Tuesday, April 26, 2016

ଗୁଜରାଟ ରେ ନାବିକଜାତୀ

ଗୁଜରାଟ ରାଜ୍ୟ ର ପ୍ରାୟ ୧୬୦୦ କି.ମି. ଲମ୍ବା ସାଗରଉପକୂଲ ଅଚ୍ଛି ।
ସୌରାଷ୍ଟ୍ର ସଂସ୍କୃତି ଚାରି ମୁଖ୍ୟ  ସ୍ଥଂଭ ସାଗରସଂସ୍କୃତି, ଗୋପସଂସ୍କୃତି, କୃଷିସଂସ୍କୃତି ଏବଂ ଲୋକସଂସ୍କୃତି କୁ ନେଇ ସୃଷ୍ଟି ।

ଆଜି ଏଠାକାର ସାଗରସଂସ୍କୃତି ବିଷୟରେ ଚାଲ ଆଲୋଚନା କରିବା ।

ଏଠାରେ ଖାରଵା, କୋଳୀ, ମାଛୀ, ପଢାରୋ, ମାଂଗେଲା, ଢୀମର ଆଦି ଜାତିର  ଲୋକ  ସୌରାଷ୍ଟ୍ରର ସାଗର ସଂସ୍କୃତିର ବର
ବର୍ତ୍ତମାନ ଦାୟାଦ ଗଣାନ୍ତି ।

ଗୁଜରାଟରେ ଆର୍ୟ ମାନଙ୍କ ଆଗମନ ପୂର୍ଵେ ଭୀଲ, କୋଳୀ, ଆଭୀର, ପଣିଆ, ଅସୁର, ନାଗଜାତିର ଲୋକ ଏବଂ ଆଜିର ଦ୍ରଵିଡମାନଙ୍କ ପୂର୍ଵଜ ବାସ କରୁଥିଲେ ।

ନାଗଜାତି ଅସୂର ମାନଙ୍କର ଅଧିନରେ କାର୍ଯ୍ୟ କରୁଥିଲା ।
ନାଗଜାତି ର ଲୋକମାନେ ଅସୁରମାନଙ୍କ ର ନୌବାହାନ ସମ୍ଭାଳୁ ଥିଲେ ।

ପୁଣି  ଆଦି ଦ୍ରଵିଡଜାତି , କୋଳୀ, ପଣିଆ, ନାଗ ଆଦି ଏ ଅଚଁଳ ମୂଳ ନାବିକ ଜାତି  ଥିଲେ ।

ଆର୍ୟ ମାନେ ଏ ଅଚଁଳ କୁ ଦଖଲ କଲେ ସେ ସମୟେ ସେମାନେ ଦ୍ରମିଳ ଏବଂ ପଣିଆ ଜାତି ଠାରୁ ନୌବାହନ ବିଦ୍ୟା ସିଖିଥିଲେ ।

ଶ୍ରୀ ଚଂଦ୍ରଶଂକର  ତାଙ୍କ ଐତିହାସିକ ଗ୍ରନ୍ଥ ରେ ଲେଖିଛନ୍ତି

"ଵୈଦିକକାଳ ରେ ନାବିକମାନେ  ଦ୍ଵିଜଵର୍ଣରେ ଗଣା ହେଉଥିଲେ. ଗୁପ୍ତକାଳ ବାଦ ରାଜପୂତ ମାନେ ନାବିକ ନୌବାହକ ମାନଙ୍କ ଵ୍ଯଵସାଯ ସ୍ଵୀକାର କରି ଥିବେ ।  ଗୁଜରାଟ ସର୍ଵସଂଗ୍ରହ ଅନୁସାରେ ଖଲାସୀ ଦଳ ଗୁଜରାଟ ତଥା କାଠିଆବାଡରେ ରହି  ଆସିଅଛି

କୋଳି ବାଘେର କଛ୍ଛୀ ମିୟାନା ଖାରବା ଆଦି ଜାତୀ ର ଲୋକେ ପୂର୍ବେ ପଶ୍ଚିମ ଭାରତର ମୂଖ୍ୟ ନୌଯାନ କୁଶଳୀ ଜାତୀ ଥିଲେ ........

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...