Monday, March 5, 2018

ବିଜୁ ପଟ୍ଟନାୟକ ଓଡ଼ିଶାରେ କାହିଁକି ଜନ୍ମ ଗ୍ରହଣ କରି ଆମ ପରମ-ପବିତ୍ର ମାତୃଭୂମିର ନାଆଁ ବଦନାମ କଲେ ?

ବିଜୁ ପଟ୍ଟନାୟକ ଓଡ଼ିଶାରେ କାହିଁକି ଜନ୍ମ ଗ୍ରହଣ କରି ଆମ ପରମ-ପବିତ୍ର ମାତୃଭୂମିର ନାଆଁ ବଦନାମ କଲେ ? ଓଡ଼ିଶାର ଲୋକେ ଆଜି ଯେମିତି ତାଙ୍କ ପୁତ୍ର ପାଇଁ ତାଙ୍କୁ ଦୋଷ ଦେଉଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସେ ଆଦୌ ଭଲ ଲୋକ ନୁହେଁ । ବିଜୁପଟ୍ଟନାୟକଙ୍କ
ଚରିତ୍ର ଯାହା ମୁଁ ପଢି଼ଛି ତହିଁରୁ କେତୋଟି କଥା ଵିଷୟରେ ଚାଲନ୍ତୁ ଟିକିଏ ଵିଚାର କରିନେବା ।
ତାଙ୍କ ମାତାପିତାଙ୍କ ତୃତୀୟ ସନ୍ତାନ ବିଜୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ଜନ୍ମ ନେଇଥିଲେ ଏବଂ ତାଙ୍କ ପିତାମାତା ମୂଳତଃ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଵାସିନ୍ଦା ଥିଲେ । ଏକେ ତ କରଣ ଜାତିର ପୁଣି କଟକ ଭଳି ବୀରଭୂମିରେ ଜନ୍ମ ହୋଇଥିବା ଜଣେ ଗଞ୍ଜାମ ଜିଲ୍ଲାର ଲୋକ ହେତୁ ସେ ସାଙ୍ଘାତିକ ସ୍ଵାଭିମାନୀ ହେବା ଅସମ୍ଭବ ଲାଗୁନାହିଁ । ଯେଉଁ ମାନେ ବିଜୁଙ୍କୁ ବିରୋଧୀଦଳର ନେତା ମନେ କରନ୍ତି ସେହି ଵିପକ୍ଷ ଦଳର କୁଜିନେତା ଓ ତାଙ୍କ ଚେଲାଏ ଏହି ସ୍ଵାଭିମାନକୁ ଚାହିଁଲେ ସଂଶୋଧନ କରି ଅହଙ୍କାର ବୋଲି ପଢିପାରିବେ 😂😂 । 

ହଁ ତେବେ ବିଜୁ ଟିକିଏ ବଡ଼ ହେଲାରୁ କୌଣସି ହିନ୍ଦୁ ଭଗଵା ଵିଦ୍ୟାଳୟରେ ନପଢି ଏକ ମ୍ଲେଛ ଫିରଙ୍ଗି ଦ୍ଵାରା ସ୍ଥାପିତ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ଶେଷ କଲେ । ଵିପକ୍ଷ ଦଳର ଲୋକ ତ ଵିଜୁଙ୍କୁ ଜଣେ ନାସ୍ତିକ କହିଥାନ୍ତି ଯେହେତୁ ସେ ନିଜ ବିଦ୍ୟାଳୟ ପାଠ ପଢା ସାରି ରେଭେନ୍ସା ମହାବିଦ୍ୟାଳୟରେ ବିଜ୍ଞାନ ପଢି଼ଥିଲେ । ବିଜୁ ଚାହିଁଥିଲେ ଜଣେ ପରମ ଆସ୍ତିକ ସନ୍ୟାସୀ ହୋଇପାରିଥାନ୍ତେ କିନ୍ତୁ ସେ ଜଣେ ନାସ୍ତିକ ବୋଲି ସଂସାରର ସବୁଠାରୁ ହୀନ  ବିଷୟ ବିଜ୍ଞାନ ପଢି଼ ଜଣେ ସାଂସାରିକ ଵ୍ୟକ୍ତିହୋଇ ରହିଗଲେ ।

