Saturday, March 17, 2018

ଦୁଇସାଙ୍ଗ

ଦୁଇଜଣ ଅଭିନ୍ନ ମିତ୍ର ଜଙ୍ଗଲରେ ଯାଉଥିଲେ । କିଛି ବାଟ ଗଲାରୁ ତାଙ୍କର ବିପରୀତ ଦିଗରୁ ତାଙ୍କ ଆଡ଼କୁ ଭାଲୁଟାଏ ଆସୁଥିବା ସେମାନେ ଦେଖିବାକୁ ପାଇଲେ ।
ତହୁଁ ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗ ତଳେ ଆଣ୍ଠେଇ ଶ୍ରୀକୃଷ୍ଣଙ୍କୁ ଏ ବିପଦରୁ ରକ୍ଷା ପାଇଁ  ପ୍ରାଥନା କଲା ଏବଂ ଆରସାଙ୍ଗ ଜଣକ ତଳେ ବସି ଆପଣା ଯୋକ୍ତ୍ରର ଦଉଡି଼କୁ ଶକ୍ତ କରି ବାନ୍ଧିବାକୁ ଲାଗିଲା । ଦ୍ଵିତୀୟ ସାଙ୍ଗର ଯୋକ୍ତ୍ର ବନ୍ଧା ଦେଖି ତାକୁ ପ୍ରଥମ ସାଙ୍ଗଟି ପଚାରିଲା “ମିତ୍ର ତମେ କ’ଣ ଭାବୁଛ ଯେ ଭାଲୁଠାରୁ ଅଧିକ ଦୃତଗତିରେ ଏଠାରୁ ଦଉଡି଼ ତାଠାରୁ ମୁକୁଳି ପାରିବ ?”
ଏହା ଶୁଣି ଦ୍ଵିତୀୟ ସାଙ୍ଗ ଜଣକ ପ୍ରଥମ ସାଙ୍ଗକୁ କହିଲା
“ବନ୍ଧୁ,ମୋତେ ଭାଲୁଠାରୁ ଦୃତ ଦୌଡିବା ର କୌଣସି ଆଵଶ୍ୟକତା ନାହିଁ ମୋତେ ତୁମଠାରୁ ଅଧିକ ଦୃତ ଦୌଡି଼ବାର ଅଛି”

(ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ହେ ମନୁଷ୍ୟ ମାନେ ତୁମେ ମୋର ହସ୍ତ, ତୁମ ମାନଙ୍କ ଦ୍ଵାରା ମୁଁ ମୋର କାର୍ଯ୍ୟ ସାଧନ କରେ । ତେଣୁ ଆପଣାର ରକ୍ଷା ସ୍ବହସ୍ତରେ ଥାଏ । ନିଜେ ସ୍ଵରକ୍ଷା ନକରିପାରେ ତାକୁ ଈଶ୍ୱର ମଧ୍ଯ ବଞ୍ଚାଇପାରିବେ ନାହିଁ)

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...