Thursday, June 13, 2019

ସରଗମ୍ ଏକ ବୈଦେଶିକ ଶବ୍ଦ କି ? ? ?

ପ୍ରଶ୍ନ::

ସରଗମ୍ ଏକ ବୈଦେଶିକ ଶବ୍ଦ କି ? ? ?

ଉତ୍ତର::

ଦେଶଜ ସରଗମ୍ ଶବ୍ଦଟି ବୈଦେଶିକ ଶବ୍ଦ ଭଳି ପ୍ରତିଭାତ ହୁଏ କିନ୍ତୁ ଏହା ଭାରତୀୟ ଶବ୍ଦ ଅଟେ। ହିନ୍ଦିଶବ୍ଦସାଗର ଅଭିଧାନ ଅନୁସାରେ- ସଂଗୀତରେ ସାତସ୍ୱରର ଆରୋହଣ~ଅବତରଣର କ୍ରମକୁ ସରଗମ୍ କୁହାଯାଏ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର 8254ତମ ପୃଷ୍ଠାରେ ଏ ଶବ୍ଦ ସ୍ଥାନିତ ହୋଇଛି। ସେଠି ଏହାର ଦୁଇଟି ଅର୍ଥର ଉଲ୍ଲେଖ ରହିଛି ।

(କ)ସପ୍ତସ୍ବରର କ୍ରମଗତି

ଏବଂ

(ଖ) ସଂଗୀତର ମୌଳିକ ସ୍ବରମାନ  !!

ଭାଷାବିଦ୍ ମାନେ ଏ ଶବ୍ଦର ସୃଷ୍ଟିକୁ ନେଇ ଦୁଇଗୋଟି ସମ୍ଭାବନା ବ୍ଯକ୍ତ କରିଛନ୍ତି

(1)ସପ୍ତସ୍ବର ମଧ୍ଯରେ "ସା,ରେ,ଗା,ମା" ର ପରିବର୍ତ୍ତିତ ରୂପ ସରଗମ୍ !         

[ସାରେଗାମା > ସାରେଗମ୍ > ସର୍ଗମ୍]  

           ଏବଂ          

(2) ସ୍ୱରଗ୍ରାମ ଶବ୍ଦରୁ ପରିବୃତ ହୋଇ ସୃଷ୍ଟ ଦେଶଜ ରୂପ ସର୍ଗମ୍ ! 

[ସ୍ବରଗ୍ରାମ > (ସ)ସୁରଗାରାମ୍ > ସରଗମ୍ > ସର୍ଗମ୍] 

! ! ! ସରଗମ୍ ଶବ୍ଦଟି ଯଦି ସ୍ବରଗ୍ରାମର ଦେଶଜରୂପ ତେବେ ଏହା ଆରବୀୟ ଭାଷା ବ୍ଯାକରଣ ଆଧାରରେ ଜାତ ଶବ୍ଦ ଭଳି ଲାଗିଥାଏ। ଆରବକୁ ଯାଇ ଚଳୁଥିବା ଅଧିକାଂଶ ଭାରତୀୟ ଶବ୍ଦରୁ ମାତ୍ରା,କାର ଓ ଫଳା ଉଠେଇ ଦେଇ ବ୍ଯବହାର କରାଯାଏ । ଏଇ ଯେମିତି ଭାରତୀୟ ଶର୍କ୍କରା ଶବ୍ଦଟି ଆରବକୁ ଯାଇ ଶକ୍କର ହୋଇ ଫେରିଛି। ଉତ୍ତରଭାରତରେ ଆରବୀ ପାର୍ସୀର ପ୍ରବଳ ପ୍ରଭାବ ଯୋଗୁଁ ଏଭଳି ହୋଇଥିବା ଅସମ୍ଭବ ନୁହେଁ। (ଜିଜ୍ଞାସୁ--ରାକେଶ କୁମାର , ଉପସ୍ଥାପନା-- ଶିଶିର ସାହୁ ମନୋଜ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...