ପୁଣି ଶୁଣାଯାଏ ବିଜୁ କୁଆଡ଼େ କଲେଜରେ ପଢୁଥିଲା ବେଳେ ବିଶ୍ଵବିଦ୍ୟାଳୟ ଫୁଟବଲ ଦଳର କ୍ୟାପଟେନ ରହିଆସିଥିଲେ ।
ଏ କଥାକୁ ଉପଲକ୍ଷ ଦେଇ ତାଙ୍କ ସମାଲୋଚକ ମାନେ ମତ ଦିଅନ୍ତି ଯେ ବିଜୁବାବୁ ଜଣେ ପକ୍କା ଖେଳୁଆଡ଼ ଥିଲେ । ସେ ଓଡ଼ିଆ ଲୋକଙ୍କ ମନ ଓ ଆକାଂକ୍ଷା କୁ ଫୁଟବଲ କରି ବହେ ଦିନ ହେବ ଫଲି ମାରି ମାରି ଖେଳିଥିଲେ 😀😀 ।

ବିଜୁ କଲେଜ ପଢା ଶେଷ ଉତ୍ତାରୁ   ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ ଏବଂ
ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାର‌ୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ । ଏହାକୁ ଭିତ୍ତି କରି ତାଙ୍କ ବିରୋଧୀ ଲୋକେ କୁହନ୍ତି ବିଜୁପଟ୍ଟନାୟକ ନାଆଁକୁ ମାତ୍ର ଭୂମିପୁତ୍ର ଆଖ୍ୟା ପାଇଥିଲେ । ସେ ତ ଆକାଶରେ ପକ୍ଷୀ ପରି ଉଡି଼ବୁଲୁଥିବା
ରାଜାସାହେବ ଜଣେ ମାଟିର ମଣିଷ ହୋଇଥିଲେ ଶଗଡ଼ଗାଡି଼ ଚଲାନ୍ତେ କି ଲଙ୍ଗଳ କଣ୍ଟି ଧରି ହଳ ବୁଲାନ୍ତେ । 

ବିଜୁପଟ୍ଟନାୟକ ତାଙ୍କ ଯୁବାକାଳରେ ଅନେକ ବଡ଼ ବଡ଼ କାମ ସବୁ କରିଥିବା ତାଙ୍କର ପ୍ରଶଂସକ ମାନେ ଛାତି ଫଟେଇ ବଖାଣନ୍ତି । ଯେମିତି କି
ଓଡ଼ିଶାରୁ ଲାହୋର ଏକାକୀ ସାଇକେଲ ଯାତ୍ରା...
ଆହୁରି କୁହନ୍ତି
ବିଜୁ ପଟ୍ଟନାୟକ ଯେତେବେଳେ ପଞ୍ଜାବର ଝିଅ ଜ୍ଞାନ ପଟ୍ଟନାୟକଙ୍କୁ ୧୯୩୮ ମସିହାରେ ବିବାହ କରିଥିଲେ ସେ ଗୋଟାଏ ଵୌମଯାନରେ ତାଙ୍କ ବରଯାତ୍ରୀ ବସାଇ କନ୍ୟା ଗୃହକୁ ଯାଇଥିଲେ । ଭାରତରେ ଏଇଟା କୁଆଡ଼େ ଆଗରୁ କେବେ ହୋଇନଥିଲା । ତେବେ ଜଣେ ଅଣଓଡିଆଣୀ ଝିଅକୁ ଵିଵାହ କରିଥିବା ହେତୁ ତାଙ୍କ ପୁତ୍ର ଆଜ ଓଡ଼ିଆ ଭାଷାରେ ଏତେ ଦୁର୍ଵଳ ହୋଇଯିବା କାରଣରୁ ନିଇତି ବିରୋଧୀ ଦଳର ଲୋକେ ତାଙ୍କୁ କେତେ କ’ଣ କହୁଥିବା ଶୁଣିବାକୁ ମିଳୁଛି 😀😀😉 ।

