ଦେଖୀ ବାଧା ବିବିଧ,
ବହୁ ବିଘ୍ନ ସହି ମଧ୍ୟ ଯେ ଡରେନା
ଆଶାବାଦୀ ହୋଇ ବାଧା ବିଘ୍ନ ସଙ୍ଗେ ଲଢ଼ି
ପଶ୍ଚ୍ୟାତାପ ଯେ କରେନା
କର୍ମ ହେଉ କଠିନ
ମନେ ବିରକ୍ତିଭାବ ଯାର ନାହିଁ
ତା ଠାରୁ ଆଉ ବଡ଼ ବୀର
ମୁଁ ଯେ କେଭେ ଦେଖିନାହିଁ ।
କୃଷ୍ଟି ରେ ସେ ଚଞ୍ଚଳ
କିନ୍ତୁ ଦୁନିଆ ଜାଣେନା ।
ଯୁଦ୍ଧ କରେ ନିତି ଶତ୍ରୃ ସଙ୍ଗେ ,
ଯୁଗ ତାକୁ ମାନେନା
ଖୋଜେନା ପ୍ରଶିଦ୍ଧି
ଅବା ପ୍ରମାଣପତ୍ର ଯୋଗ୍ୟତା ର
ଦୁନିଆ ମାନୁ ନ ମାନୁ
ସେ ହିଁ ଜଗତେ କର୍ମଵୀର !!
ଆଜି କାମ ଏବେ କରେ
ଯାହା ଚାହେଁ କରି ଦେଖାଏ
ମାନେ ମନ ର ଶୁଣିଥାଏ ସଭି ଙ୍କୁ
ନିଜର ସାହାଯ୍ୟ ନିଜେ ହିଁ କରେ ଯେ
ପର ଦ୍ଵାରେ ବିପଦେ ଯାଏନା
ଯା' ଙ୍କ ପାଦ
କୌଣସି ଏମିତି କାମ ନାହୀଁ
ହେବ ତାଙ୍କୁ ଅସାଧ୍ୟ
ଯିଏ ମାଗଣାରେ ନଷ୍ଟ କରେନା
କାଣିଚାଏ ସମୟ
କର୍ମ କରେ,
କରେ ନାହିଁ ବୃଥା ବାର୍ତ୍ତାଳାପ
ଅତୀତ ର ମାୟାଜାଲ
କିମ୍ବା ଭବିଷ୍ୟତ ର ଚିନ୍ତା ନାହିଁ ଯା'ର ଚିତ୍ତେ
ସେ ହିଁ କର୍ମଵୀର
କୃଷ୍ଟି କରେ
ଚାହେଁ ନା ଯେ ମାଗଣା....
Subscribe to:
Post Comments (Atom)
Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ
ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗକରାଯାଇ ନୂତନ ଶବ୍ଦ ଗଠିତ ହୁଏ ସେଭଳି ବ୍ୟାକରଣଗତ ନିୟମକୁ ତଦ୍ଧିତ କୁ...
No comments:
Post a Comment