମଧୁରତା ହ୍ରାସ ପାଇଯାଏ ତେଣୁ
ଦକ୍ଷିଣ ଭାରତର
ବୃଦ୍ଧା ବୟସ୍କା ସରସ୍ବତୀ
ଥର ଥର କଣ୍ଠରେ ଗାଅନ୍ତି
“ଲଲିତ୍ଥା ଲବଙ୍ଗ୍ହ ଫରିଶ୍ହୀଲ୍ହନ
କ୍ହୋମ୍ହଲ ମ୍ହଲୟ ଶ୍ହରୀରେ”
କିନ୍ତୁ କଳିଙ୍ଗୋତ୍କଳରେ ସରସ୍ବତୀ ଚିର ଯୌବନା
ଯୁବାବସ୍ଥାରେ ନାରୀର କଣ୍ଠ ମଧୁର ,ଆକର୍ଷଣ
ତେଣୁ ଏ
ଉତ୍କଳ ମାଟିରେ ସରସ୍ବତୀ
ସଂପୂର୍ଣ୍ଣ ଶୁଦ୍ଧ
ଉଚ୍ଚାରଣ କରି ଗାଉଛନ୍ତି ....
'ଲଳିତ ଲବଙ୍ଗ ଲତା ପରିଶୀଳନ,
କୋମଳ ମଳୟ ଶରୀରେ.....
(ଉଦାହରଣ ଟି ଶ୍ରୀମାନ୍ ସନତକୁମାର ଦାସ ମହାଶୟଙ୍କ ଠାରୁ ପ୍ରାୟ ହୋଇଅଛି)
No comments:
Post a Comment