Monday, August 21, 2017

ଓଡ଼ିଆ ଭାଷା ବିପଦରେ...... କିଛି କାରଣ

୧.ଏଯାଏଁ ଓଡି଼ଆ ଭାଷାକୁ ବିଜ୍ଞାନର ଭାଷା କରାଯାଇନାହିଁ । ତେଣୁ ଏ ବୈଜ୍ଞାନିକ ଯୁଗରେ  ଓଡ଼ିଆଭାଷାରେ ନବ ବୈଜ୍ଞାନିକ ଶବ୍ଦ ଦରକାର ହେଉଅଛି । ନୂଆ ବୈଜ୍ଞାନିକ ଶବ୍ଦ ବିନା ଓଡ଼ିଆ ଭାଷା ଧୀରେ ଧୀରେ ଅପ୍ରଚଳିତ ହୋଇଯିବ ।
ସମୟ ସହ ତାଳ ଦେଇ ଚାଲିବା କୁ ହିଁ ହେବ ।

୨ ଓଡ଼ିଆ ଲିପିମାଳାର ଅକ୍ଷର, ଫଳା, ’କାର, ମାତ୍ରା ଓ ଯୁକ୍ତାକ୍ଷର ସଂଖ୍ୟା ଉପରେ କୌଣସି ଶ୍ରେଣୀରେ ବା କୌଣସି ପାଠ୍ୟପୁସ୍ତକରେ ସ୍ପଷ୍ଟ ଉଲ୍ଲେଖ ନାହିଁ ! ଭାଷାର ପ୍ରଗତିଶୀଳ ପରିପ୍ରକାଶ ପାଇଁ ମଧ୍ୟ ସ୍ଵତନ୍ତ୍ର ସୁଯୋଗ ନାହିଁ । ଏଯାଏଁ ଓଡ଼ିଆ ଭାଷାରେ ଏକ ମୌଳିକ ନିଜସ୍ବ ବ୍ୟାକରଣ ବହି ଲେଖାଯାଇନାହିଁ । ଯେଉଁ ଓଡ଼ିଆ ବ୍ୟାକରଣ ବହି ମାନ ଅଛି ସେସବୁ ହିନ୍ଦୀ,ବଙ୍ଗଳା, ସଂସ୍କୃତ ର ନିୟମ ଅବଲମ୍ବନରେ ରଚିତ । କିନ୍ତୁ ଓଡ଼ିଆ ଭାଷାର ଏକ ନିଜସ୍ୱ ମୌଳିକ ବ୍ୟାକରଣ ଅଛି । ଓଡ଼ିଆ କେବଳ ଆର୍ଯ୍ୟଭାଷା ନୁହେଁ ଏହା ଦ୍ରାବିଡ଼ ତଥା ଆଷ୍ଟ୍ରିକ ଭାଷାଗୁଡିକ ଦ୍ବାରା ମଧ୍ଯ ପ୍ରଭାବିତ ତେଣୁ କେବଳ ଆର୍ଯ୍ୟଭାଷା ଗୁଡ଼ିକର ବ୍ୟାକରଣ ନିୟମ ଅନୁଯାୟୀ ଆମ ଭାଷା ର ସ୍ଵାତନ୍ତ୍ର୍ଯ ପ୍ରକଟିତ ହୋଇ ପାରିବ ନାହିଁ ।
ଅଧୁନା ଇଂଲିଶ୍‌ ଓ ହିନ୍ଦୀ ଭାଷାର ସୃଜନାତ୍ମକ ରଚନାଶୈଳୀଉପରେ ପାଠ୍ୟକ୍ରମ ପ୍ରଚଳିତ ହେଲାଣି କିନ୍ତୁ ଓଡିଆ ଭାଷା ଯଥାବତ୍ ପଡ଼ି ରହିଛି ।

