Tuesday, August 22, 2017

✍✍---------ସୁରକ୍ଷା----------✍✍

‘‘ବିବାହ ପୂର୍ବରୁ ମୁଁ କେତେ ସ୍ବାଧୀନ ଥିଲି । କଲେଜ ଯାଇ କେତେ କଣ୍ କରୁନଥିଲି ।
କିନ୍ତୁ କେହି କିଛି ପଚାରୁ ନଥିଲେ କାହିଁକି କରୁଚୁ କଣ କରୁଛୁ ?  ହେଲେ ଆଜି ଘରର ଚାରିକାନ୍ଥ ଭିତରେ ବନ୍ଦୀଙ୍କ ଭଳି ରହିଯାଇଛି"

ପଡୋଶୀ ରାଜୁ ମୀନା ର ଦୁଃଖ କାହାଣୀ  ଶୁଣି କିଛି ଉତ୍ତର ଦିଅନ୍ତା ତା ପୂର୍ବରୁ ପଞ୍ଜୁରାରେ ଥିବା ଶୁକପକ୍ଷୀଟି ବୋବେଇ ଉଠିଲା
ରାମ........ରାମ...... କୃଷ୍ଣ......କୃଷ୍ଣ...........

’’‘‘ଆରେ ରାଜୁ, ଏ ପକ୍ଷୀଟାକୁ କେବେ ନେଇ ଆସିଲୁ ?"
'ମାସେ ହେଲେ ଣି !!!'

"ଜାଣିଲ ଅଜୟ ! ମୁଁ ବୁଝି ପାରୁନି ଲୋକେ ସ୍ଵାଧୀନ ବିଚରଣ କରୁଥିବା ପକ୍ଷୀମାନଙ୍କୁ  ପଞ୍ଜୁରୀରେ କାହିଁକି ବନ୍ଦ କରି  ରଖନ୍ତି । ସେମାନଙ୍କୁ ଦେଖିଲେ ମୋତେ ବଡ଼ ଦୁଃଖ ଲାଗେ !!!"

"ଏଥିରେ ଦୁଃଖ କରିବାର କଣ୍ ଅଛି !"
ଅଜୟ ନିଜ ପତ୍ନୀ ମୀନା ଆଡକୁ ଚାହିଁ କହିଲା !

‘‘କିଛି ଜୀବଙ୍କ ଜନ୍ମ ବନ୍ଦୀ ହେବାକୁ ହିଁ ହୋଇଥାଏ କାହିଁକି ନା ସେମାନେ ପଞ୍ଜୁରୀ ଭିତରେ ହିଁ ଅଧିକ ସୁରକ୍ଷିତ ରହିଥାନ୍ତି’’

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...