ସେ ଯା ହେଉ ନା କାହିଁକି ବିଜୁପଟ୍ଟନାୟକଙ୍କ ସୁପୁତ୍ର ନବୀନ ଏବଂ ସୁକନ୍ୟା ଗୀତା ମେହେଟା ଉଭୟ ସାହିତ୍ୟ ସ୍ରଷ୍ଟା ହୋଇପାରିଛନ୍ତି । ନବୀନ ବାବୁ ରାଜନୀତି କର୍ଦ୍ଦମକୁ ପଦ୍ମ ପରି ପ୍ରସ୍ଫୁଟିତ ହେବା ପୂର୍ବରୁ ଜଣେ ଇଂରାଜୀ ସାହିତ୍ୟିକ ଥିଲେ ।
ହେଲେ ସେମାନେ ଯେଉଁ ଭାଷାରେ ଵି ସାହିତ୍ୟ ସୃଷ୍ଟି କରିଥାନ୍ତୁ କି ନାହିଁ ଓଡ଼ିଆ ଭାଷା ପାଇଁ ସେମାନଙ୍କର କୌଣସି ଯୋଗଦାନ ନଥିବା ଦେଖି ବିରୋଧୀ ଦଳର ନେତାମନେ
ସେମାନଙ୍କୁ ନିନ୍ଦା ସମୟରେ ସମାଲୋଚନା କରିଥାନ୍ତି ।
ବିଜୁପଟ୍ଟନାୟକଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ । ବେଳେ ବେଳେ ଏହି ପାରିବାରିକ ବ୍ୟାପାର ତଥା ପୁତ୍ର କନ୍ୟା ଙ୍କର ଓଡ଼ିଆ ଭାଷା ରେ ଅଜ୍ଞାନତା ହେତୁରୁ ସ୍ଵର୍ଗଵାସୀ ବିଜୁପଟ୍ଟନାୟକଙ୍କୁ ହିଁ ଦୋଷୀ ମାନାଯାଇ କାଠଗଡା଼ ରେ ଛିଡା଼ କରିଦିଆଯାଇଥାଏ ।
ବିରୋଧୀ ଦଳର ନେତାଏ ତ ଏହା ଵି କହୁଥିବାର ଶୁଣାଯାଏ ଯେ ରାଜ୍ୟର ଟଙ୍କା ନେଇ ବିଜୁଙ୍କ ପାରିବାରିକ ଵ୍ୟଵସାୟ ସ୍ଥାପିତ ହୋଇଛି । ଏସବୁକଥାରେ ସତ କେତେ ମିଛ କେତେ ସେ କଥା ସ୍ଵର୍ଗଵାସୀ ବିଜୁ ହିଁ ସଠିକ ଭାବରେ କହିପାରିବେ ।

‛ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ବିଜୁପଟ୍ଟନାୟକ ଇଣ୍ଡିଆନ ଏୟାର‌ଓ୍ଵେଜରେ ପାଇଲଟ ଭାବରେ ଚାକିରି କରିଥିଲେ ।’

ବିରୋଧୀ ଦଳର ନେତା ମାନଙ୍କ ପାଇଁ ଏହି କଥାଟା ବଡ଼ ଅସହ୍ୟ ଲାଗିଯାଏ ।
ସେମାନେ ଏ ଵାଵଦରେ ପଚାରିଲେ କୁହନ୍ତି-
“ଆହା.....
ସ୍ଵାଧୀନତା ଆନ୍ଦୋଳନ ସମୟରେ ପୁଣି ଯୋଉ ଲୋକ ଇଂରେଜ ସରକାର ର ସୈନିକ ହୋଇ ଖଟୁଥିଲା ସେ ପୁଣି ଜଣେ ଦେଶଭକ୍ତ ହୋଇଥିବ .....
ନାହିଁ ହେ ନାହିଁ ...ସେ ବାବୁ ନିଶ୍ଚେ ଇଂରେଜ ପ୍ରେମୀ ଲୋକ ଥିଲେ ନା...ଖାଲି ଲୋକଦେଖାଣିଆ ଦେଶଭକ୍ତ ଯାହା....”

‛ବିଜୁପଟ୍ଟନାୟକ କୁଆଡ଼େ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ଭୂମିପୁତ୍ର" ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେ ସମ୍ମାନ ସହ, ପୁରସ୍କାର ସ୍ଵରୂପ ମିଳିଥିବା କୋଟି କୋଟି ଟଙ୍କା କୁଆଡ଼େ ବିଜୁବାବୁ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ।’

ଏସବୁ ଶୁଣି,ପଢି ସ୍ଵାଭିମାନୀ ଓଡ଼ିଆଙ୍କ ଛାତି ଫୁଲି କି 56" ହେଇଯାଉଥେବ ହେଲେ ବିରୋଧୀ ଦଳର କୁଜିନେତାଙ୍କ ଆଗରେ ଏତକ ଵଖାଣି ବସିଲେ କଥା ସରିଲା,
ସେମାନେ ଶୁଣିଲେ କହିବେ

“କିହୋ ଏତେ ଟଙ୍କା ମିଳିଥିଲା ଯଦି ଦାନଵୀର କର୍ଣ୍ଣ ପରିକା କାହିଁକି ଦାନ କରିଦେଲେ ? ଟିକେ ଭାବି ଦେଖ ତ  ସେତେବେଳେ ଯଦି ସେ ସେହି ଟଙ୍କାକୁ ଓଡ଼ିଶାର ମଙ୍ଗଳ ପାଇଁ ଖର୍ଚ୍ଚ କରିଥାନ୍ତେ ତା’ହେଲେ ଆଜି କ’ଣ ଓଡ଼ିଶା ଏତେ ଆର୍ଥିକ ଦୂର୍ଵଳ ରାଜ୍ୟ ହୁଅନ୍ତା ?”

