୧.ଏକତା ହିଁ ବଳ
     ମିଳିମିଶି ଚଳ
ଭାଙ୍ଗିଦେବେ ଏକତା
ଜଗିଚନ୍ତି ଖଳ ।।
୨.ସତ୍ୟ ହିଁ ଈଶ୍ଵର 
     ସତ୍ୟ ହିଁ ଶକ୍ତି
     ସତ୍ୟର କର ତୁ
      ସର୍ଵଦା ଭକ୍ତି ।।
୩.ସତ୍ୟର ଵିଜୟ ସଦା ହୋଇଛି
    ମିଥ୍ୟା ଶେଷେ ହାରେ ସତ ଜିତିଛି ।।
ଏକଥା ଯେମିତି ଵେଦର ଗାର
ସମସ୍ତ ଗ୍ରନ୍ଥରେ ଏହା ହିଁ ସାର ।।
୪.ହରିହର କେହି ଆସିବେନି
ତୋ କାମ ଆନ କେ କରିବେନି ।।
ନିଜ ଯୁଦ୍ଧ ତୁ ଯେ ନିଜେ କର
ମାର କାହାକୁ କି ସ୍ଵୟଂ ମର ।।
୫.ହରି ରଖିବେନି କି ହରେ
    ମନରେ ରଖିଲେ ଡର ।।
୬.ହରି ହୁଅନ୍ତୁ କି ହର
   ମାଡ଼ ଙ୍କୁ ସଭିଙ୍କ ଡର ।।
୭.ଗୃହ ଵିଭିଷଣଙ୍କୁ ଚିହ୍ନିଥା
    କିମ୍ଵା
   ମୁଣ୍ଡ ବାଡେ଼ଇକି କାନ୍ଦୁଥା ।।
୮.ମିଛ ପରିଚୟେ ବଞ୍ଚନ୍ତି ଯେତେ
    ସଂସାରେ ଜାଣିବୁ ସଂକରା ସେତେ ।।
୯.ପର ପରିଚୟ ଚୋରେଇ ଚଳେ
    ଖଳ ନୀତି ଧରି ଆନକୁ ଛଳେ ।।
   ଏମନ୍ତ ଲୋକଙ୍କ ଉନ୍ନତି ନାହିଁ
    ମିଥ୍ୟାର ଵିଜୟ ହୁଅଇ ନାହିଁ ।।
୧୦.ମିଛୁଆଙ୍କ ଗୁରୁ 
     ଚୋରଙ୍କ ରଜା
     ସେମାନଙ୍କ ପାସେ 
      କେଭେ ତୁ ନଯା ।।
୧୧.ପିଠିକି ଆଉଁସି ଦେବେ
      ବିଧାଏ ମାରିବେ ସେବେ ।।
୧୨.ମନ ଯୋଜନାକୁ ଗୋପନେ ରଖ
      ଠିଇକି ବେଳକୁ ତା’ର ପ୍ରୟୋଗ ସିଖ ।।
୧୩.ନେଇ ଜାଣେ ଯେ ଦେଇ ଜାଣେନି
      ଏମନ୍ତ ଲୋକଙ୍କୁ ଧନ ମନ ଦେବନି ।।
୧୪.ଥିଲା ଗଲା ଏହି ସଂସାର ଗୋଟା
       ଖେଳୁଥାନ୍ତି ସଦା ଖେଳାଳି ଦିଟା ।।
      (କ୍ଷର-ଅକ୍ଷର)
୧୫.ଏକ ଏକ ବିନ୍ଦୁ ଜଳ ମିଶିଲା
     ଏତେ ବଡ଼ ଏକ ସାଗର ହେଲା ।।
     ଏକା ହେଇଥିଲେ କିସ ହୁଅନ୍ତା
    ଏତେ ବଡ଼ କେଭେ ହେଇନଥାନ୍ତା ।।
୧୬.ଖେଳରୁ ଲଢେ଼ଇ
      ଯୁଦ୍ଧରେ ମୃତ୍ୟୁ
      ଶତୃତା ଯାଏନି
      ବଢନ୍ତି ଶତୃ ।।
୧୭.ଜିତି ନ ଜାଣିଲେ ହାରିବା ଶିଖ
ହାରି ହାରି ତହୁଁ(ପୁଣି) ଜିତିବା ଶିଖ ।।
୧୮.ଖାଆନ୍ତି,ଶୁଅନ୍ତି, ବଞ୍ଚନ୍ତି ଯେତେ
     ଏମିତି ଅଛନ୍ତି ସଂସାରେ କେତେ ।।
୧୯.ପ୍ରକୃତ ମନୁଷ୍ୟ ତାକୁ ହିଁ କହୁ 
      ମଣିଷପଣିଆଁ ଯା ପାଖେ ପାଉ  ।।
    ସଂଵେଦନା ନାହିଁ ଯା ପାସେ ତିଳେ
     ପଶୁ ଠୁଁ ହୀନ ଖାଲି ବଞ୍ଚିଛି କାଳେ ।।
୨୦.ଧନ ନାହିଁ କି ମାନ ନାହିଁ
      ସଂସାରେ ତା’ ନାମ ନାହିଁ ।।
୨୧.ପ୍ରଭୁଙ୍କର ଭୃତ୍ୟ ଗୁଣ ହିଁ ଗାଏ
      ଯେହେତୁ ତାଙ୍କର ଲୁଣ ଖାଏ ।।
୨୨.ମାନ ସମ୍ମାନ ଧନ ସମ୍ପତ୍ତି
   ଦେଖନ୍ତି ସମିତେ ଏଇ ଉନ୍ନତି ।।
    କେହି ନ ଦେଖନ୍ତି ମନ କାହାର
    ସଂସାରେ ଏମନ୍ତ ଅଛି ବେଭାର ।।
୨୩.ମିଳେନା କିଞ୍ଚିତ ଅଧିକ
      ଭାଗ୍ୟେ ଲେଖା ବ୍ୟତିରେକ ।।
୨୪.ମନପକ୍ଷୀ କାହିଁ ଉଡୁ଼ଥାଏ
   କିଏ ଵି ତାକୁ ଧରି ନ ପାଏ ।।
୨୫.ଯା ମନ ଯେତେ ଦୂର ଯାଏ
      ସେ ତହୁଁ ସେତିକି ହିଁ ପାଏ ।।
@ଶିଶିର ସାହୁ ମନୋଜ
 
No comments:
Post a Comment