Monday, July 9, 2018

●ରାଉଳା,ରଉଳିବା,ହାଉ,ହାଉଳା,ହାଉଳିଵା●

ଭାଷାକୋଷ ଅନୁସାରେ ରାଉଳିଆ ଶବ୍ଦର ମୂଳ ହେଉଛି “ରାଉଳା”  ଶବ୍ଦ ।
ଏହି ରାଉଳା ଶବ୍ଦର ଅର୍ଥ ହେଲା
୧.ଗର୍ଜନ
୨.ରଡି଼
୩.ଉଚ୍ଚ ସ୍ଵରେ କ୍ରନ୍ଦନ

ସେଇଭଳି ରାଉଳିଆ ଶବ୍ଦର ଅର୍ଥ ଭାଷାକୋଷ ରେ ଅଛି
୧.ଗର୍ଜନକାରୀ
୨.ବଡ଼ପାଟିଆ
୩.ଗୋଳମାଳଯୁକ୍ତ
୪.କେଳାଜାତି ଵିଶେଷ

ରାଉଳା ଵା ରାଉଳି ଶବ୍ଦ ର ମୂଳ ଧାତୁ “ରୈ-ଧାତୁ" ଉଲ୍ଲେଖ ହୋଇଅଛି ।
ରୈ ଧାତୁ ବୋଲି ଭାଷାକୋଷରେ କୌଣସି ସ୍ଵତନ୍ତ୍ର ଧାତୁଶବ୍ଦର ସ୍ଵତନ୍ତ୍ର ଉଲ୍ଲେଖ ତ ନାହିଁ କିନ୍ତୁ ଗୋଟାଏ ଵିଶେଷ୍ୟ ରୈ ଶବ୍ଦ ର ଉଲ୍ଲେଖ ଅଛି
ଯାହାର ଅର୍ଥ ହେଉଛି...
୧.ଶବ୍ଦ ଵା ରବ
୨.ସ୍ଵର୍ଣ୍ଣ
୩.ଧନ
୪.ରଇ ଵା ରେଖା
ଭାଷାକୋଷରେ ଏହି ଵିଶେଷ୍ୟ ଶବ୍ଦର ନୈରୁକ୍ତି
ଦିଆଯାଇଛି
ରା ଧାତୁ(ଦାନ,ପ୍ରାପ୍ତ, ଗ୍ରହଣ,ଲାଭ କରିବା )+କର୍ମ.ଐ=ରୈ
→ଶବ୍ଦ ଵା ରବର ଅର୍ଥ ବୋଧହୁଏ ଏଠାରେ ଜ୍ଞାନ
→ସ୍ଵର୍ଣ୍ଣ ଓ ଧନ ମଧ୍ଯ ଦାନ,ପ୍ରାପ୍ତ, ଗ୍ରହଣ ତଥା ଲାଭ କରାଯାଇପାରେ
→ରେଖାର ରଇ ରୂପଟି ଏକ ପ୍ରାକୃତ ରୂପ ।
ତେବେ ରୈ ଧାତୁ ଵା ରୈ ଵିଶେଷ୍ୟ ଅପେକ୍ଷା
ରାଉଳା ଵା ରାଉଳି ଶବ୍ଦ ସହ ବେଶୀ ଆର୍ଥିକ ସାମଜସ୍ୟତା ରଖୁଥିବା ଧାତୁ ଶବ୍ଦ ହେଉଛି
ରୁଦ୍ ଧାତୁ
ଯାହାର ଅର୍ଥ
୧.ରୋଦନ କରିବା ଵା କ୍ରନ୍ଦନ କରିବା
୨.ଗର୍ଜନ କରିବା
ପୁଣି ଏହା ସହିତ ଶାବ୍ଦିକ ହାମଜ ରଖେ
ରୁ ଧାତୁ
ଯାହାର ଅର୍ଥ
୧.ରବ ଵା ଶବ୍ଦ କରିବା
୨.କାନ୍ଦିବା

ଏ ସବୁ ନୈରୁକ୍ତି ଆଲୋଚନାରୁ ଜଣାପଡୁଚି ଯେ ଶବ୍ଦଟିର ମୂଳ ନିଶ୍ଚିତ ଭାରୋପୀୟ ଭାଷାପରିବାର ସହ ସମ୍ଵନ୍ଧିତ ।

ତେବେ ଭାଷାକୋଷରେ ରାଉଳିବା ଶବ୍ଦ ତଳେ
ଏହା ମଧ୍ଯ ଲେଖା ହୋଇଛି ଯେ
ରାଉଳିଆ ଶବ୍ଦର ଗୋଳମାଳିଆ ଅର୍ଥ ଟି
ରାଉଳ ଵା ଠାକୁରଙ୍କ ମାଳି ସେଵକ ମାନେ ଭକ୍ତଙ୍କ ସହିତ ଵିଶେଷ ଗୋଳମାଳ ଓ ପାଟି କରୁଥିବା ହେତୁରୁ ହୋଇଅଛି ।

ତେବେ ମଜାକଥା ହେଲା
ଡାମରାକାଉ ର ରାଉରାଉ,ରାଉଳା ଓ ରାଉଳିଆ ସହ ସମାନ ଅର୍ଥଗତ ସାମ୍ୟ ଥିବାଓଡ଼ିଆ ଶବ୍ଦ
ମଧ୍ୟ ଅଛି
ଯଥା ହାଉହାଉ,ହାଉଳା,ହାଉଳିଵା ଇତ୍ୟାଦି ।
→ହାଉ ହାଉ ଓ ହାଉଜାଉ ଶବ୍ଦ ର  ଅର୍ଥ ପାଟିତୁଣ୍ଡ, ଗଣ୍ଡଗୋଳ କରିବା,ଘୋଓଘାଆ ଇତ୍ୟାଦି
→ହାଉଳାର ଅର୍ଥ ଭାଷାକୋଷ ରେ ବାଉଳା,ଯେ ପୂର୍ବ କଥା ଭୂଲିଯାଏ,କାର୍ଯ୍ୟ କଳାପରେ ଅସଂଯତ ଆଦି ଲେଖା ହୋଇଛି ତେବେ ଢେଙ୍କାନାଳରେ ଆମେ ଏହି ଶବ୍ଦ କୁ ପାଟିକରିବା ଅର୍ଥରେ ମଧ୍ୟ ଵ୍ୟଵହାର କରୁ ଯାହାର
ଓଡ଼ିଆ କ୍ରିୟା ରୂପ ହେଉଛି ହାଉଳିଵା
ଏବଂ ଏହି କ୍ରିୟାର ଭାଷାକୋଷରେ ସ୍ଵତନ୍ତ୍ର ଵର୍ଣ୍ଣନା ନାହିଁ ତେଣୁ ବହୁତ ସମ୍ଭବ ଲାଗୁଛି
ଢେଙ୍କାନାଳରେ ଵ୍ୟଵହୃତ
ଦେଶଜ ହାଉଳା ଓ ହାଉଳିଵା ଶବ୍ଦ ଦ୍ଵୟର ସମ୍ଵନ୍ଧ ସଂସ୍କୃତ “ହା” ଶବ୍ଦ କିମ୍ବା ରାଉଳା ଵା ରାଉଳିବା ଶବ୍ଦ ସହ ଥାଇପାରେ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...