Thursday, July 12, 2018

ଅଲଗା :-ଵୈଦେଶିକ ଶବ୍ଦ ନୁହେଁ ଖାଣ୍ଟି ଭାରତୀୟ ଶବ୍ଦଟିଏ

ବହୁତ ଲୋକଙ୍କ ଭ୍ରମ ଧାରଣା ଯେ "ଅଲଗା" ଶବ୍ଦ ଯାହା " ଅନ୍ୟ " ଓ “ଭିନ୍ନ”
ଇତ୍ୟାଦି ଅର୍ଥ ପ୍ରକାଶ ପାଇଁ ବ୍ୟବହୃତ , ଏହା  ଆରବୀ ଏବଂ ଉର୍ଦୁ ରୁ ଗୃହୀତ ହୋଇଅଛି  ।

କିଛି ଲୋକ କୁହନ୍ତି ଯେ
ଅଲହଦା / ଅଲାହଦା / ଅଲାହିଦା ଇତ୍ୟାଦି ଯାହା ଉର୍ଦ୍ଦୁ ଭାଷା ଦେଇ ବଙ୍ଗାଳି ରେ କିଛି ମାତ୍ରା ରେ ସମାନ ଉଚ୍ଚାରଣ ସହ ବ୍ୟବହୃତ ହୁଏ ପ୍ରକୃତ ରେ ଆରବୀ ରୁ ଗୃହୀତ । ଏହି  ଅଲହଦା ଶବ୍ଦ ଟି ସମୟ ସହିତ ବଦଳିଯାଇ  କ୍ରମେ ଅଲଗା ରୂପ ନେଇଛି
କିନ୍ତୁ ଏ କଥାକୁ ସମ୍ପୂର୍ଣ୍ଣ ଭୂଲ ପ୍ରମାଣ କରିଦିଏ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତଥା ବିକିଅଭିଧାନରେ ଅଲଗା ଶବ୍ଦ ତଳେ ଥିବା ତଥ୍ୟମାନ.....

ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ଅନୁସାରେ ଅଲଗା ଶବ୍ଦଟି
ସଂସ୍କୃତ ଅଲଗ୍ନ ଶବ୍ଦ ସହିତ ସମ୍ବନ୍ଧିତ
ଅର୍ଥାତ୍ ଏ ଉଭୟ ଶବ୍ଦ ସଗୋତ୍ରୀୟ ଏଣୁ ଭାରୋପୀୟ ଭାଷାପରିବାରର ଶବ୍ଦ ଅଟନ୍ତି ।

ଲଗ୍ନ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ଲଗ୍ ଧାତୁ ର ଅର୍ଥ ଯୁକ୍ତ ଵା ସଂଯୁକ୍ତ ହେବା ....

ଲଗ୍ ଧାତୁ+କର୍ତ୍ତୁ (କ୍ତନ୍).ତ=ଲଗ୍ନ

ଏହି
ନୈରୁକ୍ତି ଅନୁସାରେ
ଏହାର ଦୁଇଟି ଅର୍ଥ ରହିଛି
୧. ସ୍ପର୍ଶ କରିଥିବା
୨. ସଂଯୁକ୍ତ, ମିଳିତ, ଲାଗିଥିବା
୩.ନିଯୁକ୍ତ ହେବା

ତେଣୁ
ଯାହା ଯୁକ୍ତ ନୁହେଁ ଅର୍ଥାତ୍ ଭିନ୍ନ ଵରଂ ତହିଁ ରେ  ଅ ଅଵ୍ୟୟ ଯୋଡି଼
ଭିନ୍ନ ଭାବପ୍ରକାଶ ଅର୍ଥରେ  ଅଲଗା ଶବ୍ଦ ସୃଷ୍ଟି ହେଲା 😉

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...