୩.କୌଣସି ମୌଳିକ ଭାଷାର ଶରୀର ତା'ର ନିଜସ୍ବ ଲିପି । ଆମ ପାଖରେ ଆମର ନିଜର ଲିପି ଅଛି । କିଛି ଲୋକ ପର ଲିପିରେ ଓଡ଼ିଆ ଲେଖିବାକୁ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ଏମିତି କଲେ ଆପଣ ନିଜ ଭାଷାର ମୌଳିକତା ବଜାୟ ରଖିବାରେ ନିତାନ୍ତ ବିଫଳ ହେବେ ।
ଉଦାହରଣ ସ୍ୱରୂପ ମୈଥିଳୀ ଖାଡୀବୋଲୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାଷା । ଏହାର ନିଜସ୍ବ ଲିପି ମଧ୍ଯ ଥିଲା କିନ୍ତୁ ଯେଉଁ ଦିନ ସେ ଖେଚୁଡ଼ି ଭାଷା ହିନ୍ଦୀର ଦେବନାଗରୀ ଲିପିକୁ ଆପଣେଇଲା ତାହାର ନିଜସ୍ବ ସ୍ବରୂପ ଲୁପ୍ତ ହେଲା । ଏବେ ଅଧିକାଂଶ ହିନ୍ଦୀବାଦୀ ମୈଥିଳୀ କୁ ହିନ୍ଦୀର ଉପଭାଷା କହୁଛନ୍ତି । ଏହା ବଡ଼ ହାସ୍ୟାସ୍ପଦ ନୁହେଁ କି ? ୧୭ଶ ଶତାବ୍ଦୀରେ ଜନ୍ମିତ ଖେଚୁଡ଼ି ଭାଷା ପୁଣି ଏକ ପ୍ରାଚୀନ ଭାଷା ତଥା ଆଧୁନିକ ବାଙ୍ଗ୍ଲାଭାଷାର ଅନ୍ୟତମ ଜନନୀ ର ମାତା ବୋଲାଉଛି!!!! !!!
ତେଣୁ ଦେବନାଗରୀ ବଦଳରେ ଓଡ଼ିଆ ତଥା ରୋମାନ୍ ଲିପି ବ୍ୟବହାର କରି ଓଡ଼ିଆ ଭାଷା ଲେଖିଲେ ହିଁ ଆମ ଭାଷା ସୁରକ୍ଷିତ ହୋଇ ପାରିବ ।

୪.ଭାଷା ଠିକ୍ ନଦୀ ଭଳି !!!! ନଦୀରେ ଜଳ ଭଳି ଭାଷାରେ ମଧ୍ୟ ନବୀନତା ଲୋଡ଼ା ହୁଏ ।
ନିଜ ଭାଷାରେ ନବ ନୂତନ ସାହିତ୍ୟ ସର୍ଜନା ତଥା ପ୍ରାଚୀନ ସାହିତ୍ୟର ପ୍ରଚାର ପ୍ରସାର ନିତାନ୍ତ ଜରୁରୀ !!!!
କିଛି ଲୋକ ଏହି କଥାକୁ ଧ୍ୟାନରେ ରଖି ପରଭାଷାରୁ ଶବ୍ଦ ଆଣି ବ୍ୟବହାର କରିଥାନ୍ତି ।
ଆଉକିଛି ଲୋକ ନିଜ ପାଣ୍ଡିତ୍ୟ ପରିପ୍ରକାଶ ହେତୁ ପରଭାଷାର ଶବ୍ଦ ଗୁଡିକୁ ଓଡ଼ିଆ ରେ ମିଶାଇ କହିଥାନ୍ତି ।
ଓଡ଼ିଆଭାଷାରେ  ଆରବୀ, ପାର୍ଶୀ, ହିନ୍ଦୀ, ସଂସ୍କୃତ ଶବ୍ଦ ଓ ଶୈଳୀକୁ ଆମେ ନିଜ ହିସାବରେ ଗ୍ରହଣ କରି ନେଇଛେ; ସେହିପରି ଇଂଲିଶ୍‌ ଓ ଅନ୍ୟ ଭାଷାର ଶବ୍ଦ ଓ ଶୈଳୀ ମଧ୍ୟ ଓଡ଼ିଆରେ ପ୍ରବେଶ କରିବାରେ ଦ୍ଵିଧା କରାଯାଇନାହିଁ । ତେବେ ଅପ୍ରଚଳିତ ଉର୍ଦ୍ଦୁ ଫାର୍ସୀ ଆରବୀ ହିନ୍ଦୀ ଶବ୍ଦର ଓଡ଼ିଆକରଣ ନକରି ତାହା ସିଧାସଳଖ ମୂଳ ଶବ୍ଦ ପରି ବ୍ୟବହାର କଲେ ଭବିଷ୍ୟତରେ ଭାଷାଟି ଅପରିଷ୍କାର ହୋଇଯିବା ସାର ହେବ ।
ଓଡ଼ିଆ ଭାଷାର ମୌଳିକ ବ୍ୟାକରଣ ନିୟମ ଅନୁଯାୟୀ ଯେକୌଣସି ବୈଦେଶିକ ଶବ୍ଦର ଓଡ଼ିଆକରଣକରି ଯଦି ଭାଷାରେ ବ୍ୟବହାର କରାଯାଏ ତେବେ ତାହା ଗ୍ରହଣଯୋଗ୍ୟ ହୋଇପାରିବ ।

