Sunday, March 4, 2018

●ମୁଣ୍ଡାରୀ ଏବଂ ଓଡ଼ିଆ ଭାଷାରେ ଥିବା କେତେକ ପାରସ୍ପରିକ ସାମ୍ୟ ଥିବା ଶବ୍ଦ●

ମୁଣ୍ଡାରୀ ଶବ୍ଦ ଲେତି ଟି  ପଶ୍ଚିମ ଓଡିଶାରେ ଲେଁତୀ ହୋଇ ପ୍ରଚଳିତ । ଏହାର ଅର୍ଥ ପକ୍ଵ ଆମ୍ର ।

କାମ ପାଇଁ ଆମ ପାଖରେ ଶବ୍ଦଟିଏ ଅଛି ପାଇଟି । ଏଇ ଶବ୍ଦ ମୁଣ୍ଡାରୀ ଭାଷାରେ କାମ ବଦଳରେ ଚଳେ । ଆମେ ଯୁକ୍ତ ଶବ୍ଦ ଵ୍ୟଵହାର କଲାବେଳେ କୁହନ୍ତି କାମପାଇଟି ।

ମୁଣ୍ଡାରୀ ଓ ଓଡ଼ିଆ ଭାଷାରେ ମାହାଳିଆ ଶବ୍ଦ ମାଗଣା ପାଇଁ ଵ୍ୟଵହୃତ ।

ମୁଣ୍ଡାରୀ ର ସେଟା ଶବ୍ଦ ଓଡ଼ିଆ ଭାଷାରେ ହେଟା ଶବ୍ଦ ସହ ଅର୍ଥଗତ ସାମ୍ୟ ରଖେ । ଆମେ ହେଟା ସହିତ ବାଘ ଶବ୍ଦ ଯୋଡି଼ ହେଟାବାଘ କହିଥାନ୍ତି ।

ମୁଣ୍ଡାରୀ ର ଚିରୁଗୁନୀ ସହ ଓଡ଼ିଆ ଭାଷାର ଚିରୁଗୁଣୀ ର ଅର୍ଥ ଗତ ସାମ୍ୟ ଅଛି (ପିଶାଚୀ-ଡାଆଣୀ) ।

ମୁଣ୍ଡାରୀ ର ଚେମ୍ରେ ସହିତ ଓଡ଼ିଆ ଭାଷାର ଚେମାରୀ ଶବ୍ଦ ର ସାମ୍ୟ ଅଛି । ଚେମରୀ ଚଢେ଼ଇ କୁ କିଏ ନ ଦେଖିଛି ।

ମୁଣ୍ଡାରୀ ରେ କଜି=କଳି ଓଡ଼ିଆରେ ସେଇଭଳି ଅଛି କଜିଆ ଶବ୍ଦ । ଲୋକେ ସାଧାରଣତଃ କଳିକଜିଆ ଶବ୍ଦ ଵ୍ୟଵହାର କରିଥାନ୍ତି ।

ଓଡ଼ିଆ ଭାଷାର ଖୁଡି ସହ ମୁଣ୍ଡାରୀ ର କୁରୀ ଶବ୍ଦ ର ଅର୍ଥଗତ ସାମଜସ୍ୟଜତା ଅଛି ।

ସେଇଭଳି ଉଭୟ ମୁଣ୍ଡାରୀ ଏବଂ ଓଡ଼ିଆ ଭାଷାରେ ଵାମକୁ ଡେଵେରୀ କୁହାଯାଏ ।

ମୁଣ୍ଡାରୀ ର କୁଲିଆ ଶବ୍ଦର ବିଲୁଆ,
ଏ ଶବ୍ଦ ପରି ପଶ୍ଚିମ ଓଡ଼ିଶାରେ କୁହ୍ଲିଆ ଶବ୍ଦ ଏକା ଅର୍ଥରେ ଚଳୁଅଛି ।

ମୁଣ୍ଡାରୀ ଭାଷାର କେରା ର ଅର୍ଥ ବେଙ୍କାଏ,ଗୋଛା
ସେଇ ଏକା ଅର୍ଥରେ ଓଡ଼ିଆ ଭାଷାର ଶବ୍ଦ କେରାର ପ୍ରୟୋଗ ହୋଇଥାଏ ।

ଉଭୟ ମୁଣ୍ଡାରୀ ଏବଂ ଓଡ଼ିଆ ଭାଷାରେ ଏକା ଅର୍ଥରେ ମୋଟୋ ଓ ମୋଟା ଶବ୍ଦ ଚଳୁଅଛି ।

ମେଲାପାଟିକୁ ମୁଣ୍ଡାରୀ ଭାଷାରେ ଆଙ୍ଗ କୁହାଯାଏ ଓଡ଼ିଆରେ ମଧ୍ଯ ପାଟିମେଲା କରିବାକୁ ଆଁ କରିବା କୁହାଯାଏ । ତେବେ ଓଡ଼ିଆ ଭାଷାର ଆଁ ଶବ୍ଦଟି ବହୁତ ସମ୍ଭବ  ଧ୍ଵନ୍ୟାନୁକରଣରୁ ସୃଷ୍ଟ ଏକ ମୌଳିକ ଶବ୍ଦ ପରି ଲାଗେ ।

ମୁଣ୍ଡାରୀ ଭାଷାରେ ଅମିବା ଅର୍ଥ ପହଞ୍ଚିବା
ଏ ଶବ୍ଦ ପରି ସାଦୃଶ୍ୟ ଥିବା ଏକ ଶବ୍ଦ
ଅମିବା ଏକା ଅର୍ଥ ସହ ପଶ୍ଚିମ ଓଡ଼ିଶାରେ ଚଳୁଅଛି ।

ଓଡ଼ିଆ ଭାଷାରେ ଛାତରେ ଵ୍ୟଵହୃତ କାଠକୁ ଓରା କୁହାଯାଏ
ଠିକ ସେହିପରି ମୁଣ୍ଡାରୀ ଭାଷାରେ ଘରକୁ ଓରା କୁହାଯାଏ ।

ମୁଣ୍ଡାରୀ ଓ ଓଡ଼ିଆ ଭାଷାରେ ଏଇଭଳି ଅନେକ ପାରସ୍ପରିକ ସାମ୍ୟ ଥିବା ଶବ୍ଦ ଅଛି । ଭବିଷ୍ୟତରେ ଏ ବାବଦରେ ଏକ ଭିନ୍ନ ଧରଣର ଅଭିଧାନ ପ୍ରଣୟନ କରାଯାଅନ୍ତା ଯଦି ଉଭୟ ଭାଷାର ଲୋକେ ଉପକୃତ ହୁଅନ୍ତେ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...