ତାଈପିଙ୍ଗ ବିଦ୍ରୋହ
taiping-rebellion
ହଂଗ୍ ସିଉଵାଂଗ Hong Xiuquan କୁ ଅଧିକାଂଶ ଲୋକ ଜାଣି ନଥିବେ
କିନ୍ତୁ ହଂଗ୍ ସିଉଵାଂଗ ଗୋଟାଏ ସ୍ଵପ୍ନ ଦେଖିଲା
ଏବଂ ସେଇ ସ୍ଵପ୍ନ କାରଣରୁଚୀନ ଗଣରାଜ୍ୟ ର ଲକ୍ଷାଧିକ ଲୋକ ହଣାମରା ହୋଇଯାଇଥିଲେ ।
ଏମିତି କି ଏଇ ଧାର୍ମିକ ଯୁଦ୍ଧ ରେ American civil war ଠାରୁ ମଧ୍ୟ ଅଧିକ ଲୋକ ମରିଥିବା କେହି କେହି ଐତିହାସିକ ଯୁକ୍ତି କରନ୍ତି !
ସେ ସମୟେ ଚୀନରେ କ୍ଵିନ୍ (Qin) ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା
କିନ୍ତୁ ଥରକୁ ଥର ଜନ ଆନ୍ଦୋଳନ
ଏବଂ ସାମାଜିକ ଅସହିଷ୍ଣୁତା
ଯୋଗୁଁ ଏଇ ସାମ୍ରାଜ୍ୟ ର ସମୂଳ ପତ୍ତନ ହୋଇଯାଇଥିଲା !
Hong Xiuquan ଜଣେ ପ୍ରୋଟେସ୍ଟାଂଡ ମିସନରୀ ଭାବେ ଚୀନ ରେ କାର୍ଯ୍ୟରତ ଥାଏ !
ଅନେକାନେକ ଖ୍ରିଷ୍ଟିଅନ ସାହିତ୍ୟ ପଢ଼ି ପଢ଼ିଶେଷରେ ସେ ପାଗଳପ୍ରାୟଃ ହୋଇଯାଇଥିଲା !
ସେ ଏତେ ମାତ୍ରା ରେ ପୁସ୍ତକ ପଢ଼ିବାରେ ନିମଜ୍ଜିତ ହୋଇଯାଇଥାଏ
ଯେ ତାକୁ ଦିନ ରାତି ଖାଦ୍ୟ ପେୟ ର ଧ୍ୟାନ ମଧ୍ୟ ରହିଲା ନାହିଁ
4 ଦିନ ପର୍ଯ୍ୟନ୍ତ ଏକ ନିବୁଜ କୋଠରୀ ରେ
ପଢ଼ି ପଢ଼ି
ଶେଷରେ ହଂଗ୍ ସିଉଵାଂଗ କୋମା ଅବସ୍ତା କୁ ପହଁଚିଗଲା !
ସେଇ ଅତି ଅବଚେତନ ଅବସ୍ଥା ରେ
ସେ ଗୋଟାଏ ସ୍ଵପ୍ନ ଦେଖିଲା
ସେ ଦିଖିଲା ଯେ ସେ ସ୍ଵର୍ଗରେ ପରମେଶ୍ଵର ଙ୍କ ନିକଟ ରେ ବିରାଜମାନ
ଈଶ୍ଵର ହଂଗ୍ ସିଉଵାଂଗ କହୁଛନ୍ତି
ତୁମେ
ଯିଶୁ ଙ୍କ ସାନ ଭାଈ ଏବଂ ଯିଶୁ ଙ୍କ ଅସମ୍ପୂର୍ଣ କାମ ତାକୁ ପୂର୍ଣ କରିବାକୁ ହେବ !
ସେ ପୁଣି ଦେଖିଲା ଜନୈକ କଳା ବସ୍ତ୍ରଧାରୀ ପୁରୁଷ ତାକୁ ସମସ୍ତ ଡେମନ୍ସ ଅର୍ଥାତ୍ ଵିଧର୍ମୀ ଙ୍କୁ ବିନାଶ କରିବାର ଆଦେଶ ଦେଉଅଛି !
ସେ ନିଜକୁ ପରମେଶ୍ଵର ଙ୍କ ଦ୍ଵିତୀୟ ପୁତ୍ର ଘୋଷଣା କଲା
ଏବଂ ତା'ର ଭାଷଣ ରେ ପ୍ରଭାବିତ ହୋଇ ଅନେକ ଚୀନୀ ଖ୍ରିଷ୍ଟଧର୍ମାବଲମ୍ଭୀ ସମର୍ଥକ ହେଲେ ।
ଚୀନ ରେ ଅନେକ ଲୋକ ତଥାପି ତାର ପାଗଳାମୀ ର ବିରୋଧ କରୁଥିଲେ !
ବିରୋଧୀ ମାନଙ୍କୁ ସେ ଡେମନ ଆଖ୍ୟା ଦେଲା
ଫଳରେ କ୍ଵିନ୍ ସାମ୍ରାଜ୍ୟ ରେ ସାମିଜିକ ବିଶୃଖଂଳା ବଢ଼ିଗଲା !
ଏଇ ଧାର୍ମିକ ଜ୍ଵର ରେ ପିଡିତ ତାର
ସମର୍ଥକ ମାନେ
ଚୀନ ରେ"ସ୍ଵର୍ଗୀୟ ରାଜ୍ୟ" ସ୍ଥାପନା ପାଇଁ ସ୍ଵପ୍ନ ଦେଖିବା ଆରମ୍ଭ କରିଦେଲେ !
ଫଳରେ ଏଭଳି ଏକ ପ୍ରଗଳ୍ଭ ବ୍ୟକ୍ତି ଯୋଗୁଁ ଧାର୍ମିକ କଳହ ବଢ଼ିଗଲା ଏବଂ ତାଇପିଂଗ ଵିଦ୍ରୋହ ର ସୂତ୍ରପାତ ହେଲା !
.
Subscribe to:
Post Comments (Atom)
ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ
1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...
No comments:
Post a Comment