ଜଣେ ଗଞ୍ଜାମର ଭାଇ ଏ କଥା ଥରେ ଗମାତରେ କହୁଥିଲେ ......
ଗୋଟାଏ ଅପାଠୁଆ ବୁଢା଼ ଗଞ୍ଜାମର କୌଣସି ଏକ ଗ୍ରାମରୁ 
ବରହମପୁର ସହରକୁ ଯାଇଥାଏ । ସହରରେ 
ତା'ର କାମ ସରିଗଲାରୁ ସେ ବସ୍ ଷ୍ଟପ୍ କୁ ଯାଇ ତାଙ୍କ ଗାଆଁକୁ ଯାଉଥିବା ବସ୍ ପାଇଁ ଅପେକ୍ଷା କରିରହିଥାଏ....
ଜଣେ କଲେଜ ପଢୁଆ ଝିଅ ବୁଢା଼ ପାଖକୁ ଯାଇ ପଚାରିଲା...
ବାପା ....! 
ପୋଲସରାକୁ ଯାଉଥିବା ବସ୍ ଟା ଚାଲିଗଲାଣି କିହେ...
ବୁଢା଼ ଅନ୍ୟମନସ୍କ ବସତଃ କହିଦେଲା 
ପୋଲସରା ବସ୍ କିଐ....
ସେଇଟା କେତେବେଳୁ *ଗେହିଦେଲାଣି*ପା.....
😂😂😂😂😂
ଗଞ୍ଜାମରେ ଗେହି ଦେଲାଣି ଶବ୍ଦର ପ୍ରୟୋଗ ଚାଲିଯିବା ଅର୍ଥରେ ବି ହୋଇଥାଏ 
ହେଲେ ଓଡ଼ିଶାର ଅନ୍ୟ ଅଞ୍ଚଳର ଲୋକ ଏ ଶବ୍ଦର ଅର୍ଥ ନଜାଣି ଯଦି 
ପ୍ରଥମେ ପ୍ରଥମେ ଏଭଳି ବାକ୍ୟ ଗଠନ ଶୁଣନ୍ତି 
ଲଜ୍ୟା ସହ
ଆଶ୍ଚର୍ଯ୍ୟ ମଧ୍ୟ ହୁଅନ୍ତି । 
ଭାଷାକୋଷର 2284ତମ ପୃଷ୍ଠାରେ 
ଗେହିବା ଶବ୍ଦର ଯେଉଁ ଅର୍ଥ ଦିଆଯାଇଛି 
ତାହା ଏଠାରେ ଉଦ୍ଧାର କରାଗଲା....
୧.ସଙ୍ଗମକରିବା,ମୈଥୁନକରିବା (ଦେଶଜ କ୍ରିୟା ହିସାବରେ ବ୍ୟବହାର) (ଅବଶିଷ୍ଟ ଓଡ଼ିଶାରେ)
୨.ବହୁଜନତା ମଧ୍ୟରୁ ହଟାତ୍ ଉଠିଯାଇ ଅନ୍ୟତ୍ର ଚାଲିଯିବା ।(ଗଞ୍ଜାମରେ ପ୍ରଚଳିତ)
ଓଡ଼ିଆ ଭାଷାରେ ଗେହିବା ଦେଶଜ କ୍ରିୟା ଶବ୍ଦଟି 
ଅଶ୍ଳୀଳ ବୋଲି ସାଧାରଣରେ ପ୍ରଚଳିତ ଅଛି ।
କିନ୍ତୁ ଏ ଶବ୍ଦ ସହ ସମ୍ବନ୍ଧିତ 
ସଂସ୍କୃତ ଶବ୍ଦ ଏତେଟା ଅଶ୍ଳୀଳ ନୁହେଁ ।
ଗେହିବା ଶବ୍ଦଟି ପ୍ରାଚୀନସଂସ୍କୃତର 
ଗୃହମେଧ ଶବ୍ଦରୁ ଆସିଅଛି ଏବଂ 
ଗୃହସ୍ଥର କର୍ତ୍ତବ୍ୟ ଯଜ୍ଞ କର୍ମକୁ ଗୃହମେଧ କୁହାଯାଏ । 
ଏକ ଶାଳୀନ ଶବ୍ଦର ଓଡ଼ିଆକରଣ କରାଯାଇ 
ପୁଣ ତାହାର ଅଶ୍ଳୀଳ ଅର୍ଥରେ ବ୍ୟବହାର 
ଆମଭାଷାରେ ହୋଇଛି ......
କିନ୍ତୁ 
ଗଞ୍ଜାମ ଅଞ୍ଚଳରେ ବ୍ୟବହାର ହେଉଥିବା 
ଗେହିବା ଶବ୍ଦ ସମ୍ଭବତଃ 
ଏକ ମୌଳିକ ଶବ୍ଦ ଅଥବା ଏହାର ସଂସ୍କୃତ ଶବ୍ଦ 
ଗତି ସହ କୌଣସି ସମ୍ପର୍କ ଥିବା ମୁଁ ଅନୁମାନ କରୁଅଛି.....
 
No comments:
Post a Comment