Monday, October 9, 2017

●ପ୍ରାକ୍ଟିକାଲ୍●

ଏଯୁଗେ ଲାଜରେ
ଗୋଲାପୀ ହୁଏନା ଚେହେରା
ହୁଅନ୍ତିନି ଲୋକେ
ଏଭେ ଆନନ୍ଦେ ଆତ୍ମହରା.....

ଆଗେ କହିଦେଉଥିଲେ
ହୃଦୟର କଥା
କେଜାଣି କାହିଁକି
ଆଉ ହୃଦୟ ଖୋଲି
କା ଆଗେ କେହି କହେନା ।

ଦିନ ଥିଲା 
ନଜାଣି ଜାଣିନେଉଥିଲେ
ସର୍ବେ ମନକଥା
ଆଲିଙ୍ଗନ ମାତ୍ରେ
ବନ୍ଧୁ ଜାଣୁଥିଲେ ଆମ୍ଭର ଅବସ୍ଥା

ନଥିଲା ଫେସବୁକ୍ ଟ୍ବିଟର
ସ୍ମାର୍ଟ ମୋବାଇଲ
ଛୋଟ ନିର୍ଜବ
ଏକ ଚିଠିରୁ ଜାଣି
ହୋଇଯାଉଥିଲା
ଲେଖିଲାବାଲାର ଅନ୍ତଃକରଣ-ବ୍ଯଥା

ଭାବୁଛି
ଆମେ .....
କେଉଁଠୁ କୋଉଠିକୁ ଚାଲିଆସିଲେ
ପ୍ରାକ୍ଟିକାଲୀ ହେଉ ହେଉ
ଭାବନାକୁ ଖାଇଗଲେ ।

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...