Thursday, June 20, 2019

ଓଡ଼ିଆ ଭାଷାର କେତେକ ଗୁପ୍ତ ଵା ଠାର ଭାଷା


ଓଡ଼ିଶାରେ ଵିଭିନ୍ନ ପ୍ରକାରର ଗୁପ୍ତ ଭାଷା ରହିଛି । ସାଧାରଣ ଭାଷା ଠାରୁ ଏଗୁଡ଼ିକ ସାମାନ୍ୟ ଦୁର୍ଵୋଧ ଫଳରେ କୋୖଣସି ଗୁପ୍ତ ଵିଷୟ ପରସ୍ପରରେ କଥୋପକଥନ ସମୟରେ ତୃତୀୟ ଵ୍ୟକ୍ତି ହଟାତ୍ ବୁଝିପାରେ ନାହିଁ । ଇଂରାଜୀରେ ଏଭଳି ଭାଷାକୁ cypher language ଓ କୋର୍ଡ ଓ୍ଵାର୍ଡ ଲାଙ୍ଗୁଏଜ୍ ଆଦି କୁହାଯାଏ ।ଓଡ଼ିଆ ଭାଷା ଆଧାରିତ ସେହିପରି କିଛି ଗୁପ୍ତ ଭାଷାର ଉଦାହରଣ ଏଠାରେ ଦିଆଗଲା ―


■■■■■ଶଶିଠାର■■■■■

ଏଥିରେ ବର୍ଣ୍ଣମାଳାର ଅକ୍ଷରମାନଙ୍କ ସ୍ଥାନରେ ଯଥାକ୍ରମେ ଅନ୍ଯ ନିର୍ଦ୍ଦିଷ୍ଟ ଅକ୍ଷର ଲଗାଇ କଥା ଭାଷା କରାଯାଏ।ଯଥା—●ଅ = କ /କ = ଅ ।
●ଆ =କା /କା = ଆ
●ଇ—କି , ଈ—କୀ ,
●ଉ—କୁ , ଊ—କୂ
●ଋ—କୃ , ଋ—କୃ
●ଏ—କେ , ଐ—କୈ
●ଓ—କୋ , ଔ—କୌ
●ଖ—ଗ/ଗ = ଖ
●ଘ—ଙ
●ଚ ବର୍ଗ=ଟ ବର୍ଗ
● ଞ—ଣ
●ତ ବର୍ଗ=ପ ବର୍ଗ
●ନ—ପ
●ଯ=ଶ/ର=ଷ/ ଳ—ସ/ ହ=କ୍ଷ/ଶଶିଠାରର କେତେକ ଉଦାହରଣ...

■ସାମାନ୍ୟ ଭାଷାରେ →ମୁଁ ଭାତ ଖାଉଅଛି ●ଶଶିଠାର ଭାଷାରେ→ନୁ ଧାପ ଗାକୁ କଠି
■ସାମାନ୍ୟ ଭାଷାରେ → ବାବାରେ ! ଆସ
●ଶଶିଠାର ଭାଷାରେ →ଦାଦା ସେ କାର







■■■■■ଫୁଲଠାର■■■■■

କେତେକ ଫୁଲକୁ ନାମୋଚ୍ଚାରଣ ସାହାଯ୍ୟରେ କଥିତ ଏକପ୍ରକାର ଠାର ବା ସଙ୍କେତଭାଷା । ବାକ୍ଯସ୍ଥ ଅକ୍ଷରମାନଙ୍କ ମଧ୍ଯରେ 'ଫୁଲ' ଶବ୍ଦ ପ୍ରୟୋଗ କରି ବାକ୍ଯ ପ୍ରକାଶ କରିବାର ଏକପ୍ରକାରଠାର ଚଳୁଥିଲା ।

ଏହାର କିଛି ଉଦାହରଣ―
●କିଆ ଫୁଲ କହିଲେ 'କ' ଅକ୍ଷର,
●ଚମ୍ପା କହିଲେ 'ଚ' ଅକ୍ଷର
●ଟଗର କହିଲେ 'ଟ' ଅକ୍ଷର
●ତରାଟ=ତ
●ପଦ୍ମ=ପ
●ରଙ୍ଗଣିଫୁଲ=ର
ଇତ୍ଯାଦି
ଉକ୍ତିଟି ଠାରରୁ ବୁଝିବାକୁ ହୁଏ ।

■■■■■ଆଶେଳେଷା ଠାର■■■■

ଏକ ପ୍ରକାର ଠାର, ଯହିଁରେ ବାକ୍ଯର ପ୍ରତ୍ଯେକ ଅକ୍ଷର ପରେ 'ଶେଳେଷ' ଯୁକ୍ତ ହୋଇ ତହିଁ ସଙ୍ଗେ ସ୍ବରବର୍ଣ୍ଣ ମିଶି ବୋଲାଯାଏଏହାର ଉଦାହରଣ:-ଆମେ=ଅ 'ଶେଳେଷା'+ମ'ଶେଳେଷେ' ଯାବା= ଯ 'ଶେଳେଷି'+ବ'ଶେଳେଷା'।)

■■■■■ ଅପ୍ ଵା ଅପନ୍ ଠାର■■■■■

ଗଡ଼ଜାତରେ ଏ ଠାରଟି ଆଜି ବି ଚଳୁଥିଵା ଦେଖାଯାଏ । ଏହି ଠାରରେ ଶବ୍ଦ ମଝିରେ ଅପ୍ନ ଵା ଅପ୍ ଲଗେଇ ବୋଲାଯାଏ ।ଏହାର ଉଦାହରଣ
■ସାଧାରଣ ଭାଷାରେ ― ସେ କହିଲା କି ତୁମେ ଜଣେ ଖରାପ ଲୋକ ।
■ଠାର ଭାଷାରେ ― ସେ କପ୍ନହିଲା କି ତପ୍ମେ ଜପ୍ଣେ ଖପ୍ନରାପ ଲୋପ୍ନୋକ ।

ଓଡ଼ିଶାରେ ଏହିପରି ଅନ୍ୟ କୌଣସି ଗୁପ୍ତ ଭାଷା ଚଳୁଥିଲେ ଏଠାରେ ଜଣାଇଵାକୁ ଅନୁରୋଧ ରହିଲା ।(ତଥ୍ୟ ଓ ସମ୍ପାଦନା―ଶିଶିର ସାହୁ ମନୋଜ, କଵି ସନ୍ତୋଷ ପଟ୍ଟନାୟକ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...