ଆଜି ଅର୍ନ୍ତରାଷ୍ଟ୍ରୀୟ ମହିଳା ଦିଵସରେ ନାରୀକୁ ନେଇ କିଏ କେତେ କ’ଣ ଲେଖିଛନ୍ତି । ଏ ଅକିଞ୍ଚନ ପାଖରେ ଏତେ ଜ୍ଞାନ, ସମୟ ଓ ସାମର୍ଥ୍ୟ ନାହିଁ ଯେ ସମସ୍ତ ଵିଷୟରେ ସବୁବେଳେ ଲେଖୁଥିବ । ତେବେ ନିଜର ଵ୍ୟସ୍ତଵହୁଳ ଜୀଵନରୁ ସମୟ ମିଳିଲେ 
ଗୀତ ଶୁଣିବାକୁ ସୁଖପାଏ । ଆଜି ଵି କିଛି ସମୟ ମିଳିଥିଲା ଯେ ଗୀତ ଶୁଣୁଥିଲି । କେତୋଟି ପୁରୁଣା ହିନ୍ଦୀ ଗୋଟିଏ ଦୁଇଟି ଇଂରାଜୀ ଗୀତ ଶୁଣିଲା ଉତ୍ତାରୁ ଅକ୍ଷୟ ମହାନ୍ତିଙ୍କ ନିମ୍ନଲିଖିତ ଗୀତଟି ବାଜି ଉଠିଲା । ଆଜି ବିଶ୍ଵ ମହିଳା ଦିବସରେ ସଂଯୋଗବଶତଃ ଏଭଳି ହୋଇଗଲା ଯାହା ମୋତେ କୌତୁହଳପ୍ରଦ ଲାଗିଲା । 
ପୁରୁଣା ପ୍ରଶ୍ନ ଯାଏ ପଚାରି 
ଦୁନିଆରେ କିଏ ଚତୁର ଭାରି 
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ.....
ଆଦିମ ଯୁଗେ ଥିଲେ ନନ୍ଦନେ
ଆଦି ମାତା ଆଦି ପିତା 
ଜ୍ଞାନ ଫଳଟି ଖାଇବା ପାଇଁ 
ମନା କଲେ ତ ଵିଧାତା 
ନାରୀ ବୁଦ୍ଧିରେ ପଡି଼ 
ପୁରୁଷ ଖାଇଲା ତୋଳି 
ସେଦିନୁ ତାଡୁ଼ଛି ମାଟି ଲଙ୍ଗଳ ଧରି 
ତେବେ କୁହ 
ତେବେ କୁହ
କିଏ ସେ ଚତୁର ଭାରି 
ପୁରୁଷ ଵା ନାରୀ....
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ....
ଇଭ୍ରିବଡି.....
ପୁରୁଷ ଵା ନାରୀ....
ପୁରୁଷ ଵା ନାରୀ....
ପୁରୁଷ ଵା ନାରୀ...
ପୁରାଣ ଯୁଗେ ଜଗନ୍ନାଥଙ୍କୁ 
ଗଢା଼ଉଥିଲେ ତ ରାଜା 
ତିନି ସପ୍ତାହ ଧରି ରହିବ ଦେଉଳ ଦୁଆର ବୁଜା
ରାଣୀ ବୁଦ୍ଧିରେ ପଡି଼ 
ଆଗରୁ ଦେଲେ ତ ଖୋଲି 
ସିଦିନୁଁ ଖଣ୍ଡିଆ ପ୍ରଭୁ ନୀଳାଦ୍ରିବିହାରୀ...
ତେବେ କୁହ 
ତେବେ କୁହ 
କିଏ ସେ ଚତୁର ଭାରି 
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ...
ଇଭ୍ରିବାଡି .....
ପୁରୁଷ ଵା ନାରୀ....
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ...
ଏ ଯୁଗେ ମୁହିଁ ପଡିଲି ପ୍ରେମେ 
ଗୋଟିଏ ଝିଅ ସାଥେ
ଦିହ ଛୁଇଁ ମୋ କହିଥିଲା ସେ 
ବାହା ହେବାକୁ ମୋତେ 
ବାହା ହୋଇ ସେ ଦିନେ 
ଆସିଲା ଆମରି ଘରେ 
ମୋର ବିଵି ନୁହେଁ 
ମୋର ଭାଵି ହୋଇ କରି
ତେବେ କୁହ 
ତେବେ କୁହ 
କିଏ ସେ ଚତୁର ଭାରି 
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ.....
ଇଭ୍ରିବଡି.....
ତେବେ କୁହ ତେବେ କୁହ 
କିଏ ସେ ଚତୁର ଭାରି 
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ....
ଓ୍ଵାନ୍ସ ମୋର୍......
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ.....
ପୁରୁଷ ଵା ନାରୀ...
ଗାୟକ:-ଶ୍ରୀ ଅକ୍ଷୟ ମହାନ୍ତି
No comments:
Post a Comment