Wednesday, September 6, 2017

★ଭଗବାନ ହଜିଯାଇଛନ୍ତି★

★★★★★★★★★★★★★★★★
ସେ ଗାଆଁରେ ଦି ଜଣ ଦୁଷ୍ଟ ପିଲା ଥିଲେ ।
ସେମାନେ ଦି ଭାଇ ପିଣ୍ଟୁ ଓ ଚିଣ୍ଟୁ .....
ଚିଣ୍ଟୁକୂ ଏଇ ସନ 10 ବରଷ ହୋଇଛି ଆଉ ପିଣ୍ଟୁ କୁ ଆଠ ବର୍ଷ ଚାଲିଛି ।।ଗାଆଁ ଟା ଯାକର ଲୋକ ସେମାନଙ୍କ ମର୍କଟାମୀ ଯୋଗୁଁ ସବୁବେଳେ  ହଇରାଣ ହୁଅନ୍ତି ।

ଦିନେ ସେ ଗାଆଁକୁ ଜଣେ ସିଦ୍ଧ ଯୋଗୀ ଆସିଲେ । ସେ ଯାହାକୁ ଯାହା ଆଶିର୍ବାଦ ଦେଉଥିଲେ ତା'ର ମନସ୍କାମନା ପୂରଣ ହୋଇଯାଉଥିଲା ।
ଗାଆଁର ଜଣେ ବୃଦ୍ଧ ମହିଳା ଦୁଷ୍ଟ ପିଲାଙ୍କ ବୋଉକୁ କହିଲା
“ଝୁଅ ଲୋ ସନେଈ ବରଗଛ ମୂଳେ ଜଣେ ଯୋଗୀ ଅଛନ୍ତି ସିଏ କାଲି ଚାଲିଯିବେ,
ତୁ ତୋ ଦୁଷ୍ଟ ପୁଅଙ୍କୁ ତାଙ୍କ ପାଖକୁ ନେଇଗଲେ ସେମାନେ ସୁଧରି ଯିବେ ଯେ ; ହେଲେ ହୁସିଆର ଦିଆଟା ଯାକକୁ ଏକାସାଙ୍ଗେ ନେଇ କି ଯିବୁନି ଜଣ ଜଣ କରି ନେବୁ । ଏ ଦିଇଟାଙ୍କର ଭରସା ନାହିଁ ଏକାଠି ହେଲେ ଯୋଗୀଙ୍କୁ ବି ହଟହଟା କରିଦେବେ ।

ସେଇଠୁ ପିଣ୍ଟୁ,ଚିଣ୍ଟୁ ଙ୍କ ବୋଉ ସବା ସାନ ପୁଅ କୁ ଧରି ଯୋଗୀ ଙ୍କ ପାଖକୁ ଗଲେ ।
ଯୋଗୀ କହିଲେ ଏ ପିଲାକୁ ମୋ ପାଖରେ ଛାଡି ଦେଇ ଆପଣ ଅନ୍ୟତ୍ର ଚାଲିଯାଆନ୍ତୁ
ମୁଁ ୟା' କଥା ବୁଝୁଛି.....

ଯୋଗୀ ଏକାନ୍ତରେ ପିଣ୍ଟୁ କୁ ପଚାରିଲେ,
ପୁଅ ତୁ ଭଗବାନଙ୍କ ବିଷୟରେ ଜାଣିଛୁ ?

ପିଣ୍ଟୁ  କିଛି ବୁଝି ନ ପାରି ଯୋଗୀଙ୍କୁ ଆଶ୍ଚର୍ଯ୍ୟ ରେ ବଲ ବଲ କରି ଖାଲି ଚାହିଁ ରହିଲା....

ସେଇଠୁ ଯୋଗୀ ଆଉ ଥରେ ପଚାରିଲେ
ବତ୍ସ ତମେ କେବେ ଇଶ୍ବରଙ୍କୁ ଦେଖିଛ ?

ପିଣ୍ଟୁ ତଥାପି କିଛି ବୁଝି ନ ପାରି ଦାରୁ ଭୂତ ମୁରାରୀ ଭଳି ବସି ରହିଥାଏ
ତା ମୁହଁ ରୁ ପଦେ ବି ବାହରୁ ନଥାଏ ।

ଏଥର ଯୋଗୀ ଚିଡିଯାଇ ପଚାରିଲେ
ହଇରେ ଛୁଆ ତୁଟା କାଲ କିରେ ?
ମୁଁ କିଅଣ କହୁଚି ଶୁଣା ଯାଉନି ତୋତେ ?
ତୁମ ଗାଆଁରେ ଭଗବାନ ନାହାନ୍ତି କିବେ ?
ତୁ ଦେଖିନୁ କି ତାଙ୍କୁ ? କହ ଭଗବାନ କୋଉଠେ ଅଛନ୍ତି ?

ପିଣ୍ଟୁର ଯେମିତି ଚେତନା ଫେରି ଆସିଲା କି କଣ୍
ସେ ସବୁ ଛାଡ଼ି ଛୁଡା଼ କିରି ଏକା ରାହାକେ ଘରକୁ ଦୌଡି଼ଛି. ...

ଘରେ ପସି ଯାଇ ଖଟତଳେ ଲୁଚିଗଲା ।
ପିଣ୍ଟୁ ର ବଡ଼ ଭାଇ ଚିଣ୍ଟୁ ତାକୁ ଖଟତଳେ ପଶି ଯିବାର ଦେଖି ମାଡ଼ ଆଶଙ୍କାରେ ଡ଼ରିଗଲା । ଡ଼ରରେ ଚିଣ୍ଟୁ ବି ଖଟତଳେ ପଶିବା ସମୟରେ
ପଚାରିଲା
କିରା ଟା ହେଲା ରେ କିସ ଲାଗି ଏ ଖଟତଳେ ଲୁଚୁଛୁ ?

ଡ଼ରି ଡ଼ରି ପିଣ୍ଟୁ କହିଲା

“ଭାଇ ଏଥର ଆମେ ବହୁତ ବଡ଼ ଅସୁବିଧା ରେ ପଡି଼ଯାଇଛେ,ସେ ଭଗବାନ ଟା କୋଉଠି ହଜିଯାଇଛି ଯେ ଲୋକେ ଭାବୁଛନ୍ତି
ଏଥିରେ ଆମର ହାତ ଅଛି”

😂😂😂😂😂😂😂😂😂😂😂😂

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...