Sunday, March 4, 2018

ବାଲେଶ୍ବର ର ନାଆଁ ପଛର ଇତିହାସ କ’ଣ ?

ବାଲେଶ୍ବର ର ନାଆଁ ପଛର ଇତିହାସ କ’ଣ ?

ଐତିହାସିକ ଓ ବୁଦ୍ଧିଜୀବୀ ମହଲରେ ଏ ବିଷୟରେ ନାନାଦି ମତ ପ୍ରଚଳିତ । ତନ୍ମଧ୍ୟରୁ କେତେକ ଜଣାଶୁଣା ମତ ଏଠାରେ ଉପସ୍ଥାପନ କରାଗଲା ।

1.‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ ମତ ଦେଇଛନ୍ତି ଯେ -ବାଲେଶ୍ବର ଏକ ଯାଵନିକ ଶବ୍ଦ । ଵାଲା-ଏ଼-ଶୋ଼ର ହେଉଛି ବାଲେଶ୍ବର । ଏହା ଏକ ପାର୍ସୀ ଶବ୍ଦ ଓ ଏହାର ଅର୍ଥ ହେଲା ସମୁଦ୍ରକୂଳସ୍ଥ ସହର

2.ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଦୁଇଟି ପାର୍ସୀ ଶବ୍ଦ
ଵାଲାଏ(ଉପରେ)+ସୋର(ସହର)=ବାଲେଶ୍ବର ନାମ ହୋଇଛି ।
3.ଆଉ କିଛି ଲୋକ ମତ ଦିଅନ୍ତି ଯେ ଏ ନଗରକୁ ତୃତୀୟ ଶତାବ୍ଦୀରେ ଉତ୍କଳର ଜନୈକ ରାଜା ବାଲୁକେଶ୍ଵର ସ୍ଥାପନ କରିଥିଲେ ବୋଲି ଏ ନଗରର ଏଭଳି ନାମକରଣ ହୋଇଅଛି ।

4.ଅନ୍ୟ ଏକ ମତ ଅନୁସାରେ
ବାଲେଶ୍ବର ଯେହେତୁ ପ୍ରାଚୀନକାଳରୁ ଅଷ୍ଟାଦଶ ଶତାବ୍ଦୀ ଯାଏଁ ନୌବାଣିଜ୍ୟ ଓ ନୌଯାତ୍ରା ପାଇଁ ଲୋକପ୍ରିୟ ଥିଲା ଏବଂ ଏଠାରୁ ସାଧାରଣତଃ ବାଲିଦ୍ଵୀପକୁ ବୋଇତ ମାନ ଆତଯାତ ହେଉଥିଲା ତେଣୁ ଏ ବାଲି ଶବ୍ଦ ବଦଳିଯାଇ ପରବର୍ତ୍ତୀ କାଳରେ ବାଲେଶ୍ବର ନାମ ହୋଇଛି ।
ବାଲେଶ୍ବରରେ ବାଲିଘାଟ ବନ୍ଦର ଓ ପରମିଟ ଘାଟ ତଥା ଉନବିଂଶ ଶତାବ୍ଦୀର ତୃତୀୟ ଵର୍ଷରେ ସୁନାମୀ ଯୋଗୁଁ ନଷ୍ଟ ଯାଇଥିବା ପିପିଲି ଆଦି ଅନେକ ପୋତାଶ୍ରୟର ଐତିହାସିକ ଚିହ୍ନ ଆଜି ଵି ଏ ଅଞ୍ଚଳରେ ଏହି ପ୍ରାଚୀନ ନୌବାଣିଜ୍ୟ ନୌଯାତ୍ରାର ପ୍ରମାଣ ଦେଇଥାଏ ।

