Thursday, June 13, 2019

ଓଡ଼ିଆ ଭାଷାରେ ‘ଜମା’ ଶବ୍ଦ

ଓଡ଼ିଆଭାଷାରେ ଗୋଟିଏ ନୁହେଁ ତିନୋଟି ‛ଜମା’ ଶବ୍ଦ ରହିଛି । ଜମା ଶବ୍ଦର ଵିଶେଷ୍ୟ ଓ ଵିଶେଷଣ ଵ୍ୟଵହାର ଵୈଦେଶିକ ଶବ୍ଦ ଜମା ହୋଇଥିଵା ଵେଳେ ଏହାର ଅଵ୍ୟୟ ଵ୍ୟଵହାର ଦେଶଜ ଅଟେ ।

●୧●
ଆରଵୀରୁ ପ୍ରଚଳିତ ‛ଜମା’ ଶବ୍ଦ ଯହିଁର ଅର୍ଥ ସଂହତ; ଏକତ୍ରୀକୃତ ଅଟେ ଏହା ଓଡିଆଭାଷାରେ ନିମ୍ନଲିଖିତ ଅର୍ଥରେ ଚଳୁଅଛି

【ଵିଶେଷ୍ୟ】
■ସଂହତି; ସମଷ୍ଟି
■ ଏକତ୍ରୀକୃତ ବସ୍ତୁ; ସ୍ତୁପ
■ପୁଞ୍ଜି; ସ୍ତୁପୀକୃତ ବା ଗଚ୍ଛିତ ଧନ
■ପାଣ୍ଠି; ମୂଳଧନ
■ ମୋଟ ପ୍ରାପ୍ତି; ଆୟ
■ ଅନ୍ଯ ଲୋକ ନିକଟରେ ଧନାଦିର ନ୍ଯାସ ବା ଡ଼ିପୋଜିଟ୍
■ ଜମିର ବାର୍ଷିକ ଖଜଣା ବା ରାଜସ୍ବ
■ଆୟ; ପ୍ରାପ୍ତ ପଦାର୍ଥ ବା ଧାନ
■ ଜମିବା; ଏକତ୍ର ଠୁଳ ହେବା
■ତରଳ ପଦାର୍ଥ ବସିୟିବା; ଘନୀଭାବ

【ଵିଶେଷଣ】
■ସ୍ତୁପୀକୃତ; ପୁଞ୍ଜୀକୃତ
■ନ୍ଯସ୍ତ; ଗଚ୍ଛିତ
■ସଞ୍ଚିତ
■ହିସାବରେ ଜମାଘରେ ଲେଖାଥିବା

●୨●
【ଅଵ୍ୟୟ】

■ଆଦୌ; ଟିକିଏ ହେଲେ
■ଅତି ଅଳ୍ପ ମଧ୍ଯ
■ମାତ୍ର

ଇଂରାଜୀରେ ଏହି ଅର୍ଥରେ
At all; at least. କୁହାଯାଏ ।

●୩●
ପଶ୍ଚିମ ଓଡ଼ିଶାର କଥିତ ଶୈଳୀରେ
ମାନେ ଅର୍ଥରେ ଏହି ଜମା ଅଵ୍ୟୟ ଶବ୍ଦଟି ଵ୍ୟଵହାର କରାଯାଇଥାଏ ।ଏହା ଶବ୍ଦର ପୂର୍ବରେ ଓ ପରେ ସମୂହ ଅର୍ଥରେ ବ୍ଯବହୃତ ହୁଏ । ଯଥା—ବାବୁଜମା, ଗାଈଜମା, ଜମାଗାଈ ଇତ୍ଯାଦି । ଓଡ଼ିଆ ଭାଷାରେ ମାନେ ଓ ଜମା ଆଦି ଅଵ୍ୟୟ ପଦ ପ୍ରାଣୀଙ୍କ ପାଇଁ ଏବଂ ଗୁରା,ଗୁରାକ,ଗୁଡା଼କ,ଗୁଡ଼ିକ ଆଦି ନିର୍ଜୀଵ ପଦାର୍ଥ ପାଇଁ ଵ୍ୟଵହୃତ ହୋଇଥାଏ ।

ଆଜିକାଲି କେହି କେହି ଓଡ଼ିଆ ଦେଶଜ ଜମା ଠାରୁ ଵୈଦେଶିକ ଜମା ଶବ୍ଦ ମଧ୍ୟରେ ପ୍ରଭେଦ ରକ୍ଷା ନିମନ୍ତେ ଅଵ୍ୟୟ ‛ଜମା’ ଶବ୍ଦକୁ ‛ଯମା’ ଲେଖୁଥିଵାର ଦେଖାଯାଏ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...