Thursday, June 13, 2019

କଇରି ସେ ଗୋରୀ କନିଆଁ

ଅନୁଗୋଳରେ ଗୋରୀ କନ୍ୟାକୁ କଇରି କୁହାଯାଉଥିଲା ଵେଳେ ଢେଙ୍କାନାଳାଞ୍ଚଳରେ କହରା କେଶଯୁକ୍ତା କନ୍ୟାଙ୍କୁ ଶ୍ରଦ୍ଧାରେ କଇରି ନାମ ଦେଉଥିଵା ଦୃଷ୍ଟିଗୋଚର ହୁଏ । ଏ ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପେ ଚଳୁଅଛି । ନିମ୍ନରେ ଏ ଶବ୍ଦ ସହିତ ସମଧୃତ କେତେକ ଓଡ଼ିଆ ଦେଶଜ ଶବ୍ଦର ଉଦାହରଣ ଦିଆଗଲା ।

★କଅଁରା,କହରା―ପାଣ୍ଡୁର ଵର୍ଣ୍ଣ ଫିକା ହଳଦିଆ(ଅନୁଗୋଳ,କୋରାପୁଟ,ନଵରଙ୍ଗପୁର)
★କଇଁରା―ତାମ୍ରଵର୍ଣ୍ଣଵିଶିଷ୍ଟ,କହରା(ସୁନ୍ଦରଗଡ଼)
★କଇଁରିଆ―ଈଷତ ଗହମ ଵର୍ଣ୍ଣ ଯୁକ୍ତ(ରାୟଗଡ଼ା)
★କଇଁରୀ―ତାମ୍ରଵର୍ଣ୍ଣା ସ୍ତ୍ରୀ(ସୁନ୍ଦରଗଡ଼)
★କଏଁରା―ତାମ୍ର କେଶଯୁକ୍ତ ଵ୍ୟକ୍ତି, ପାଣ୍ଡୁର ଵର୍ଣ୍ଣ,ଚିଲା;ଯାହାର ଡୋଳା କଳା ନୁହେଁ(ନୂଆପଡା଼,କଳାହାଣ୍ଡି,ସମ୍ବଲପୁର)
★ଖଇରା―ଖଇର ଭଳି ରଙ୍ଗ,ଧଳା କଳା ମିଶା ରଙ୍ଗ, ପାଣ୍ଡୁର(ଗଞ୍ଜାମ,ସୁନ୍ଦରଗଡ଼)
★ଖଇରି―ଧୋଵରଙ୍ଗ,ଗୋରୀ,ଚିଲ୍ରି(ଦେଓଗଡ଼,ସାହିତ୍ୟ)
★ଖଇରିଆ―ନୁଖୁରା,କହରା,କଷରା,ଈଷତ କୁଙ୍କୁମ ଵର୍ଣ୍ଣ(ଦେଓଗଡ଼,ରାୟଗଡା଼,ନୟାଗଡ଼)
★ଖରିହା―ଧୂସର ଵର୍ଣ୍ଣିଆ(ସୁନ୍ଦରଗଡ଼)

ମନୁଷ୍ୟକୁ ପାଣ୍ଡୁ ରୋଗ ହେଲେ ଶରୀର ପାଣ୍ଡୁର ଵର୍ଣ୍ଣ ଧାରଣ କରେ ଫଳରେ ଓଡ଼ିଆଭାଷାରେ ଏ ରୋଗର ଦେଶଜ ପ୍ରତିଶବ୍ଦ ଭାବେ ଚଳୁଅଛି
★କାଆଁଳା-କାମଳ ରୋଗ(ଅନୁଗୋଳ)
★କାଆଳ-ପାଣ୍ଡୁ ରୋଗ(କେନ୍ଦ୍ରାପଡା଼)

ମେଘୁଆ ପାଗରେ କାଆଁଳିଆ ଓ କାଉଁଳିଆ ଏଵଂ ଝୋଟଜାତୀୟ ଗଛ କାଉଁରିଆ ଆଦି ଶବ୍ଦ ମଧ୍ୟ ପ୍ରୋକ୍ତ ଶବ୍ଦଗୁଡ଼ିକ ସହିତ ସମଧୃତ ହୋଇପାରନ୍ତି ।

(ତଥ୍ୟ ଓ ସମ୍ପାଦନା-ଶିଶିର ସାହୁ ମନୋଜ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...