କେନ୍ଦୁଝର ଗଡ଼ରେ ମାଛ କାନ୍ଦଣା ଯୋଡ଼ ଖୋଳା ପାଇଁ ବେଠୀ ବେଗାରୀ ର ପ୍ରବଳ ଜୁଲୁମ ର ପ୍ରତିବାଦରେ ଭୁୟାଁ ମାନେ 1891 ସାଲରେ ଧରଣୀଧରଙ୍କ ନେତୃତ୍ଵରେ ଏକ ମେଳି କରିଥିଲେ ।
ମେଳି ର ସର୍ଦ୍ଦାର ଧରଣୀଧର ମହାରାଜ ଧନୁର୍ଜୟ ନାରାଯଣ ଭଂଜ ଙ୍କ ସାହାଯ୍ୟ ଓ ପୃଷ୍ଠପୋଷକତାରେ କଟକ ସର୍ଭେ ସ୍କୁଲରେ ଶିକ୍ଷା ସମାପ୍ତ କରି,କେନ୍ଦୁଝରରେ ସର୍ଭେୟର ରୁପେ ନିଯୁକ୍ତ ହୋଇଥିଲେ ।
କିନ୍ତୁ
ଭୁୟାଁ ମାନଙ୍କ ମଧ୍ଧରେ ଶିକ୍ଷା ବିସ୍ତାର କରିଥିବା ଅପରାଧରେ ଧରଣୀଧର କ୍ରମେ ରାଜାଙ୍କର ବିଷଚକ୍ଷୁରେ ପଡ଼ିଥିଲେ ଓ ମହାରାଜା ଧର୍ନୁଜୟ ନାରାୟଣ ତାଙ୍କୁ ଗିରଫ କରିବା ପାଇଁ ସୁଯୋଗର ଅବକାଶ ଅପେକ୍ଷା କରି ରହିଥିଲେ ।
ଏହି ସମୟରେ ମାଛକାନ୍ଦଣା ଯୋଡ଼ ଖୋଳାରେ ବେଠୀ ଜୁଲୁମ ବିରୁଦ୍ଧ ରେ ଭୁୟାଁ ମାନଙ୍କ ମଧ୍ଧରେ ମେଳି ଆରମ୍ଭ ହେବାରୁ ଧନୁର୍ଜୟ ନାରାୟଣ ଧରଣୀଧରଙ୍କ ଭାଇଙ୍କୁ ଗିରଫ କରିନେଲେ ।
ଏହାପରେ ରାଜନୀପିଡନରୁ ନିଜ ନିଷ୍କୃତିର ସମ୍ଭାବନା ନ ଦେଖି,
ଧରଣୀଧର ଭୁୟାଁ ମେଳିରେ ନେତୃତ୍ଵ ନେଇଥିଲେ ।
ଏ ମେଳିର ଇତିହାସ ଓ ସେଥିରେ ସୁପ୍ରସିଦ୍ଧ ଔପନ୍ୟାସିକ ତତ୍ କାଳୀନ ଆସିଷ୍ଟାଣ୍ଡ୍ ଦେଵାନ୍ ଫକୀରମୋହନ ସେନାପତିଙ୍କ ଭୂମିକା
ପୁଣି ବିଦ୍ରୋହୀ ଭୁୟାଁ ମାନଙ୍କ କବଳରୁ ତାଙ୍କର ନାଟକୀୟ ଆତ୍ମରକ୍ଷାର ବିବରଣୀ,
ସେ ନିଜ
ଆତ୍ମଚରିତ ରେ ବିଶଦ ଭାବରେ ବର୍ଣନା କରି ଅଛନ୍ତି ।
ଫକୀର ମୋହନ ସେନାପତି ଙ୍କ ଆତ୍ମଚରିତ ରେ
ଫକୀରମୋହନ , ଉତ୍କଳଗୌରବ ମଧୁସୁଦନଙ୍କୁ
ଏକ ଗୁପ୍ତ ପତ୍ର ପ୍ରେରଣ କରିଥିବା କଥା ଉଲ୍ଲେଖ କରାଯାଇଅଛି ।
ପତ୍ରଟିରେ ଏତିକି ଲେଖାଯାଇଥିଲା ....
"ଭୋଳାନାଥ ଖମାରୀଆ ଜାଣିବୁ, ମହାରାଣୀ ଭୀକ୍ଟୋରିଆଙ୍କ ପୁତ୍ରଙ୍କ ସକାଶେ ଅତ୍ୟନ୍ତ ଜରୁରୀ, ଅତିଶୀଘ୍ର ଶହେ ପାନ ଦୁଇଶହ ଗୁଆ ପଠାଇବୁ, ଉତ୍ତର ପଟୁ ମାହାରା କରି ଆଖିବାଡି ରେ ପାଣି ବୁହାଇବୁ, ନହେଲେ ଆଖୁବାଡି ବିନାଶ ଯିବ ଜାଣିବୁ"...
