Saturday, October 14, 2017

ଭାଷାରୁ ତିନୋଟି ଶ,ଷ,ସ ଉଠାଇ ଗୋଟିଏ ସ କରାଯିବା ଯୁକ୍ତିଯୁକ୍ତ କି ?

ଓଡ଼ିଶାର କିଛି ଅତିବାଦୀ ଲୋକ ଅଧୁନା
ତିନୋଟି ‛ଶ,ସ,ଷ’ ବଦଳରେ ଗୋଟିଏ
‛ସ’ କରିବା ପାଇଁ ଚେଷ୍ଟା ଚଳେଇଛନ୍ତି ।
ତାଙ୍କର ସବୁଠାରୁ ବଡ଼ ଯୁକ୍ତି
1000 ବର୍ଷ ତଳେ
ଆମ ବୋପା ର ବୋପା ର ବୋପା ର ବୋପା ର 100 ବୋପା ର ପୂର୍ବେ ଯେହେତୁ
କେବଳ ‛ସ’ ଥିଲା ତେଣୁ
ଆମ୍ଭେ ମାନେ ପୁଣି ଥରେ
କେବଳ ‛ସ’ ବ୍ୟବହାର କରି ଚଳିବୁ.....

ଏସବୁ ବଡ଼ ଗାଲୁଆମୀ ଛଡା଼ ଆଉ କିଛି ନୁହେଁ
ଜଣେ ଲୋକ ପିଲା ହୋଇ ଜନ୍ମ ହୁଏ ବୁଢା ହୋଇ ମରେ ଆଉ ଥରେ ବାଳୁତ ହୋଇପାରେନି
ସେଇଭଳି ଗୋଟିଏ ଭାଷା ମଧ୍ୟ
ବିକଶିତ ହୁଏ ସମୃଦ୍ଧ ହୁଏ
ସମୃଦ୍ଧ ହୋଇ ତା ପାଇଁ ଆଉଥରେ ନିଜ
ପ୍ରାଚୀନ ସ୍ଵରୂପରେ ପହଞ୍ଚିବା କଷ୍ଟକର ବ୍ୟାପାର ।

ତିନି ଶ,ଷ,ସ କୁ ଉଠେଇଦେଲେ ଆମର ଅନେକ ଶବ୍ଦ
ବହୁତ ସମ୍ଭବ ଅପ୍ରଚଳିତ ହୋଇ ବିଲୁପ୍ତ ହୋଇଯିବ
ଅଥବା ଭାଷାବିଵର୍ତ୍ତନବାଦର ଶିକାର ହୋଇଯିବ ।
ଏଠାରେ ଏଇଭଳି କିଛି ଶବ୍ଦର ଉଦାହରଣ
ଦିଆଗଲା
ଯେ
ଯଦି ତିନି ଶ,ଷ,ସ ଉଠିଯାଇ
ଗୋଟିଏ ସ ହୁଏ
ତେବେ ଏ ଶବ୍ଦ ମାନଙ୍କ ସହ କ’ଣ ଅନ୍ୟାୟ ହୋଇବ ।

1.ସଂକର/ସଙ୍କର=ବର୍ଣ୍ଣସଙ୍କର
(Hybrid)
ଶଙ୍କର=ଶିବ

ଯଦି ‛ଶ’ ଉଠେଇ ଦିଅନ୍ତି
ଏ ଉଭୟ ଶବ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ରକ୍ଷା ହୋଇପାରିବ କି ?
ଲୋକେ ତ ଏଇଆ ହିଁ
କହିବା ଆରମ୍ଭ କରିବେ
ଯେ “ବର୍ଣ୍ଣସଂକର କ’ଣ ବା
ଏଠି ତ ତୁମ ଠାକୁର ଶିବ ବି ସଂକର 😏”

2.ଶାଗ କୁ ସାଗ ଲେଖିଲେ କେମିତି ହଇରାଣ ହେବେ......?

ସାଗର=ସମୁଦ୍ର

ଶାଗ ଯଦି ସାଗ ହୁଏ
ଏ ଶବ୍ଦ ଅସୁବିଧା ସୃଷ୍ଟି କରିବା ଆରମ୍ଭ କରିଦେବ ଆଉ
ଶେଷରେ ଲୋକ ଗୋଲକଧନ୍ଦାରୁ ବର୍ତ୍ତିଯିବା ପାଇଁ ଆ’କୁ ବ୍ୟବହାର କରିବା ହିଁ ଛାଡ଼ି ଦେବେ
କାରଣ
ଆଜି ଆମେ
ସାଗର ଲେଖିଲେ ସମୁଦ୍ର କୁ ବୁଝିପାରିବା
କିନ୍ତୁ
ଯଦି
କେହି
ଶାଗର--(ଶାଗ ର- ଶବ୍-ଦ ଲଗେଇ ଲେଖିବା ନିୟମ ରକ୍ଷା କରି)  ଲେଖେ ତେବେ
ବୁଝିବା ସହଜ ହୁଏ ଯେ
ବ୍ୟକ୍ତି ଜଣକ କହୁଛି
ଶାଗର(ଶାକ) ମୂଲ୍ୟ କେତେ
ସେ କହୁନାହିଁ
ସାଗର (ସମୁଦ୍ର )ମୂଲ୍ୟ କେତେ ....

