Friday, August 4, 2017

★★★ବିଦ୍ୟାଳୟ★★★★★

ଜଣେ ଶିକ୍ଷକ ସକାଳ ପ୍ରାୟ ଆଠଟା ବେଳେ
ସହରର ଏକ ଚା ଜଳଖିଆ ଦୋକାନରେ ବସି
ଖବରକାଗଜ ପଢୁଥାନ୍ତି.....

ଏତିକି ବେଳେ ଜଣେ ବ୍ୟକ୍ତି ଆସି ଜଳଖିଆ ଦୋକାନରେ  ଏକ ବିଦ୍ୟାଳୟର ଠିକଣା ପଚାରିଲା.....

ଶିକ୍ଷକ ଜଣକ ସିଆଡେ ଯାଉଛନ୍ତି ସେ ତାଙ୍କ ସହ ଚାଲନ୍ତୁ ବୋଲି କହିଲେ...

ଜଳଖିଆ ସାରି ଦୁହେଁ  ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ପଡି଼ଲେ....

ଦୁହେଁ ବିଦ୍ୟାଳୟ ଆଡେ଼ ଯାଉଥିଲା ବେଳେ
ଲୋକ ଜଣକ ଶିକ୍ଷକଙ୍କୁ ପଚାରିଲା....

-ଆପଣ କେଉଁ ସ୍କୁଲର ଶିକ୍ଷକ ଅଛନ୍ତି ଆଜ୍ଞା ?'

-ମୁଁ ଲୋକହିତକାରୀ ବିଦ୍ୟାଳୟରେ ପଢାଏ !
କାହିଁକି, କୌଣସି କାମଥିଲା କି ?'

-ହଁ ଆଜ୍ଞା, ମୋ ପୁଅର ସ୍କୁଲରେ ନାମଲେଖେଇବାର ଥିଲା ତ ସେଇଥିପାଇଁ......

-‛ହଁ ତାହାଲେ ଆମ ସ୍କୁଲରେ ନାମ ଲେଖେଇ ଦିଅ’ !

-‛ପାଠପଢା କେମିତି .......’ ?

ନଂ 1 ! ଭଲ ଭଲ ଶିକ୍ଷକ ଅଛନ୍ତି ! ସ୍କୁଲର ପରିବେଶ ମଧ୍ଯ ବହୁତ ଭଲ !! ବଢିଆ ସ୍କୁଲଟିଏ !!!!!

ଏତିକିବେଳେ
ଶିକ୍ଷକଙ୍କର ପୁଅ ଆସି ତାଙ୍କୁ ଘରୁ ଆଣିଥିବା ଟିଫିନ୍ ଦେଇ ଆଗକୁ ବଢିଗଲା !!!!

-‛ଆପଣଙ୍କ ପୁଅ ବି ଏଠି ପଢେ ବୋଧହୁଏ ' ?

ନା' ନା' ମୋ ପୁଅ ତ “ଆଦର୍ଶ ବିଦ୍ୟାଳୟରେ ପଢୁଛି”

(श्री हरिशंकर परसाईଙ୍କର ଏକ ରଚନାରୁ ପ୍ରେରିତ ପରିବର୍ଦ୍ଧିତ ଅନୁବାଦ)

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...