Thursday, June 13, 2019

ରାଉରକେଲାର ନାମର ଅର୍ଥ କ’ଣ ?

‛ରାଉରକେଲା’ ନଗରର ନାମକରଣକୁ ନେଇ ଅନେକ ମତ ରହିଛି ।

●→କିଛି ଉତ୍ତର ଭାରତୀୟ ଲୋକ ହିନ୍ଦୀଭାଷାର ‛କେଲା’ ଶବ୍ଦ ସହିତ ‛ରାଉର’ ଶବ୍ଦ ଯୋଡ଼ି ହୋଇ ‛ରାଉରକେଲା’ ନାମକରଣ ହୋଇଥିଵା ମତ ଦିଅନ୍ତି ।

●→କିଛି ଲୋକ କୁହନ୍ତି ବୋଧହୁଏ ଏହା ରାହୁର କିଲ୍ଳା ଵା ଗଡ଼ ହୋଇଥିଵା ହେତୁରୁ ‛ରାହୁର୍ କିଲ୍ଲା' ରୁ ପରେ ‛ରାଉରକେଲା’ ହୋଇଛି

●→କେତେଙ୍କ ମତରେ ଯେହେତୁ ରାଉରକେଲାଠାରେ ଜର୍ମାନୀ ସହବନ୍ଧନରେ ପ୍ରଥମେ ଇସ୍ପାତ କାରଖାନା ତିଆରି କରାଯାଇଥିଲା ତେଣୁ ସମ୍ଭଵତଃ ଏହି ନାମଟି ଜର୍ମାନ ଶବ୍ଦ ରୁର (Ruhr)  ଶବ୍ଦରୁ ଆସିଥାଇପାରେ । ରୁର (Ruhr) ଜର୍ମାନୀର ଏକ ପ୍ରମୁଖ ଶିଳ୍ପ ଭିତ୍ତିକ ଉପତ୍ୟାକା ଅଟେ ।





ତେବେ  ସୁନ୍ଦରଗଡ଼ ଜିଲାର ରାଉତିଆ ଜନଜାତିର କଥିତ ସାଦ୍ରିଭାଷାରେ ‛ରାଉର’ ଶବ୍ଦର ଅର୍ଥ ‛ଆମର’ ଏଵଂ ‛କଲା’ ଵା ‛କେଲା’ର ଅର୍ଥ ଗାଆଁ ଅଟେ । ପରିବୃତ୍ତି ଦ୍ଵାରା ‛ଆମ୍ଭର’ ଶବ୍ଦଟି ‛ରାଉର’ରେ ପରିଣତ ହେବା ଅସମ୍ଭଵ ନୁହେଁ କାରଣ ଇଂରାଜୀରେ ଆମର ଅର୍ଥରେ ‛Our’ ଶବ୍ଦ ଚଳୁଅଛି ପୁଣି ଓଡ଼ିଆ ଭାଷାରେ ଅଵର୍ଗ୍ୟ ଵର୍ଣ୍ଣ ଓ ସ୍ଵରଵର୍ଣ୍ଣ ପରସ୍ପର ପରିବୃତ୍ତ ହେଉଥିଵାର ଅନେକ ଉଦାହରଣ ରହିଛି ଯଥା:- ଦେଵୀ=ଦେଈ,ଦେଵ=ଦେଉ(ଓ) ଓ ରକ୍କା=ଅକ୍କା ଇତ୍ୟାଦି ।

ତଥ୍ୟ - ଉପସ୍ଥାପନା:- ଶିଶିର ସାହୁ ମନୋଜ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...