କୁହାଯାଏ ପ୍ରଵାଦପୁରୁଷ ବିଜୁ ପଟ୍ଟନାୟକ
ଓଡ଼ିଶାରେ ଅନେକ ଅନୁଷ୍ଠାନ ର ପ୍ରତିଷ୍ଠାତା ଵିଶେଷ କରି କଳିଙ୍ଗ ନାମରେ ସେ ଅନେକ ଗୁଡି଼ଏ ପ୍ରତିଷ୍ଠାନ ଖୋଲାଇଥିଲେ
ଯେମିତି କି
→କଳିଙ୍ଗ ଟାଇଲସ
→କଳିଙ୍ଗ ଟ୍ୟୁବସ
→କଳିଙ୍ଗ ଆଇରନ ୱାର୍କସ
→କଳିଙ୍ଗ ଏୟାରଲାଇନସ

→କଳିଙ୍ଗ ରିଫ୍ରାକଟୋରିଜ ଆଦି କେତେକ
ବିଶିଷ୍ଟ ଅନୁଷ୍ଠାନ ସ୍ଵ-ଉଦ୍ୟମରେ ପ୍ରତିଷ୍ଠା କରିଥିଲେ ।

ରାଜ୍ୟର ପ୍ରଗତି ପାଇଁ ତାଙ୍କରି ଉଦ୍ୟମରେ ଆଉ କିଛି ଅନୁଷ୍ଠାନନ ଗୁଡ଼ିକ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।
ଯଥା:-
୧.ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(OUAT)
୨.ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ (ଭୁବନେଶ୍ଵର)
୩.ଆଞ୍ଚଳିକ ଗବେଷଣା କେନ୍ଦ୍ର (ଭୁବନେଶ୍ଵର)
୪.ସୈନିକ ସ୍କୁଲ, ଭୁବନେଶ୍ଵର*.ଏନ.ଆଇ.ଟି, ରାଉରକେଲା
୫.ମିଗ ବିମାନ କାରଖାନା, ସୁନାବେଡା
୬.ପାରାଦ୍ଵୀପ ବନ୍ଦର
୭.ଓଟିଏମ, ଚୌଦ୍ଵାର
୮.ରାଉରକେଲା ଷ୍ଟିଲ ପ୍ଲାଣ୍ଟ
୯..ତାଳଚେର ଥର୍ମାଲ ପ୍ରକଳ୍ପ
୧୦.ନାଲକୋ ପ୍ରକଳ୍ପ
୧୧.ଦୈତାରୀ ଲୌହ ଇସ୍ପାତ କାରଖାନା
୧୨.ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ
୧୩.ସମ୍ବଲପୁର ବିଶ୍ଵବିଦ୍ୟାଳୟ
୧୪.ବୁର୍ଲା ଇଞ୍ଜିନିୟରିଂ ଓ ମେଡିକାଲ କଲେଜ
୧୫.ବଡବିଲ ଲୁହା କାରଖାନା

ଏତେ ସବୁ ଅନୁଷ୍ଠାନ ଗଠନ ପାଇଁ ପ୍ରୟାସ କରୁଥିବା ବେଳେ ସେତେବେଳେ ବିରୋଧୀ ଦଳର ନେତାଏ ତାଙ୍କ ଉପରେ ଭ୍ରଷ୍ଟାଚାର ଦୋଷ ଲଦି ଦେବାକୁ ଚେଷ୍ଟା କରି ଶେଷକୁ ପରାଜୟ ଵରଣ କରିଥିଲେ ।

ଆଜି ସେଇ ବିଜୁବାବୁଙ୍କୁ ଓଡ଼ିଶାର ଖଣିଜ ସମ୍ପଦ ଵିଦେଶରେ ବିକ୍ରି କରିଦେଇଥିବା ଜଣେ ଲୋକ ବୋଲି କୁହନ୍ତି କିଛି ରାଜନେତା ଓ ତାଙ୍କର କୁଜିନେତା ! ଓଡ଼ିଶା ପାଇଁ କିଛି କରିନଥିବା ଦଳ ଓ ତହିଁ ର କୁଜିନେତାଙ୍କ ଫୁଟାଣିଆ କଥା ସବୁ କହୁଥିଲେ ସରିବନି ତେବେ ଆଉ ଅଧିକ କହିଲେ ଅତ୍ୟୁକ୍ତି ହେଇଯିବ ତେଣୁ ରହୁଛି ନହେଲେ ତଥାକଥିତ ଦେଶଭକ୍ତ ମାନେ ପୈତୃକ ପ୍ରାଣ ନେଇଯିବେ ଯେ.......

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...