Saturday, March 17, 2018

କାହ୍ନୁ ହେ,ବଂଶୀ କେ ଦେଲା ତୋତେ ।

କାହ୍ନୁ ହେ,ବଂଶୀ କେ ଦେଲା ତୋତେ ।
ରାଧା ରାଧା ବୋଲି ଡାକେ ନିରତେ ।।
ବଂଶୀ କେ ଦିଅନ୍ତା ମୋହର ହସ୍ତେ ।
ଭସାଇ ଦିଅନ୍ତି ଯମୁନା ତଟେ ।।
କୁଳଛଡା଼ ବଂଶୀ କୁଳ ଛଡା଼ଇ ।
ବଂଶୀ ସିନା ଦେଲା ପ୍ରୀତି ବଢା଼ଇ ।।
ତୁ ନନ୍ଦସୁତ ମୁଁ ରାଜକୁମାରୀ ।
ବଂଶୀ ସିନା ଦେଲା ପରଚ କରି ।।
ଲୁଚି ଲୁଚି ଯାଇ ବଂଶୀ ସଙ୍ଗତେ ।
ଖୋଜି ଖୋଜି ବଂଶୀ ଡାକଇ ମୋତେ ।।
ଗୋପପୁରେ ଗୋପୀ ନାହାନ୍ତି କେତେ ।
ମୋ ନାମ ଜାଣିଲା ବଂଶୀ କେମନ୍ତେ ।।
ଜାତି ତା’ର କଣ୍ଟା ବାଉଁଶ ଖଣ୍ଡ ।
ତହିଁ ବଢା଼ଇଛି କୁସୁମ କାଣ୍ଡ ।।
ଅକଳଙ୍କ ଘରେ କୁଳଚ଼ନ୍ଦ୍ରମା ।
କହେ ସାଲଵେଗ ବଂଶୀ ଗାରିମା ।।

(ଭକ୍ତ କବି ସାଲଵେଗ ପଦ୍ୟାଵଳୀରୁ)

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...