Thursday, July 18, 2019

ଜଗନ୍ନାଥ ସଂସ୍କୃତିରେ ଗୋଟିଏ ନୁହେଁ ଚାରୋଟି ରଥଯାତ୍ରା ରହିଛି

ଜଗନ୍ନାଥ ସଂସ୍କୃତିରେ ଗୋଟିଏ ନୁହେଁ ଵରଂ ଚାରୋଟି ଗୁଣ୍ଡିଚାଯାତ୍ରା ପାଳିତ ହୋଇଥାଏ !

1.ସୌର ଗୁଣ୍ଡିଚା
2.ଶାକ୍ତ ଗୁଣ୍ଡିଚା
3.ଶୈଵ ଗୁଣ୍ଡିଚା
4.ଘୋଷ ଯାତ୍ରା/ଶ୍ରୀଗୁଣ୍ଡିଚାଯାତ୍ରା

           ==ସୌର ଗୁଣ୍ଡିଚା==

ଵସନ୍ତ ମାଘ ସପ୍ତମୀ ଠାରୁ ଵସନ୍ତ ପଞ୍ଚମୀ ଯାଏଁ ସୂର୍ଯନାରାୟଣ ଭଗଵାନଙ୍କର ରଥଯାତ୍ରା ହୋଇଥାଏ ଏହା ସୌର ଗୁଣ୍ଡିଚା ନାମରେ ଜଣାଶୁଣା ।

           ==ଶାକ୍ତ ଗୁଣ୍ଡିଚା==

ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ନଵମୀ ଯାଏଁ ଦୂର୍ଗାମାଧଵ ଭଗଵାନଙ୍କର ରଥଯାତ୍ରା ହୋଇଥାଏ ଯାହା ଶାକ୍ତ ଗୁଣ୍ଡିଚା ନାମେ ଖ୍ଯାତ  ।
        ==ଶୈଵ ଗୁଣ୍ଡିଚା==

ଚୈତ୍ର ଶୁକ୍ଲ ଅଷ୍ଟମୀ ତୀଥିରୁ ଈଶାନେଶ୍ଵର ମହାଦେଵଙ୍କର ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ ଯାହାକୁ ଶୈଵ ଗୁଣ୍ଡିଚା କୁହାଯାଏ ।

          ==ଶ୍ରୀଗୁଣ୍ଡିଚାଯାତ୍ରା==

ସର୍ଵଵିଦିତ ଵିଶ୍ଵଵିଖ୍ଯାତ ଶ୍ରୀଗୁଣ୍ଡିଚା ଯାତ୍ରା ଆଷାଡ଼ ଶୁକ୍ଲ ଦ୍ଵିତୀୟାଠାରୁ ଦଶମୀ ତୀଥି  ନଵଦିଵସ ଵ୍ଯାପି ପାଳିତ ହୋଇଥାଏ ।

ଏହି ଯାତ୍ରାକୁ
✓ଘୋଷଯାତ୍ରା
✓ଦକ୍ଷିଣାଭିମୁଖୀ ଯାତ୍ରା
✓ନଵଦିନ ଯାତ୍ରା
✓ଆଡ଼ପ ଯାତ୍ରା
ଆଦି ବି କୁହାଯାଇଥାଏ ।

ଯେହେତୁ ଶ୍ରୀମନ୍ଦିରର ମୁଖ୍ଯ ଦେଵତା ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରତ୍ୟକ୍ଷ ହୁଅନ୍ତି ତେଣୁ ଏହି ରଥଯାତ୍ରାର ମହତ୍ତ୍ଵ ସର୍ଵାଧିକ ଫଳରେ ଵାକି ରଥଯାତ୍ରା ଅପେକ୍ଷା କାଳକ୍ରମେ ଶ୍ରୀଗୁଣ୍ଡିଚା ଯାତ୍ରାର ମହତ୍ତ୍ଵ ବଢ଼ିଥିଲା ଏଵଂ ଆଜି ଏହା ସାରା ଵିଶ୍ବରେ ଲୋକପ୍ରିୟ ହୋଇପାରିଛି ।

ତେଵେ ଶ୍ରୀଜଗନ୍ନାଥଙ୍କର ଵାରମାସରେ ତେ ଯାତ ରହିଛି କିନ୍ତୁ ପ୍ରଭୁ ଓ ତାଙ୍କ ପ୍ରତିନିଧି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଵର୍ଷରେ ଚାରିଥର ଯାତ୍ରା କରିଥାନ୍ତି ଏଵଂ ସେ ସମସ୍ତକୁ ଗୁଣ୍ଡିଚା ଯାତ୍ରା କୁହାଯାଇଥାଏ । ଅନ୍ଯ ଯେଉଁ ଯାତ୍ରା ଲୋକପ୍ରିୟ ତନ୍ମଧ୍ୟରେ ରାସଯାତ୍ରା,ଦମନ ଚତୁର୍ଦ୍ଦଶୀ ଯାତ,ଦୟଣାଚୋରୀ ଯାତ, ରାମନଵମୀ ଯାତ ଓ ଦୋଳଯାତ ଆଦି ଉଲ୍ଲେଖନୀୟ ।

(ତଥ୍ୟ—ଶିଶିର ସାହୁ ମନୋଜ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...