Friday, March 16, 2018

●ଓଡ଼ିଆ ହୋଇ ବି ଯୋଉମାନେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରନ୍ତି ସେମାନେ ଖଦାଳ●

ଯେଉଁ ଓଡ଼ିଆମାନେ ଆଜି ଆପଣାକୁ ଓଡ଼ିଆ କହି ପରିଚୟ ଦେବା ପରିଵର୍ତ୍ତେ ଅନ୍ୟ ଜାତିର ବୋଲି କହିଥାନ୍ତି ସେମାନଙ୍କୁ ଖଦାଳ କହିବା କଥା । 
ପ୍ରକୃତରେ ଖଦାଳ ଏକ ଓଡ଼ିଆ ଗାଳୀ   (ଜାତିଵାଚକ ଶବ୍ଦ ଏହାଠାରୁ ଭିନ୍ନ ନିରୁକ୍ତୀ ଅର୍ଥ ବହନରେ =ଖଦି ଲୁଗା ବୁଣେ ଯେ) ଏବଂ ବୋଧହୁଏ ଖଦ୍ ଧାତୁ+ଆଳ=ଖଦାଳ  ହୋଇଥାଇପାରେ ।
ଯଦି  “ଖଦ୍ ଧାତୁ କିମ୍ବା ଖଦ +ଆଳ=ଖଦାଳ”
ତେବେ ଏହାର ଟିକିଏ ତର୍ଜମା କଲେ ଆମ୍ଭେ ଏହାର ଅର୍ଥ ବ୍ୟାଖ୍ୟା କରିପାରିବା ।

ଖଦ୍ ଧାତୁର ଅର୍ଥ ଆଘାତ କରିବା, ହତ୍ୟା କରିବା
ଦେଖାଯାଏ ଜଗତରେ ମୂର୍ଖମାନେ

(ଅହଂକାରୀ, ଦୂର୍ବଚନୀ,ହଠକାରୀ,ଅପ୍ରିୟବାଦୀ ମାନେ) 
ପ୍ରାୟତଃ  ହତ୍ୟା କରନ୍ତି
ଵିଶ୍ଵାସ ଠାରୁ ରାଷ୍ଟ୍ର,ଜାତି ଓ ସଂସ୍କୃତି ପର୍ଯ୍ୟନ୍ତ ଯେତେ ସବୁ ପରିଚୟର କେବଳ ସାମାନ୍ୟ କେତେକ ସୁଵିଧା ସୁଯୋଗ ଓ ସମ୍ମାନ ପାଇଁ ....

ତେଣୁ ସେମାନେ ହିଁ ଖଦାଳିଆ ଲୋକ । ଯେଉଁମାନେ ହତ୍ୟା କରନ୍ତି ....
ଆଘାତ କରନ୍ତି....
କାହାର ମନକୁ....
କା’ ମନର ଆଶାକୁ....
ମଣିଷକୁ.....
ସମାଜକୁ....
ଜାତିକୁ.....
ସଂସ୍କୃତି କୁ....
  ଆପଣା ମୂର୍ଖାଣ୍ଡିଆପଣ ସକାଶେ
ସେ ସମସ୍ତେ ଖଦାଳ ଓ ଖଦାଳିଆ ପଦଵାଚ୍ୟ
...

ଓଡ଼ିଆ ହୋଇ ମଧ୍ଯ ଯେ ଆପଣାକୁ ଛତିଶଗଡୀ,ଝାଡଖଣ୍ଡି, ବଙ୍ଗାଳୀ, ତେଲୁଗୁ ,ହିନ୍ଦିଆ ଆଦି ପରିଚୟ ଦିଅନ୍ତି ସେମାନେ ମୋ ଆଖିରେ ଖଦାଳ ବା ଖଦାଳିଆ

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...