Tuesday, July 24, 2018

■■■■■ମଧ୍ୟ ଓ ମଧ୍ଯ■■■■■

ପ୍ରାୟତଃ ଓଡ଼ିଆ ଲୋକଙ୍କ ମନରେ
ଏହି ଦ୍ଵନ୍ଦ ରହୁଥିବା ଦେଖାଯାଏ
ଯେ ‛ମଧ୍ଯ’ ଓ ‛ମଧ୍ୟ’ ସମାନ କି ନା ଭିନ୍ନ ଅର୍ଥବୋଧକ ଅଟେ ? ଏ ଉଭୟ ଶବ୍ଦ ମଧ୍ୟରେ କିଛି ପ୍ରଭେଦ, ପାର୍ଥକ୍ୟ ରହିଛି କି ?
କହିଲା ଵେଳେ ତ ‛ମଧ୍ୟ’ ଓ ‛ମଧ୍ଯ’ ଭିତରେ ସେମିତି କୌଣସି ପାର୍ଥକ୍ୟ ଦୃଶ୍ୟ ହୁଏ ନାହିଁ କିନ୍ତୁ ଗୁଗୁଲ  ଇଣ୍ଡିକ ଓ ଜିବୋର୍ଡ ପରି ଵର୍ଣ୍ଣଫଳକରେ ଲେଖିଲା ଵେଳେ ସାଧାରଣତଃ
‛ଧ୍’ ରେ ଅଵର୍ଗ୍ୟ ‛ଯ’ ଯୋଡି଼ଲେ ତାହା ଧ୍ଯ ହୋଇଣ ମଧ୍ଯ ରୂପ ହୁଏ
(ଉ→ମଧ୍+ଯ=ମଧ୍ଯ)
ଏବଂ ‛ଧ୍’ ରେ ‛ୟ’ ଯୋଡି଼ଦେଲେ
ତାହା ‛ଧ୍ୟ’ ରେ ପରିଣତ ହୋଇ
ମଧ୍ୟ ହୁଏ
(ଉ→ମଧ୍+ୟ=ମଧ୍ୟ) !

ତେବେ ଆମର ମୂଳ ପ୍ରଶ୍ନର ଏବେ ଵି ସମାଧାନ ହୋଇନାହିଁ ଏବଂ ସେତେବେଳ ଯାଏଁ ହେବ ନାହିଁ ଯେତେବେଳ ଯାଏଁ ଆମେ ଏ ଉଭୟ ଶବ୍ଦ ର ଵ୍ୟଵହାର ଓ ଅର୍ଥ ଵିଷୟର ଅନୁଧ୍ୟାନ କରିନାହେଁ.....
ଓଡ଼ିଆ ଭାଷାରେ ସାଧାରଣତଃ ମଧ୍ୟ ଶବ୍ଦକୁ ମଝି ଅର୍ଥରେ ଵ୍ୟଵହାର କରାଯାଉଥିବାର ଦେଖାଯାଏ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଓ ମଧ୍ଯ ଶବ୍ଦକୁ ଗୋଟିଏ ହିଁ କୁହାଯାଇଛି ଅର୍ଥାତ୍ ମଧ୍ୟ ଅର୍ଥରେ ମଧ୍ଯ ଵି ଲେଖାଯାଇପାରେ
କିନ୍ତୁ ଓଡ଼ିଆ ଭାଷାରେ ପ୍ରକୃତରେ ଦେଖିବାକୁ ଗଲେ ମଧ୍ୟ ଓ ମଧ୍ଯ ଗୋଟାଏ ଶବ୍ଦ ନୁହେଁ ....

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ମଧ୍ୟ ଵା ମଧ୍ଯ କୁ ଏକ ସଂସ୍କୃତ ଵିଶେଷ୍ୟ ଶବ୍ଦ ଭାବେ ଅଵତାରଣା କରାଯାଇଛି ଯାହାର ନୈରୁକ୍ତି
→ମନ୍ ଧାତୁ+କର୍ମ ଅ; ନିପାତନ;
କିମ୍ୱା
→ମ=ସୌନ୍ଦର୍ଯ୍ୟ +ଧା ଧାତୁ=ଧାରଣ କରିବା+କର୍ତ୍ତୃ ଅ; ନିପାତନ
କୁହାଯାଇଛି ।

ଏହି ସଂସ୍କୃତ ଵିଶେଷ୍ୟ ମଧ୍ୟ ଵା ମଧ୍ଯ ଶବ୍ଦର
ନିମ୍ନଲିଖିତ ଅର୍ଥରେ ଵ୍ୟଵହାର ଅଛି

୧→ଅଣ୍ଟା; କଟିଦେଶ
୨→ମଝି; ଦୁଇ ଶେଷ ଭାଗର ମଧ୍ୟସ୍ଥଳ
୩→ଭିତର; ଅଭ୍ୟନ୍ତର; ଅନ୍ତର୍ଦେଶ
୪→ଅନ୍ତରାଳ
୫→ବିଶ୍ରାମ; ବିରାମ
୬→ସଂଗୀତର ତାଳ ବିଶେଷ
୭→ସଂଖ୍ୟା ବିଶେଷ; ଏକରେ ୧୬: ଟା ଶୂନ୍ୟ ଦେଲେ ହେବା ସଂଖ୍ୟା(Ten thousand trillions)
୮→ନୃତ୍ୟ ବିଶେଷ; ଖେମଟା ନାଚ
୯→ଗ୍ରହର ଗତି ବିଶେଷ —୯.
୧୦→ହାତର ମଝି ଆଙ୍ଗୁଠି(ମଧ୍ଯମା)
୧୧→ପଶ୍ଚିମ ଦିଗ
୧୨→ସୂଶ୍ରୁତ ମତେ ୧୬: ବର୍ଷଠାରୁ ୭ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମନୁଷ୍ୟର ଅବସ୍ଥା
୧୩. ଭେଦ