୫.ଓଡି଼ଆଭାଷାରେ ସାହିତ୍ୟ ସର୍ଜନା ହେଉଛି ।
ନୁଆ ସାହିତ୍ୟକାର ମାନେ ଫେସବୁକ ରେ ଆଜିକାଲି ଛତୁ ଫୁଟିଲା ଭଳି ଦୃଷ୍ଟିଗୋଚର ହେଉଛନ୍ତି କିନ୍ତୁ  ଓଡ଼ିଆ ଭାଷାର ସ୍ଥାୟିତ୍ଵ ପାଇଁ ମୁଣ୍ଡ ପିଟୁଥିବା ଲୋକମାନେ କ୍ଷମତାରେ ଥାଇ ସୁଦ୍ଧା ଓଡ଼ିଆ ଭାଷା ଉପରେ ଗବେଷଣା ପାଇଁ କୌଣସି ଅନୁଷ୍ଠାନ ଗଢ଼ି ପାରି ନାହାନ୍ତି । ଯେଉଁ ମାନେ କରୁଛନ୍ତି ସେମାନେ ନିଶାରେ , ପେଶାଦାର ଲୋକେ ଖାଲି ଧନ ପାଇ ନାଚୁଛନ୍ତି । ତାଙ୍କ ଗବେଷଣା ଖାଲି କାଗଜପତ୍ରରେ ହେଉଛି ଆଉ ବିଚରା ଭାଷାନିଶାକୁ ନେଇ ଗବେଷଣା କରୁଥିବା ଲୋକଟି ଖୋଜି ଖୋଜି ଯୋଉ ତଥ୍ୟ ଆଣୁଛି ତାହା ଏମାନେ ଚୋରୀକରିନେଇ ନିଜ ନାମରେ କରିଦେଉଛନ୍ତି ।  ବ୍ୟକ୍ତିଗତ ସ୍ତରରେ ଯେଉଁ ଗବେଷଣା ସବୁ ହୋଇଛି, ସେଗୁଡ଼ିକର ସଂକଳନ ମଧ୍ୟ କରାଯାଇପାରି ନାହିଁ​ ।   ଉଚ୍ଚଶିକ୍ଷା ନାମରେ ଯେଉଁମାନେ ବିଶ୍ଵବିଦ୍ୟାଳୟରେ ଗବେଷଣା କରୁଛନ୍ତି, ତାହା କୌଣସି କାମରେ ଲାଗୁ ନାହିଁ। ଭାଷା ଗବେଷଣାକୁ ପେଶାକରି ଘର ଚଳାଉଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଗବେଷଣାର ଉଦ୍ଦେଶ୍ୟ ସଂପର୍କରେ ପଚାରନ୍ତୁ  ଉତ୍ତର ମିଳିବ ଚାକିରି ପାଇବାକୁ, ପଦୋନ୍ନତି ପାଇବାକୁ, ଡିଗ୍ରୀ ପାଇବାକୁ......
କେହି ବି କହିବେନି ଭାଷାର ବିକାଶ ପାଇଁ ଗବେଷଣା କରୁଛି ବୋଲି । ସେହି ଲୋକମାନେ ପୁଣି
ଜଣେ ଡ଼ାକ୍ତର ଭାଷା ଉନ୍ନତି ନିଶାରେ ଲାଗିଛି
ଯେ ତାକୁ ସ୍ବଘୋଷିତ ଗବେଷକ କହି ହୁଅନ୍ତି ।
ନିଜ ଭାଷା ପାଇଁ କିଛି କରିବେନି କିନ୍ତୁ ଆଉ କିଏ କଲେ ଏମାନଙ୍କ ଦେହରେ ଯାଉନାହିଁ ।

