Thursday, June 13, 2019

ବଧୀ ଵା ବଧି ଏକ ବହୁ ଅର୍ଥବୋଧକ ଓଡ଼ିଆ ଶବ୍ଦ

ବଧି :
ଗଡଜାତ ଅଞ୍ଚଳରେ ପାଣ୍ଡୋଇ ଵା ଚପଲର Y ଆକାର ଵିଶିଷ୍ଟ ଫିତାକୁ ବଧୀ କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଧି,ବଦ୍ଧି ଓ ବଧୀ ଆଦି ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ ।

ଭାଷାକୋଷରେ ଦେଶଜ ବଧି ଶବ୍ଦକୁ ଶାସ୍ତ୍ରୀୟ ବଦ୍ଧି ଓ ବନ୍ଧନୀ ସହିତ ସମଧୃତ ଦର୍ଶାଯାଇଛି ।
ନିମ୍ନଲିଖିତ ଅର୍ଥରେ ଏ ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଚଳୁଅଛି...

★ମୃଦଙ୍ଗ ଉପରେ ଭିଡ଼ା ଯାଇଥିବା ଚମ ଦଉଡ଼ି
★ଛାତି; ହୃଦୟ
★ପ୍ରାଣ
★(ବାଲେଶ୍ବର)ବଡ଼ ପୋଖରୀ, ଯହିଁରେ ପ୍ରାୟ ଦଳ ମାଡ଼ିଯାଇ ଥାଏ
★(ବାଣପୁର, ପୁରୀ)ଲଣ୍ଠନର ଫିତା ବା ବତି

ସେହିପରି ‛ବଧୀ’ ଶବ୍ଦ ଵିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ଯେ ଏହାର ଶାସ୍ତ୍ରୀୟ ଅର୍ଥ ହେଉଛି ବଧକାରୀ ଵା ହତ୍ଯାକାରୀ !!
(ଉଦାହରଣ:-
“ଏ କାଳ ବଧୀ ସ୍ବାମୀ ଦ୍ରୋହୀ
ଏହାକୁ ଦଣ୍ଡତେ ନ ଥୋଇ।”
ଜଗନ୍ନାଥ. ଭାଗବତ।)
ତେବେ ବଧୀର ଏକ ଦେଶଜ ଶବ୍ଦ ଭାବେ ନିମ୍ନଲିଖିତ ଅର୍ଥର ଉଲ୍ଲେଖ ରହିଛି
■କୁକୁର ବେକରେ ବନ୍ଧାଯିବା ପଟି
■(ସଂସ୍କୃତଜ ବଦ୍ଧ = ଜଳ ଅର୍ଥରୁ ଜାତ ଦେଶଜ ଶବ୍ଦ ‛ବଧୀ’ର ଅର୍ଥ ନଦୀରେ ସ୍ରୋତହୀନ ଗଭୀର ପାଣିଥିବା ସ୍ଥାନ ଵା ଗଣ୍ଡ—

ତେଣୁ ବଧି,ବଦ୍ଧି ଵା ବଧୀର ଏକ ସାଧାରଣ ଅର୍ଥ ଏଠାରେ ଫିତା ହେଉଥିବା ହେତୁରୁ ଏଇ ଅର୍ଥରେ
ସାଧାରଣତଃ ଢେଙ୍କାନାଳରେ ଏ ଶବ୍ଦଟି ପ୍ରୟୋଗ କରାଯାଇଥାଏ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...