ବିଶେଷଣ ଭାବରେ  -ସଂସ୍କୃତ “ମଧ୍ଯ ଵା ମଧ୍ୟ” ଶବ୍ଦ ର ଅର୍ଥ

୧→ଅନ୍ତର୍ବତ୍ତୀ
୨→ଉପଯୁକ୍ତ; ନ୍ୟାଯ୍ୟ
୩→ଅଭ୍ୟନ୍ତରସ୍ଥ
୪→ମଧ୍ୟମ
୫→ମଧ୍ୟବର୍ତ୍ତୀ
୬→ଅଧମ

କିନ୍ତୁ
ସଂସ୍କୃତ ମଧ୍ୟ ଵା ମଧ୍ଯ ଶବ୍ଦ ର ଏତେ ସବୁ ଅର୍ଥ ଭିତରେ କେଉଁଠି ହେଲେ
‘ଓ,ଵି,ଏବଂ’ ଆଦି
ଅର୍ଥ ଵହନ କରୁଥିବା ଓଡ଼ିଆ ‛ମଧ୍ଯ’ ଶବ୍ଦ ର ଅର୍ଥ ସହ ମେଳ ଖାଉନାହିଁ.....

ପ୍ରକୃତରେ ଓଡ଼ିଆ ଭାଷାରେ ଏହି ମଧ୍ଯ ହେଉଛି ଏକ ଦେଶଜ ଅବ୍ୟୟ ଏବଂ ଏହାର ଭାଷାକୋଷ ଅନୁସାରେ ତିନୋଟି ଅର୍ଥରେ ଵ୍ୟଵହାର

ହୋଇଥା
୧→ଅପିଚ; ପୁନଶ୍ଚ, ଆହୁରି,ପୁଣି,ଆଉଥରେ
୨→କିନ୍ତୁ,ହେଲେ,
୩→ଏବଂ,ଓ

ଆଜିକାଲି ଅର୍ଥଗତ ଦ୍ଵନ୍ଦ ରୁ ରକ୍ଷା ହେତୁରୁ  ଉଭୟ ଦେଶଜ ଓ ସଂସ୍କୃତ ଶବ୍ଦ
ମଧ୍ୟ ଏବଂ ମଧ୍ଯ  ଭିତରେ ଭେଦ ରଖି ସାଧାରଣତଃ
ଭିତରେ, ମଝିରେ ଆଦି ଅର୍ଥରେ ସଂସ୍କୃତ ‛ମଧ୍ୟ’ ଶବ୍ଦ
ତଥା ଓଡ଼ିଆ ଅଵ୍ୟୟ ଶବ୍ଦ ର ଵ୍ୟଵହାର କାଳରେ ‛ମଧ୍ଯ’ ଲେଖାଯାଇଥାଏ ....

ଉଭୟ ଶବ୍ଦର ଉଚ୍ଚାରଣ ର ସୁକ୍ଷ୍ମଦିଗକୁ ଅନୁଧ୍ୟାନ କଲେ ଵି ଆମେ ଜାଣିପାରିବା
ଯେ ମଧ୍ୟ(ମଧ୍+ୟ)କୁ ସାଧାରଣତଃ “Madhya”....କରାଯାଉଥିବା ଵେଳେ
ମଧ୍ଯ(ମଧ୍+ଯ)ଶବ୍ଦ ଉଚ୍ଚାରଣ କଲାବେଳେ
“madhh” ପରି ଉଚ୍ଚାରଣ କରାଯାଇଥାଏ....

ଓଡ଼ିଆ ଭାଷାର ମଧ୍ଯ ଏକ ଅଵ୍ୟୟ ଶବ୍ଦ ହୋଇଥିବା ହେତୁ ବହୁତ ସମ୍ଭବ ଗୁଗୁଲ
ଵର୍ଣ୍ଣଫଳକରେ ମଧ୍+ଯ ଲେଖାଯାଇ
ମଧ୍ଯ ଶବ୍ଦ ଲେଖିହୁଏ
ଏଠାରେ ଅଵର୍ଗ୍ୟ ଯ ଟି କେଵଳ ଓଡ଼ିଆ ଭାଷାରେ ହିଁ ଅଛି ଯାହା ଏହାର ଓଡ଼ିଆତ୍ଵ କୁ ପ୍ରକଟିତ କରେ ଯାହା ସଂସ୍କୃତ ମଧ୍ୟ ଶବ୍ଦ ଭିତରେ ଦୃଶ୍ୟ ହୁଏ ନାହିଁ......

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...