Monday, August 7, 2017

:::ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ:::::

ଯେତେବେଳେ ଜ୍ୟେଷ୍ଠ ଜାତି ହୋଇ ଦୁରାଚାର,
ବିସ୍ମରେ ଜୀବନେ ହିତସାଧନ ବିଶ୍ବର,
ପର-ଦୁଃଖ ପର-ତାପ ନ କରି କଳନା,
ପ୍ରତାପ ଦେଖାଏ ତା'ର ଅଭୁତ ଛଳନା,
ନିଜ ସୁଖବୃଦ୍ଧି ପାଇଁ କରଇ ଯତନ,
ଘୃଣାରେ ନଛୁଏଁ ଚାହିଁ କନିଷ୍ଠ ପତନ,
ତେତେବେଳେ ହରାଏ ତା ଜ୍ୟେଷ୍ଠତା ଗୌରବ,
କନିଷ୍ଠ ର ଧର୍ମବଳେ ପାଏ ପରାଭବ,
ଏହିରୂପେ ପୂର୍ବଦେବ ପୂଣ୍ୟଜନମାନେ*
ଅପଧର୍ମେ ଘୃଣ୍ୟ ହେଲେ ରାକ୍ଷସାଭିଧାନେ ।

ସ୍ୱଭାବକବି ଗଙ୍ଗାଧର ମେହେର ଏହି କବିତାଟି ଦୁଷ୍ଟ ଇଂରେଜ ଜାତି ବିରୋଧରେ ଲେଖିଯାଇଅଛନ୍ତି ଯାହା ଆଜି ତାଙ୍କ ସ୍ଵନକ୍ଷତ୍ର ଦିବସରେ ଆପଣ ପଢିବାକୁ ପାଇଲେ ।
(*ପୂର୍ବଦେବ ଓ ପୁଣ୍ୟଜନ ରାକ୍ଷସ ମାନଙ୍କର ନାମ)

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...