୬.ଭାଷା ପାଇଁ ପାକିସ୍ତାନ ଖଣ୍ଡବିଖଣ୍ଡିତ ହେଲା । ପରେ ବାଙ୍ଗଲାଦେଶରେ ବାଙ୍ଗଲା ଗୀତ ହିଁ ରାଷ୍ଟ୍ରଗାନ୍‌ ହେଲା ଏବଂ ବାଙ୍ଗ୍‌ଲା ଭାଷା ସର୍ବସାଧାରଣଙ୍କ ଭାଷା ହେତୁ ରାଷ୍ଟ୍ରଭାଷା ହେଲା। ଆମ ରାଜ୍ୟ ଓଡ଼ିଶା ବି ଦିନେ କିଛି ଓଡ଼ିଆ ପ୍ରେମୀଙ୍କ ବିପ୍ଳବ ଯୋଗୁ ସୃଷ୍ଟି ହୋଇପାରିଥିଲା। କିନ୍ତୁ ଓଡ଼ିଆ ଭାଷାର ପ୍ରତାରକମାନଙ୍କସଂଖ୍ୟା ବଢ଼ିଛି।
ନିଜ ଭାଷା କହିବାକୁ ସୁଦ୍ଧା ଲୋକେ ଲଜ୍ୟା ବୋଧ କରୁଛନ୍ତି । ପରଭାଷା ସପକ୍ଷରେ ଯୁକ୍ତି ବାଢ଼ି ନିଜ ସ୍ବାଭିମାନୀ ଓଡ଼ିଆ ଭାଇ ମାନଙ୍କୁ ନାନାବିଧ ଅପମାନ ଦେବାକୁ ପାଉନାହାନ୍ତି ।
ଏହି ପରଘର ପରକାୟା ପ୍ରୀତି ମନେ ପାଳିଥିବା ଓଡ଼ିଆ ମାନେ ଓଡ଼ିଆ ଭାଷାକୁ ରସାତଳଗାମୀ କରିଦେବେ ।

୭.ଆଜିକାଲିର ଓଡ଼ିଆ ମାଆବୋପା ମାନେ ତାଙ୍କ ପୁଅଝୁଅଙ୍କୁ ଆଉ ଓଡ଼ିଆ ଭାଷାରେ କଥାଭାଷା ହେବାକୁ ପସନ୍ଦ କରୁନାହାଁନ୍ତି ।
ଘରେ ବଡ଼ ମାନେ ଜାଣିଶୁଣି ପିଲାଙ୍କ ଆଗରେ ହିନ୍ଦୀ ଇଂରାଜୀରେ କଥା ହୁଅନ୍ତି  । ଫଳରେ ପିଲାଟି ଛୋଟ ବେଳୁ ଆଉ ଓଡ଼ିଆ ଶିଖିପାରେନି । ବଡ଼ ହେଲେ ସେ ଭଳି ପିଲା ହିନ୍ଦୀ କୁ ରାଷ୍ଟ୍ରଭାଷା ମନେ କରି ଦାଣ୍ଡରେ ବାଟରେ ସବୁଠେଇଁ ମୁଣ୍ଡ ବାଡେଇ ବାଡେଇ ବୁଲନ୍ତି । ଇଂରାଜୀରେ​ ବ୍ୟୁତ୍ପତ୍ତି ଲାଭ କରିଥିବା ଓଡ଼ିଆ ମାନେ ବି ତାଙ୍କୁ କୋଉ ଛାଡିଲା ବାଲା ।
ଆରମ୍ଭ ହୋଇଯାଏ ମସିଯୁଦ୍ଧ !!!! ଏ
ଦିପଟିଆ ଯୁଦ୍ଧରେ ଏଣେ ଓଡ଼ିଆ ଭାଷା ଲୁପ୍ତ ହୋଇ ହୋଇ ଯାଉଛି ......

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...