Tuesday, August 22, 2017

~~~~ହିନ୍ଦୀ କୁ ରାଷ୍ଟ୍ରଭାଷା କରିବା ହେତୁ ଆମେ ରାଜି କିନ୍ତୁ ପ୍ରଥମେ ମାନିବାକୁ ହେବ ଅହିନ୍ଦୀଭାଷୀଙ୍କ କେତେକ ସର୍ତ୍ତ~~~~

କିଛି ଦିନ ହେବ ଫେସବୁକ୍ ରେ *ହିନ୍ଦୀ ଆମ ରାଷ୍ଟ୍ରଭାଷା* ଆନ୍ଦୋଳନ ଯୋରସୋର ରେ ଚାଲିଛି !

କିନ୍ତୁ ସତଟା ସମ୍ପୂର୍ଣ୍ଣ ଭିନ୍ନ .....
ପ୍ରକୃତରେ ଭାରତୀୟ ସମ୍ବିଧାନ ଅନୁଯାୟୀ କୌଣସି ଭାଷା କୁ ଏଯାଏଁ ଏ ଦେଶ ର  ରାଷ୍ଟ୍ରଭାଷା ପାହ୍ୟା ମିଳିନାହିଁ । ହିନ୍ଦୀ ଇଂରାଜୀ ସହ  ଦେଶରେ ମୋଟ ୨୧ ଟି ଭାଷାକୁ ରାଜଭାଷାର ସ୍ବୀକୃତି ପ୍ରାପ୍ତ ହୋଇଛି କିନ୍ତୁ ତନ୍ମଧ୍ୟରୁ କେହି ବି ରାଷ୍ଟ୍ରଭାଷା ବିବେଚିତ ହୋଇପାରି ନାହାନ୍ତି !!!!

ତେଣୁ ହିନ୍ଦୀ କୁ ରାଷ୍ଟ୍ରଭାଷା କରିବାକୁ ଶାସକ ଦଳର ତଥାକଥିତ ହିନ୍ଦୀଭାଷୀ ନେତା ଏବଂ ତାଙ୍କ ଚେଲା ଏକ ପ୍ରକାର ର ମିଡିଆ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି ।

ଏଇଠି ଜଣେଇ ଦେବାକୁ ଚାହୁଁଛି
ମୁଁ ହିନ୍ଦୀ ଭାଷାର ବିରୋଧୀ ନୁହେଁ
ନା ଭାରତର କୌଣସି ଭାଷା ବିରୋଧରେ ଘୃଣା ମୋ ମନରେ ଅଛି !!!
କିନ୍ତୁ ଭାରତ ଭଳି ଏକ ବିଶାଳ ବିବିଧତ୍ବ ଭରା ଦେଶରେ ଏକ ସର୍ବ ଗୁଣ ସମ୍ପନ୍ନ ୧୦୦% ଖାଣ୍ଟି ଭାରତୀୟ ଭାଷା ହିଁ ରାଷ୍ଟ୍ରଭାଷା ହୋଇପାରିବ !!!!

ଆମେ ହିନ୍ଦୀ କୁ ରାଷ୍ଟ୍ରଭାଷା କରିବା ସପକ୍ଷରେ ଅଛୁ
କିନ୍ତୁ ଏଥିପାଇଁ ହିନ୍ଦୀ ତଥା ହିନ୍ଦୀ ଭାଷାଭାଷୀ ଙ୍କୁ ଆମ୍ଭ ଅହିନ୍ଦୀଭାଷୀଙ୍କ କେତେକ ସର୍ତ୍ତ ମାନିବାକୁ ହେବ !!!!!

୧.ହିନ୍ଦୀକୁ ବୈଦେଶିକ ଶବ୍ଦ ତ୍ୟାଗ କରି ଶୁଦ୍ଧ ପବିତ୍ର ହେବାକୁ ହେବ !
ହିନ୍ଦୀରୁ ଆରବୀ ଫାର୍ସୀ ଶବ୍ଦ ସବୁ ହଟେଇ ଦିଆଯାଉ

୨.ହିନ୍ଦୀଭାଷାକୁ ସଂସ୍କୃତନିଷ୍ଠ କରାଯାଉ ।
  ସହସ୍ରାଧିକ ସଂସ୍କୃତ ଶବ୍ଦ ଗୁଡିକୁ ପୁନଃ ପ୍ରଚଳନ କରାଯାଉ ।  ଯେଉଁ ଶବ୍ଦ ଗୁଡ଼ିକୁ ହଟାଯାଇ ବଦଳରେ ପାର୍ସି ଆରବୀ ଶବ୍ଦ ବ୍ୟବହାର ହେଉଅଛି । 

୩.ସମସ୍ତ ଭାରତୀୟ ଭାଷାମାନଙ୍କରୁ କିଛି କିଛି ମୌଳିକ ଶବ୍ଦ ହିନ୍ଦୀ ଆହରଣ କରିବାକୁ ବାଧ୍ୟ ହେବ  ତେବେ ଯାଇ ତାକୁ ଆମେ ରାଷ୍ଟ୍ରଭାଷା ଭାବେ ଗ୍ରହଣ କରିବୁ !!!!