5.ଆଉକିଛି ଲୋକ କୁହନ୍ତି
ବାଲେଶ୍ବର ଓ ଏହାର ଆଖପାଖରେ
ଶିବଙ୍କ ପ୍ରଶିଦ୍ଧ ମନ୍ଦିର ଅନୁସାରେ ସେହି ମନ୍ଦିର ଥିବା ସହର ସବୁର ନାମକରଣ ହୋଇଅଛି । ଉଦାହରଣ ସ୍ୱରୂପ ଜଳେଶ୍ବର,ପଞ୍ଚଲିଙ୍ଗେଶ୍ଵର,
ଚନ୍ଦନେଶ୍ଵର,ଭୂଷଣ୍ଡେଶ୍ଵର,ଲଙ୍ଗଳେଶ୍ଵର ଆଦି ଅନେକ ଅଞ୍ଚଳ ଏଠାରେ ଅଛି । ଏସବୁ ଅଞ୍ଚଳରେ ଏହି ନାମରେ ଗୋଟିଏ ଗୋଟିଏ ମନ୍ଦିର ମଧ୍ଯ ଅଛି । ସେଇଭଳି ବହୁତ ସମ୍ଭବ
ଏଠାରେ ଏକ ଅପ୍ରଶିଦ୍ଧ ଶିବ ମନ୍ଦିର  ବାଲୁଙ୍କେଶ୍ଵର ନାମରେ ଏ ସହରର ନାମ ଅପଭ୍ରଂସ ହୋଇ ବାଲେଶ୍ବର ହୋଇଅଛି ।

6.ପୁଣି କେତେକ ଲୋକଙ୍କ ମତରେ ବାଲେଶ୍ୱର ସହର ର ନାଆଁଟା  ବାଣେଶ୍ୱର ଶିବଙ୍କ ନାମରେ ହୋଇଥାଇପାରେ । କୁହାଯାଏ ବାଣେଶ୍ଵର
ସ୍ଵୟଂ ବାଲେଶ୍ୱର ର ଆରାଧ୍ୟ ଦେବତା ଓ ବାଲିଘାଟ ପଡ଼ିଆ ପାଖରେ ତାଙ୍କର ମନ୍ଦିର ମଧ୍ଯ ଅଛି । ଯେ କୌଣସି ମଙ୍ଗଳ କାର୍ଯ୍ୟରେ ଏବେବି ତାଙ୍କୁ ପ୍ରଥମ ନିମନ୍ତ୍ରଣ ଦେବାର ବିଧି ଵି ବାଲେଶ୍ୱର ରେ ପାଳିତ ହୁଏ ।

ସାଧାରଣତଃ
ଆମେ ମାନେ ଲେଖିଲାବେଳେ ବାଲେଶ୍ବର ଲେଖନ୍ତି କହିଲା ବେଳେ ବାଲେଶର,ବାଲେଶୋର କହିଥାନ୍ତି
ଠିକ ସେଇମିତି ଲେଖିଲା ବେଳେ ଭୂବନେଶ୍ୱର
ଲେଖାହୁଏ କହିଲାବେଳେ
ଭୂଏଁଶର,ଭୂଵନଶୋର,ଭୁଅନଶର,ଭୁବନେଶର ଆଦି କହିଥାନ୍ତି ...
ଇଂରାଜୀ ଭାଷାରେ ବାଲେଶ୍ଵରକୁ ବାଲେଶୋର (balesore) ଲେଖା ହୋଇଥାଏ । ଏହା ଇଂରାଜୀ ଭାଷାରେ ଲେଖାଗଲା ବେଳେ ନିଶ୍ଚିତ  ଶବ୍ଦ ଓ ଉଚ୍ଚାରଣଗତ ବିକୃତି ଯୋଗୁଁ ହୋଇଥିବ କିନ୍ତୁ ଓଡ଼ିଆ ଭାଷାରେ ବାଲେଶୋର ନଲେଖା ହୋଇ ବାଲେଶ୍ବର ଲେଖାଯିବା ତାହା ବି ଏ ଅଞ୍ଚଳର ସ୍ଥାନୀୟ ଅଧିଵାସୀଙ୍କ ଦ୍ଵାରା,ଏହା “ବାଲେଶ୍ବର” ଏକ ବୈଦେଶିକ ଶବ୍ଦରୁ ଆସିଥିବା ମତକୁ ନୈତିକ ବିରୋଧ କରିଥାଏ ।

ଏ ବିଷୟରେ ଆଗକୁ ଆହୁରି ଅନୁଧ୍ୟାନ ହେଲେ ଆମେ ପ୍ରକୃତ ତଥ୍ୟ କ’ଣ ତାହା ପାଇ ପାରିବା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...