Saturday, September 2, 2017

□□ଅଦ୍ଭୁତ ସତ୍ୟ□□

ସମୁଦ୍ର ଯାତ୍ରୀ ତୃଷାରେ ହୁଏ ପ୍ରପୀଡ଼ିତ ।
ଅଜୀର୍ଣ୍ଣାପ୍ତ ଧନୀ ମିଷ୍ଟ ଭୋଜନ ରହିତ ।।

ଦୁଷ୍ଟ ରାଜାର ସେବକ ସତ୍ୟବ୍ରତ ତ୍ୟାଗୀ ।
ଦୁଷ୍ଟାବନିତାର ପତି ସଦା ଦୁଃଖଭାଗୀ ।।

ମତ୍ସରଯୁକ୍ତଜନର ମନ ରଗରଗ ।
ସୁମଫଳହୀନ ନଗ ହୁଏ ଗତଖଗ ।।

ଊଷର କ୍ଷେତ୍ର ହୁଅଇ ସର୍ବ ଶସ୍ୟହୀନ ।
ମହାଧନୀ ହେଲେ ମଧ୍ୟ ଲୋଭି ଅତିଦୀନ ।।

ବଳୀମଧ୍ଯ ଧୃତିହୀନ ହୋଇଲେ ଦୂର୍ବଳ ।
ସୁଧୀ ମଧ୍ଯ ଦୁଷ୍ଟ ମୈତ୍ରୀ ବଶୁଁ ହୁଏ ଖଳ ।।

ହେମ ପଞ୍ଜରୀସ୍ଥ ଶୁକ ନୀଡ଼କୁ ବାଞ୍ଛଇ ।
ସାଧୁ ମଧ୍ଯସ୍ଥିତ ବିଟ ବାମାକୁ ପାଞ୍ଚଇ ।।

ସିଂହାସନସ୍ଥିତ ଶ୍ବାନ ବାଞ୍ଛେ ଖତଗଦା ।
ଅନ୍ତଃପୁରସ୍ଥିତା କାନ୍ତା ସଦା ଲୋଡେ଼ ପଦା ।।

ଧନୀ ବହୁ ଧନାର୍ଜନେ ହୁଏ ଛଟପଟ ।
ଦୁର୍ବିଦଗ୍ଧ ହୃଦୟରେ ଗରବ ଉତ୍କଟ ।।

କେବଳ ମଧୁରଭୋକ୍ତା ବାଞ୍ଛା କରେ ଖଟା ।
*ଅଜ୍ଞ ମନାସେ ବିଜ୍ଞକୁ କରିବାକୁ ଥଟା ।।*

କୁଳଟା ଲଜ୍ୟାଭିତ୍ତିବିହୀନା ହୋଇଥାଏ ।
ପ୍ରପଞ୍ଚସୁଖ ବିରାଗୀ ନିତ୍ୟ ସୁଖପାଏ ।।

କବି-ରାଜା ବିକ୍ରମ ଦେବ ବର୍ମା (ଜୟପୁର)

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...