Thursday, June 13, 2019

ଓଡ଼ିଆରେ ମୁକାବିଲାର ଦେଶଜ ପ୍ରତିଶବ୍ଦ ଅଛି କି ?

ମୁକାଵିଲା ଶବ୍ଦଟି ଅଧୁନା ଵିଶେଷତଃ
competition ଅର୍ଥରେ ଵ୍ୟଵହାର ହେଉଛି ।
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଥିଵା
ଅର୍ଥ ହେଲା-
୧● ସମ୍ମୁଖବର୍ତ୍ତିତା;ଉପସ୍ଥିତ【Presence】 ୨●ପ୍ରତ୍ଯକ୍ଷ କରିବା; ମୁଆଜା【Confronting】
୩●ତୁଳନା【Comparison; comparing】
(ହିନ୍ଦୀଭାଷୀ ଦୁଇ ଵା ତହୁଁ ଅଧିକ ଦ୍ରଵ୍ୟ ଵା ଜୀଵ ମଧ୍ୟରେ ତୁଳନା କରିଵାକୁ ମୁକାବିଲା ଶବ୍ଦକୁ ଓଡ଼ିଆଙ୍କ ‛ଅପେକ୍ଷା’ ଶବ୍ଦ ଵ୍ୟଵହାର କଲାଭଳି କୁହନ୍ତି - “ଇସ୍କେ ମୁକାଵଲେ ଵହ ଅଚ୍ଛା ହୈ” )
୪●ମିଳନ; ସାକ୍ଷାତ୍; ହାବୁଡ଼ିବା【Interview; meeting; encounter】
୫●ପରୀକ୍ଷା【Examination; testing】
୬●ଦୁଇ ପକ୍ଷଙ୍କ ଉପସ୍ଥିତିରେ କୌଣସି ବିଷୟ ପ୍ରମାଣିତ ହେବା ବା ତର୍କ ବିତର୍କ ଦ୍ବାରା ସ୍ଥିରୀକରଣ—
୭● ସମ୍ମୁଖ ଯୁଦ୍ଧ—【Fight; hand to hand fight】

ମୁକାଵିଲା ଶବ୍ଦର ସମ୍ମୁଖଵର୍ତ୍ତିତା,ସାକ୍ଷାତ,ମିଳନ,ବଳ କଷାକଷି ପରୀକ୍ଷା ଓ ସମ୍ମୁଖଯୁଦ୍ଧ ଆଦି ଅର୍ଥ ଆଧାରରେ
କୌଣସି ଵ୍ୟକ୍ତି ଵା ଦୈଵୀ ଦୁର୍ଵିପାକର ସାମ୍ନା ହେଵାର ଥିଲେ ଏ ଶବ୍ଦର ଗଣମାଧ୍ୟମରେ ବହୁଳ ଵ୍ୟଵହାର ହେଉଅଛି । ତେବେ ଏ ଶବ୍ଦର ଏହି ଅର୍ଥରେ ଆଉ କେତେକ ଦେଶଜ ପ୍ରତିଶବ୍ଦ ହେଲା-
●ପ୍ରତିରୋଧ
●ସାମ୍ନା କରିଵା
●ପ୍ରତିସ୍ପର୍ଦ୍ଧା
●ପ୍ରତିଦ୍ବନ୍ଦିତା
●ପ୍ରତିଯୋଗିତା
ଇତ୍ୟାଦି ...

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...