“ଖଣ୍ଡରେ ମୋହିଁଲେ କ୍ଷୀରରେ ଧୋଇଲେ
ଲିମ୍ବ କି ମଧୁର ହୋଇବ
ଯେତେ ପରକାରେ ବୁଝାଇ କହିଲେ
ପର କି ଆପଣା ହୋଇବ”
ଅଧିକାଂଶ ମନୁଷ୍ୟ ଙ୍କ ସାଧାରଣ ପ୍ରକୃତି
ନିଜ ଲୋକଙ୍କୁ ହୀନମନ୍ୟତା ଯୋଗୁଁ ଛୋଟ ମନେକରି ପରଙ୍କ ପଛରେ ଗୋଡାଅନ୍ତି
ହେଲେ ପର ଲୋକ ଠାରୁ ଦଗା ପାଇଲେ
ଯାଇ ତାଙ୍କ ଆଖି ଖୋଲି ଥାଏ ।
ଏମିତିରେ ପଣ୍ଡିତେ “ବସୁଧୈବ କୁଟୁମ୍ବକମ୍” କଥା କହିଥାନ୍ତି କିନ୍ତୁ
ସମସ୍ତେ ଗୋଟିଏ କୁଟୁମ୍ବ ର ହୋଇଥିଲେ ହେଁ
ସ୍ବାର୍ଥ,ମାନ,ଧନ,ଜନ ଆଦି ବିଭିନ୍ନ କାରଣରୁ ସେମାନଙ୍କ ମଧ୍ୟରେ ଏକତା ନଥାଏ ।
କିଏ ମନ,ସ୍ବଭାବ ଦେଖି ମିତ୍ର ହୁଏ ତ ଆଉ କେହି ସ୍ବାର୍ଥ ସାଧନ ଅର୍ଥରେ ....
କିଏ ପର କିଏ ଆପଣା ଏକଥା ସେତେବେଳେ ଜଣାପଡ଼େ ଯେତେବେଳେ
ମଣିଷ ମୁଣ୍ଡରେ ଦୈବୀ ଚଡ଼କ ପଡ଼େ....
ଯଦି ସେପରି ବିପଦ ଆପଦରେ କେହି
ଆପଣଙ୍କ ଦୁଆର ଆସି ଠିଆ ହୁଏ
ତେବେ ଯାଇ ବିଶ୍ବାସ କରିବେ ଯେ ଅମୁକ ଲୋକ ଟି ମୋର ଆପଣା ଆଉ ସମୁକ ଲୋକ ଯେହେତୁ ଆସିଲା ନାହିଁ ତେଣୁ ସେଇଟା ପର ଲୋକ ଟା....
ଯେଉଁ ଲୋକମାନେ ଦରକାର ବେଳେ ପାଖରେ ଛିଡ଼ା ହୁଅନ୍ତିନି ସେମାନଙ୍କ ପାଇଁ
କଥାରେ ଅଛି
“ସମ୍ପଦେ ସର୍ବେ ସଖା
ବିପଦେ ନିଅନ୍ତି ଦେଖା“
ଧନ,ଜନ ସ୍ବାର୍ଥ ହାସଲ ଲୋଭରେ କିଛି ଲୋକ
ବନ୍ଧୁ ହୋଇ ଯାଆନ୍ତି
ସେମାନେ ସେତେଦିନ ଯାଏଁ ସାଥିରେ ରୁହନ୍ତି
ଯେତେଦିନ ପର୍ଯ୍ୟନ୍ତ ବ୍ୟକ୍ତି ର ଧନ ଥାଏ ମାନ ଥାଏ ସମ୍ମାନ ଥାଏ ...
ସମ୍ପତ୍ତି ଐଶ୍ଵର୍ଯ୍ୟ ହୀନ ହେବା ମାତ୍ରେ ସ୍ବାର୍ଥଽନ୍ବେଷୀ ଲୋକେ ଭାଗ୍ୟହୀନ ଲୋକ ଙ୍କୁ ଛାଡ଼ି ଯାଆନ୍ତି....
“ଯେତଦିନ ଥିବ ଅଣ୍ଟାରେ ବଳ
ସଙ୍ଗାତ ମଇତ୍ର ଦାଣ୍ଡରେ ଠୁଳ”
ଆଉ କିଛି ଲୋକ ଅଛନ୍ତି କେବଳ ଉପର ଠାଉରିଆ ବନ୍ଧୁ ବାନ୍ଧବ ସେମାନେ
ମନରେ ଟିକିଏ ବି ଆତ୍ମୀୟତା ନଥାଏ
ହେଲେ ଅନିଚ୍ଛା ସତ୍ତ୍ୱେ ବନ୍ଧୁ ଚରଚା କରନ୍ତି
“ଆଗରେ ଥିଲେ ମୋର ମୋର
ପିଠି କଲେ କିଏ କାହାର ????”
ସ୍ବାର୍ଥ ଲାଭ ଆଶାରେ ବନ୍ଧୁ ହୋଇଥିବା ଲୋକ ଅସଲ ବନ୍ଧୁ ନୁହେଁ ଯେଉଁ ମାନଙ୍କୁ ଆପଣ ନିଜ ଲୋକ ଭାବୁଛନ୍ତି....
ବନ୍ଧୁବାନ୍ଧବ ମିତ୍ର ସଙ୍ଗାତ
ସିଏ ବିପଦେ ସାହା ହୁଏ
ସେଥିପାଇଁ ତ କଥାରେ ଅଛି
"ବନ୍ଧୁ ବଳ ଦିଏ
ନଈ ଥଳ ଦିଏ"
No comments:
Post a Comment