ଆତ୍ମଚରିତ ଇଙ୍ଗିତ କରେ ଯେ,
ମଧୁସୁଦନ ଚିଠି ରେ ଲୁକ୍କାଇତ ପ୍ରକୃତ ଅର୍ଥ କୁ ସରକାରଙ୍କୁ କହିଦେବାରୁ ଯାଇ ଫକୀରମୋହନଙ୍କ ଜୀବନ ବଞ୍ଚିଯାଇଥିଲା ଏବଂ ଧରଣୀଧର ଷଡତଂତ୍ର ର ଶିକାର ହୋଇ
ଇଂରେଜ ଙ୍କ ହାତରେ ଧରା ପଡ଼ିଲେ ।
ତେବେ ଅଧୁନା ଏ ବିଷୟକ କେତେକ ସତ୍ୟ ପ୍ରଘଟ ହେଲା ପରେ
ଓଡ଼ିଆ ଉଇକିପିଡିଆ ଘଟଣା କୁ ଭିନ୍ନ ପ୍ରକାର ର ବର୍ଣନା କରିଅଛି !
ଫକୀରମୋହନ ତଥା ମଧୁବାବୁ ଙ୍କୁ ଦୋଷୀ ନ କରି
ବଡ଼ ଚାଲାକି ର ସହ
ଧରଣୀଧରଙ୍କୁ ମହିମାମଣ୍ଡିତ କରାଯିଇଛି !
ଉଇକିପିଡିଆ ରେ ଧରଣୀଧର ଓ ପ୍ରଜାମେଳି ସମ୍ବଦ୍ଧ ରେ ଲେଖାଯାଇଥିବା
ତଥ୍ୟ ଟିକୁ ଏଠାରେ
ଉଦୃତ୍ତ କରାଗଲା....
ଇଂରେଜ ସରକାର ବିଦ୍ରୋହକୁ ଦମନ କରିବାକୁ ଚାଇଁବସା ର ଡେପୁଟି କମିଶନର ଏଚ. ଡାଉସନଙ୍କୁ କେନ୍ଦୁଝର ପଠାଇଲେ ।
ଏପଟେ ଧରଣୀଧର ରାଜା ବିହୀନ କେନ୍ଦୁଝରର ଟିକାୟତ ଭାବେ ନିଜକୁ ଘୋଷଣା କରି ରାଇସୁଆଁ ର
ଏକ ଆମ୍ବତୋଟା ମଧ୍ୟରେ ଦରବାର ବସେଇଲେ ।
ଏହି ସମୟରେ ବିଦ୍ରୋହୀମାନଙ୍କ ଦ୍ଵାରା ଦେବାନ ଫକୀରମୋହନ ଧରାପଡ଼ିଲେ ।
ତାଙ୍କ ପରି ଜଣେ ଗୁଣୀ ବ୍ୟକ୍ତିଙ୍କୁ ବନ୍ଦୀ ନକରି ଧରଣୀଧର ଫକୀରମୋହନଙ୍କୁ ନିଜର ପରମର୍ଶଦାତା ରୂପେ ନିଯୁକ୍ତ କରି ବିଦ୍ରୋହ ଚଳାଇଲେ ।
ଡାଉସନ ମଧ୍ୟ ତାଙ୍କୁ ଓ ତାଙ୍କର ସାଥୀମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଥାନ୍ତି ।
ଏହି ସମୟରେ ଧରଣୀଧର ପୁଣିଥରେ ରାଜନଅର ଅକ୍ତିଆର କରିବାକୁ ଯୋଜନା କଲେ,
କିନ୍ତୁ ଫକୀରମୋହନଙ୍କ ବିଚକ୍ଷଣ କୂଟନୀତି ଯୋଗୁଁ ତାହା ବିଫଳ ହେଲା ।
ପୁଣି, ଫକୀରମୋହନଙ୍କ ପରାମର୍ଶରେ ସେ ଡାଉସନଙ୍କୁ ଦେଖାକରି ସବୁ କଥା ଜଣାଇବା ପାଇଁ ଯିବାକୁ ରାଜି ହୋଇଗଲେ ।
ସରଳ ବିଶ୍ଵାସୀ ଧରଣୀଧର ଏହା ଭିତରେ ଥିବା ଷଡଯନ୍ତ୍ରକୁ ବୁଝି ନପାରି ଅଳ୍ପ କିଛି ସାଥୀଙ୍କୁ ଧରି ଡାଉସନଙ୍କୁ ଦେଖା କରିବାକୁ ଗଲେ ଏବଂ ବନ୍ଦୀ ହେଲେ ।
ଧରଣୀଧରଙ୍କ ବନ୍ଦୀ ହେବାପରେ ବିଦ୍ରୋହୀମାନେ ଆନ୍ଦୋଳନ ଜାରି ରଖିପାରିଲେ ନାହିଁ ଏବଂ ବିଦ୍ରୋହର ଅକାଳ ଅବସାନ ଘଟିଲା ।
ବିଦ୍ରୋହ କରିଥିବା ଅପରାଧରେ ବିପ୍ଳବୀ ଧରଣୀଧରଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଗଲା ।