3.ଖୁବ୍ ଭାରି ଓ ଲମ୍ଵ ପଥରକୁ ବା କାଠକୁ
ସ୍ଥାନାନ୍ତରିତ କରିବାକୁ ହେଲେ
ତାହାକୁ ଦଉଡିରେ ଝୁଲାଇ ସେଇ ଦଉଡିରେ ଯେଉଁ ଏକ ବା ଏକାଧିକ ଦଣ୍ଡ ଗଳାଯାଏ
ତାକୁ କୁହନ୍ତି #ଶାଙ୍ଗ
କିନ୍ତୁ
ସାଙ୍ଗ ମାନେ ବନ୍ଧୁ
ଯଦି
‛ଶ’ କୁ ଉଠେଇ ଦେବେ
ତେବେ
ଏ ଉଭୟ ଶବ୍ଦ ମଧ୍ୟରେ ପାର୍ଥକ୍ୟ କ'ଣ୍ ରହିଯିବ

4.ସଟ=ଋଷିଙ୍କର ଜଟା,ସିଂହ ଓ ଅଶ୍ଵାଦିଙ୍କ ବେକ ଉପରର କେଶର,ବରଗଛର ଓହଳ,ଶିଖା,ଚୂଳ,ପର୍ବତଶୃଙ୍ଗ,ବ୍ରାହ୍ମଣଙ୍କ ମୁଣ୍ଡରେ ଥିବା ଚୁଟି
କିନ୍ତୁ
ଷଟ ମାନେ =ଛଅ-6 ସଂଖ୍ୟା ବିଶିଷ୍ଟ
ଏବଂ
ଶଟ ମାନେ “ଅମ୍ଳରସ”......
ଯଦି ତିନି ‛Sa’ ଉଠିଯାଏ
ଏ ଶବ୍ଦ ମାନେ ନିଜ ଅର୍ଥ ପ୍ରକାଶିତ କରିପାରିବେ କି ?

5.ମେଦିନୀପୁରୀ ଓଡ଼ିଆରେ
ଶଷ=ଆମ୍ଵ
ଏବଂ
ଆମ ଭାଖାରେ
ଶସ=ମଞ୍ଜି ଭିତରର କୋମଳ ଦ୍ରବ୍ୟ

ତିନି “ସ,ଶ,ଷ”
ଉଠେଇ ଦେଇ
ଆମ୍ଭେ ମାନେ
ଏଭଳି ନିଆରା ଶବ୍ଦ ହରେଇବାକୁ ଚାହିଁବା କି ?

6.ମହାଦେବଙ୍କୁ ଶଶୀଷ
କୁହାଯାଏ
ତିନି-ଶ,ଷ,ସ ନରହିଲେ
ଏ ନିଆରା ଶବ୍ଦ ହାତଛଡା କରିବେନି କି ?

ଏଇଭଳି ଚାହିଁଲେ ଆହୁରି ସହସ୍ର ସହସ୍ର ଶବ୍ଦର ଉଦାହରଣ ଦିଆଯାଇପାରେ
ଯେଉଁ ଶବ୍ଦ ସବୁ ତିନି ଶ,ଷ,ସ ଉଠିଗଲେ
ବିଲୁପ୍ତ ହେବେ
ଅପ୍ରଚଳିତ ହୋଇଯିବେ...

ଜଣେ ଅଳ୍ପ ଶିକ୍ଷିତ କିନ୍ତୁ ବୁଦ୍ଧିଆ ଭାଇଙ୍କୁ
ଆମର ତଥାକଥିତ ଭୂଷପଣ୍ଡିତ ଭାଇମାନଙ୍କ କଥା କହୁଥିଲି
ଯେଉଁ ମାନେ
ତିନି ‛SA’ କୁ  ଉଠେଇ ଦେବାକୁ ଅଣ୍ଟା ଭିଡିଛନ୍ତି

ସେ ଭାଇ ମୋ କଥା
ଶୁଣି ଭଲ କଥାଟିଏ କହିଲେ....

ସେ କହିଲେ.....
“ଆମର ଗୋଟାଏ ଡେଙ୍ଗା-ଶ ଅଛି,ବୁଟା-ସ ଅଛି ଆଉ ମୋଟା-ଷ
ଅଛି.....
ତାକୁ ଉଠେଇ ଗୋଟାଏ ‛SA’ କରିଦେବା ସେତିକି
ଅସମ୍ଭବ ଯେତିକି ଅସମ୍ଭବ ସବୁ ମଣିଷଙ୍କର ଉଚ୍ଚତା,ଓଜନ ଓ ବ୍ୟାସ ସମାନ ଆଶା କରିବା”

ତେଣୁ
ଯେମିତି ଆୟତନ ଉଚ୍ଚତା,ଓଜନ କମ୍ ବେଶୀ ଯୋଗୁଁ ଆମ୍ଭେ ମାନେ ମାନବଙ୍କୁ ତ୍ୟାଗ କରନ୍ତି ନାହିଁ ସେମାନଙ୍କ ଗୁଣ ଦେଖନ୍ତି ସେଇଭଳି
ଷ,ସ,ଶ ମଧ୍ୟରେ ମଧ୍ୟ ବ୍ୟାକରଣ ଗୁଣ ଦେଖାଯାଉ....

No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...