ଜଙ୍ଗଲ ପାଖ ଗାଆଁରେ ମୂଷାଟେ ଦିନେ
ଏକ ଛୋଟ ଚିମୁଟାଯନ୍ତାରେ ପଡିଯାଇ
ତାକୁ ଘୋଷାରି ଘୋଷାରି ଜଙ୍ଗଲ ମଧ୍ୟକୁ
ଚାଲିଆସିଲା....
ଗୋଟିଏ ମହିଷକୁ ଦେଖି ସେ ତା ଠାରୁ ସାହାଯ୍ୟ ଭିକ୍ଷା କରିବା ସହ କହିଲା
ଯେ ଯଦି ସେ ତା'ର ଏ ବିପତ୍ତି କାଳରେ ସାହାଯ୍ୟ କରେ
ତେବେ ଭବିଷ୍ୟତରେ ସେ ତାକୁ ସାହାଯ୍ୟ କରିବ....
ମହିଷଟି ମୂଷାର କଥା ଶୁଣି ଘଡି଼ଏ କାଳ ହସିଲା....
ତତ୍ ପରେ କହିଲା....
“ତୁ ଏଡି଼କି ବକଟେ ମୂଷା, ପୁଣି ମୋତେ ସାହାଯ୍ୟ କରିବୁ....
ଯା ଯା ଆଉ କାହାକୁ ଓଲୁ ବନେଇବୁ ମୁଁ ବୋକା ନୁହେଁ”
ମୂଷାଟି ନିରାଶ ମନରେ ଆଗକୁ ଚାଲିଲା...
କିଛି ବାଟ ଗଲାରୁ
ଭାଲୁ ଓ ପରେ ହାତୀ ସହ ମୂଷାର ଭେଟ ହେଲା
ସେମାନେ ମଧ୍ୟ କ୍ରମାନ୍ଵୟରେ ମୂଷାର ଉପାହସ କରି ଆଗକୁ ବଢ଼ିଗଲେ.....
ତହୁଁ ସେପଟେ ମୃଗଟିଏ ଯାଉଥିଲା....
ମୂଷାତାକୁ ମଧ୍ୟ ପୂର୍ବ ଭଳି ସାହାଯ୍ୟ ଭିକ୍ଷା କରିବା ସହ ପ୍ରତିବଦଳରେ ସେ ମଧ୍ୟ ତା’ଅସୁବିଧାରେ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଲା.....
ମୃଗଟି ମୂଷାକୁ କହିଲା
“ହେ ମୂଷକ ଭାଇ ! ତୁମେ ବା ମୋହର କି ଉପକାର କରିପାରିବ ତେବେ ମୁଁ ଏଭେ
ତୁମକୁ ଏ ବିପତ୍ତିରୁ ଏହିଁନେ ମୁକ୍ତ କରିଦେଉଛି”
ଏହା କହି ...
ମୃଗଟି ମୂଷା ଦେହରେ ଲାଗି କଷ୍ଟ ଦେଉଥିବା
ଚିମୁଟା ଟାକୁ କାଢିଦେଲା ଆଉ ପ୍ରତିଦାନରେ ମୂଷା ସେ ମୃଗକୁ ଧନ୍ୟବାଦ ଦେଇ
ସେହି ଜଙ୍ଗଲର ବୃକ୍ଷ ମଧ୍ୟସ୍ଥ କୋରଡରେ
ରହିବାକୁ ଲାଗିଲା....
ଏଇମିତିରେ କିଛି ଦିନ ବିତିଗଲା....
ଦିନେ ସେ ଜଙ୍ଗଲରେ ବନ୍ୟ ଜୀବଙ୍କୁ
ଧରିବାକୁ ଶିକାରୀ ମାନେ ଜାଲ
ପକେଇ ଲୁଚିଗଲେ....
ହାତୀ,ମହିଷ,ଭାଲୁ ଓ ମୃଗ ଆଦି ଭିନ୍ନ ଭିନ୍ନ
ଜାଲରେ ପଡି଼ ଛଟପଟ ହେଉଥାନ୍ତି...
ମୂଷାଟି ତ ନିକଟସ୍ଥ ଗଛ କୋରଡରେ ଥାଏ
ସେ କଣ୍ କଲା ନା
ପ୍ରତ୍ୟେକଙ୍କ ଜାଲ କାଟିଦେଇ ସେମାନଙ୍କୁ ମୁକ୍ତ କରିଦେଲା....
ହାତୀ,ମହିଷ ଓ ଭାଲୁ ମୂଷା ପ୍ରତି ପୂର୍ବେ କରିଥିବା ଉପହାସ କଥା ମନେ ପକେଇ ବହେ ମନସ୍ତାପ କଲେ ଏବଂ କ୍ଷମା ମାଗି ସୁରକ୍ଷିତ ସ୍ଥାନମାନଙ୍କୁ ଚାଲିଗଲେ ।
ଶେଷରେ ମୃଗଟି ମୂଷାକୁ ତା’ର ଉପକାର ପାଇଁ କୃତଜ୍ଞତା ଜ୍ଞାପନ କରନ୍ତେ
ମୂଷା କହିଲା
“ଭାଇ ଏହା ତ ମୋର କର୍ତ୍ତବ୍ୟ ମାତ୍ର ଥିଲା,କେଭେ ଆପଣ ମୋତେ ସାହାଯ୍ୟ କରିଥିଲେ ଆଉ ଆଜି ମୁଁ କରିଦେଲି...”
(କାହାକୁ ଛୋଟ ମଣି (ଭବିଷ୍ୟତ ରେ ତା ଠାରୁ କୌଣସି ଲାଭ ମିଳିବ ନାହିଁ ବୋଲି ଭାବି) ସାହାଯ୍ୟ ନକରିବା ବହୁତ ବଡ଼ ଭୂଲ....
ଦୁନିଆରେ କେହି ଆକାର, ଧନ,କ୍ଷମତା ଓ ଜ୍ଞାନ ରେ ବଡ଼ ଛୋଟ ହୋଇପାରେ କିନ୍ତୁ
ସମୟ ବେଳେ ବେଳେ ନିଜ ଖେଳ ଦେଖାଇ
ଛୋଟ ଲାଗୁଥିବା ବ୍ୟକ୍ତି ବା ବସ୍ତୁକୁ ମଧ୍ଯ ମହତ୍ତ୍ୱପୂର୍ଣ୍ଣ କରିଦିଏ.....)
No comments:
Post a Comment