ଧରଣୀ ଗିରଫ ହୋଇ ମେଳିରେ ନେତୃତ୍ଵ ନେଇଥିବା ଅପରାଧରେ ପାଇଲେ ସାତବର୍ଷ ସଶ୍ରମ କାରାଦଣ୍ଡ ।
ଅନ୍ୟ ଆସାମୀ ମାନଙ୍କୁ ମିଳିଲା ପ୍ରତ୍ୟେକଙ୍କୁ ଦୁଇ ତିନି ବର୍ଷ ହିସାବରେ ସଶ୍ରମ କାରାଦଣ୍ଡାଦେଶ । ମାତ୍ର ମହାରାଜ ଧନୁର୍ଜୟ ନାରାୟଣଙ୍କ ପ୍ରଜାପୀଡ଼ନ ହେତୁ ଶାନ୍ତିପ୍ରିୟ ନିରୀହ ଭୁୟାଁମାନେ ଯେ ବିଦ୍ରୋହୀ ହୋଇଥିଲେ ! ସେଥିରେ ଇଂରେଜ ସାହେବ ଟୟନବୀଙକର ସନ୍ଦେହ ନ ଥିଲା । ରାଜା ପାତ୍ର ଅମାତ୍ୟ ଙ୍କ ସମସ୍ତ କୂଟ କପଟ ହାର ମାନିଥିଲା ।
ଟୟନବୀଙ୍କ ଆଦେଶ ହେଲା 'ମହାରାଜ ଧନୁର୍ଜୟ ନାରାୟଣ ଭଞ୍ଜ ଯଥାଶୀଘ୍ର କେନ୍ଦୁଝରଗଡ଼ ପରିତ୍ୟାଗ କରି ଚାଲିଯିବେ, ନଚେତ ପୋଲିସ ତାଙ୍କୁ ସେଠାରୁ ଧରି ଆଣିବା ପାଇଁ ବାଧ୍ୟ ହେବ ।
ମୟୁରଭଞ୍ଜର ର ସୁପରିଟେଣ୍ଡେଣ୍ଟ ଉଆଲୀ ସାହେବ , ମୟୁରଭଞ୍ଜରୁ ବଦଳୀ ହୋଇ କେନ୍ଦୁଝର ର ଶାସନ ଦାୟିତ୍ଵ ଗ୍ରହଣ କରିବେ । ସେ ପର୍ଯ୍ୟନ୍ତ ଫକୀରମୋହନ ସେନାପତି ରହିବେ କେନ୍ଦୁଝର ଜିଲ୍ଲା ଦାୟିତ୍ଵରେ ।'
ସୁତରାଂ , ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଏବଂ ତାଙ୍କ ବିଶ୍ଵସ୍ତ ଅମାତ୍ୟ ଡରି ରାଜ୍ୟଚ୍ୟୁତ ହୋଇ କଟକ ପଳାଇ ଆସିଲେ ।
ପରେ ମଧୁବାବୁ କିଭଳି ଭାବେ ରାଜା ଧନୁର୍ଜୟ ଙ୍କ ସପକ୍ଷରେ କେସ ଲଢ଼ି ତାଙ୍କୁ ନିଜ ରାଜ୍ୟ ଫେରାଇଦେବାରେ ସଫଳ ହୋଇଥିଲେ ତାହା ଆଜି ଇତିହାସ ।
ସାତ ବର୍ଷ କାରାଦଣ୍ଡ ଭୋଗ କରି ଜେଲ ରୁ ମୁକୁଳିଲା ପରେ ଧରଣୀଧର ଭୁୟାଁ ପୁରୀ ର ବାଙ୍କୀ ମୁହାଣରେ ସେ ଅନେକ ବର୍ଷ ତପସ୍ୟାରତ ରହିଥିଲେ ।
ଏ ସମୟରେ ତାଙ୍କ ସହିତ ଦେଖା କରିବାକୁ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଆଦି ମନୀଷୀମାନଙ୍କର ଆଗମନ ହୋଇଥିଲା । ଏହାପରେ ୧୯୧୨ ମସିହାରେ ପୁରୀଠାରୁ ଆଳି ଯାଇ ସେଠାରେ ଆଶ୍ରମ ସ୍ଥାପନା କରି ସନ୍ୟାସୀ ଜୀବନ ଅତିବାହିତ କରିଥିଲେ । ୧୬ ମଇ ୧୯୧୪ମସିହାରେ ତାଙ୍କର ମୃତ୍ୟୁ ହେଇଥିଲା ।
Subscribe to:
Post Comments (Atom)
ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସମାଜ ରେ ହୋଇଥିଲା ଏକ ସାହିତ୍ୟ ଯୁଦ୍ଧ ଯାହା “ବୀଜୁଳୀ-ଇନ୍ଦ୍ରଧନୁ ସଂଘର୍ଷ” ନାମରେ ଜଣାଶୁଣା । ଗୋଟିଏ ପଟରେ ଥିଲେ କବିବର ରାଧାନାଥ ...
No comments:
Post a Comment