Friday, August 25, 2017

ପଦ୍ୟାଂଶ ଖେଳ

ଭାରତ,ବାଙ୍ଗଲାଦେଶ, ପାକିସ୍ତାନ ଏବଂ ନେପାଳରେ ଖେଳାଯାଉଥିବା ଏକ ପ୍ରକାର ର "spoken parlor game" ହେଉଛି
"अंताक्षरी" ବା “अंत्याक्षरी”......
ସଂସ୍କୃତର ଦୁଇଟି ଶବ୍ଦ ଅନ୍ତ୍ୟ ଏବଂ ଅକ୍ଷରକୁ ନେଇ ଏଇ ଶବ୍ଦଟି ସୃଷ୍ଟି ହୋଇଛି !!
ଏ ଖେଳରେ ପ୍ରତ୍ୟେକ ଖେଳାଳୀ ମାନଙ୍କୁ ଗୀତ ଗାଇବାକୁ ହୁଏ ଏବଂ ବାଦୀ ଦ୍ବାରା ଗାୟନ କରାଯାଇଥିବା ଗୀତର ଶେଷ ଶବ୍ଦରୁ ପ୍ରତିବାଦୀକୁ ନୂଆ ଗୀତ ବୋଲିବାକୁ ହୋଇଥାଏ ।
ଯଦି ପ୍ରତିବାଦୀ ଗୀତ ଗାଇ ନ ପାରେ ତେବେ ସେ #ଗଡ଼ ଖାଏ.........

ଏହି
ଅନ୍ତାକ୍ଷରୀ ଶବ୍ଦ ଟି କେବଳ ହିନ୍ଦୀ ବେଲ୍ଟ ଏବଂ ତେଲୁଗୁ ଅଞ୍ଚଳରେ( అంత్యాక్షరి/అంతాక్షరి)
ପ୍ରଚଳିତ....
ଗୁଜରାଟୀରେ અંતકડી ଏବଂ  અંતાક્ષરી ଉଭୟ ଶବ୍ଦ ଚଳେ !
ମରାଠୀ ରେ “आंटक्षरी” କୁହାଯାଏ ।
ଅନ୍ତାକ୍ଷରୀ ଖେଳ ସହ ଉର୍ଦ୍ଦୁଭାଷୀଙ୍କର "Bait bazi" ଏବଂ    Sistanian ଲୋକଙ୍କର
“Baas-o-Beyt” ଖେଳଗୁଡି଼କର ସାମଜସ୍ଯ ଥିବା ଦେଖାଯାଇଛି ।

କିନ୍ତୁ ଓଡ଼ିଆ ଭଳି କ୍ଲାସିକାଲ୍ ଭାଷାରେ ଏହି ଅନ୍ତାକ୍ଷରୀ ଶବ୍ଦ ନାହିଁ

ଆପଣ ଭାବୁଥିବେ
କଣ୍
ଆମ ଭାଷାରେ ଏହାର କୌଣସି ସ୍ଵତନ୍ତ୍ର ଶବ୍ଦ ଅଛି କି ?

ହଁ ଅଛି......

ଆଉ ସେ ଶବ୍ଦଟି ହେଉଛି
#ପଦ୍ୟାଂଶ ( ପଦ୍ୟ+ଅଂଶ)

ଓଡି଼ଶାରେ ଏ ଖେଳ ପିଲାଏ ଆଜି ବି ଖେଳିଥାନ୍ତି ....

ଅତିକମ୍ ରେ ଦୁଇ ଜଣ ଖେଳାଳି ଏ ଖେଳ ଖେଳିପାରିବେ କିନ୍ତୁ ଏହି ଖେଳ ଟି ଦଳବଦ୍ଧ ଭାବେ ଖେଳିଲେ ହିଁ ମଜା ଲାଗେ !!!!
କିନ୍ତୁ ଓଡ଼ିଶାର ପଦ୍ୟାଂଶ ଖେଳରେ ଗୋଟିଏ ନିଆରା ପଣ ଅଛି !!!!

ଓଡ଼ିଶାର ପଦ୍ୟାଂଶ
ଖେଳରେ ହାରିଥିବା ଦଳକୁ  ଜିତିଥିବା ଦଳ ର ସବୁ ହୁକମ୍ ମାନିବାକୁ ପଡ଼ିଥାଏ ।
ଆମ ସମୟରେ ମୋର ମନେ ଅଛି ଦଣ୍ଡମିଳେ
“ଯା ଅମୁକେଇ ଗୋଡ଼ ଧରି ମୁଣ୍ଡିଆ ମାରିବ”
କିମ୍ବା “ସମୁକେଈ ବାଡିରୁ କାକୁଡ଼ି ଚୋରେଇବ”
😀😀😀😀

ଏ ଖେଳ ପଦ୍ୟାଂଶ  ଆରମ୍ଭ ସମୟରେ ଗୋଟିଏ ବାକ୍ୟ ବୋଲି ଖେଳ ଆରମ୍ଭ ହୋଇଥାଏ

"ପଦ୍ୟାଂଶଭାଇରେ ପଦ୍ୟାଂଶଭାଇ
ପଦ୍ୟାଂଶ ନକଲେ ଚଳିବ ନାହିଁ"

ଯେହେତୁ ଏହି ଖେଳରେ ସଂପୂର୍ଣ୍ଣ ଗୀତ ନ ଗାଇ ତାହାର କିଛି ଅଂଶ ଗାଇବାକୁ ହୋଇଥାଏ ତେଣୁ ଏଭଳି ନାମକରଣ ହୋଇଥିବା ଅନୁମାନ କରାଯାଇପାରେ ।

ଆପଣଙ୍କ ଅଞ୍ଚଳରେ ଅନ୍ତାକ୍ଷରୀ  ଭଳି କୌଣସି​ ଖେଳ ଅଛି କି ?
ଜାଣିଥିଲେ ନିଶ୍ଚୟ ଜଣେଇବେ !!!!

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...