୪.କେବଳ ଶବ୍ଦ ହିଁ ନୁହେଁ ଦ୍ରାବିଡ଼ ଭାଷା, ଓଡ଼ିଆ ଏବଂ ବଙ୍ଗଳା ର ମୌଳିକ ବ୍ୟାକରଣ ନିୟମ ସବୁ ମଧ୍ଯ ହିନ୍ଦୀ ଆହରଣ କରିବ !!!!
ତେବେ ଯାଇ ହିନ୍ଦୀ କୁ ରାଷ୍ଟ୍ରଭାଷା କରାଯାଇପାରିବ......

୫. ସମସ୍ତ ଭାଷା ଗୁଡିକରେ ଥିବା ମୌଳିକତା ଏବଂ ଶୈଳୀ ହିନ୍ଦୀ ତଥା ହିନ୍ଦୀଭାଷୀ ଗ୍ରହଣ କରିପାରିବା ପାଇଁ ବାଧ୍ୟତାମୂଳକ​ କରାଯିବ !!!!

୬. ଭାରତର ରାଷ୍ଟ୍ରଭାଷା ହେବାକୁ ଯୋଗ୍ୟ ବିବେଚିତ ଭାଷାକୁ ଭାରତର ଭିନ୍ନ ଭିନ୍ନ ଭୂଭାଗର ଲୋକେ ନିଜ ନିଜ ଲିପିରେ ଲେଖିପାରିବେ । ଜଣେ ବିହାରୀଭାଇ ଦେବନାଗରୀ ରେ ଲେଖିଲାବେଳେ ତାମିଲ ଭାଇ ସେଇ ଭାଷାକୁ ତାମିଲ ଲିପିରେ ଲେଖିପାରିବେ !!!!

୭.ଉପରୋକ୍ତ ନିୟମ ଗୁଡିକୁ ଅମାନ୍ୟ କରି ଯଦି କେହି ପ୍ରାନ୍ତବାଦୀ ଅଭିଯୋଗ କରେ ଯେ ମୋ  ଭାଷା (ହିନ୍ଦୀ)ଦୁଷିତ ହେଉଅଛି କିମ୍ବା ସେ ଓଡ଼ିଆ, ବଙ୍ଗଳା, ତାମିଲ ଲୋକ ଙ୍କ ଦ୍ଵାରା କୁହାଯାଉଥିବା ହିନ୍ଦୀ ର ଉପହାସ କରେ ତେବେ ଏଥିପାଇଁ ତାକୁ ଦେଶଦ୍ରୋହ ନିୟମ ଅନୁଯାୟୀ ଫାସି ପର୍ଯ୍ୟନ୍ତ ଦଣ୍ଡାଦେଶ ର ବ୍ୟବସ୍ଥା କରାଯିବା ଦରକାର !!!!

ଉପରୋକ୍ତ ମୁଖ୍ୟ ସର୍ତ୍ତ ସହ ଆଉ କିଛି ଗୌଣ ସର୍ତ୍ତ ପାଳନ କରାଗଲେ ଯାଇ ହିନ୍ଦୀ କୁ ରାଷ୍ଟ୍ରଭାଷା କରାଯାଇପାରିବ !!!!!

ବି:ଦ୍ର:--
ଷାଠିଏ ମାଣ ଘିଅ ପୋଡିବ ନା ରାଧା ନାଚିବ
ଭଳି ଏସବୁ ସର୍ତ୍ତ ମାନିବା ହିନ୍ଦୀଭାଷୀଙ୍କ ପାଇଁ ନିହାତି କଷ୍ଟକର କଥା ଜାଣନ୍ତୁ 😂
କାରଣ ହିନ୍ଦିଆମାନେ ପର ଶବ୍ଦ ରେ ଏତେ ଅଭ୍ୟସ୍ତ ଯେ ଖାଡୀବୋଲୀ ବୋଲୁଥିବା ଲୋକଙ୍କୁ ବି ତାତ୍ସଲ୍ୟ କରିଦିଅନ୍ତି .....
ଆଉ ଏଭଳି ଏକ ମିଶାଗୋଳା ଭାଷା କଥା ଶୁଣିଲେ ତ ଆତ୍ମହତ୍ୟା କରିଦେବେ
😝😝😝😝😝

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...