Wednesday, June 19, 2019

ମୁଁ ବାଘ ନୁହେଁ ଗୋଟାଏ ଗଧ

ଗୋଟାଏ ଗଧ ପଡି଼ଉଠି ନଟା ଆଡ଼େ ଦୌଡୁ଼ଥାଏ ।

ବାଟରେ ତାକୁ ଗୁଣ୍ଡୁଚି ମୂଶାଟେ ଦେଖି
ପଚାରିଲା —

“କିସ ହେଲା ହୋ ଗଧବାବୁ ଏ ଖରାଵେଳଟାରେ ଧଇଁସଇଁ ହେଇ
କୁଆଡେ଼ ଧାଇଁଯାଉଚ ?”

ଗଧ—
“ତମେ ଜାଣିନ କି ସେଠି ବାଘଟେ କୌଣସି ଲୋକର ହତ୍ୟା କରିଦେଇଛି !! ତାକୁ ଧରିଵାପାଇଁ ଜଙ୍ଗଲକୁ ପୋଲିସ ଆଇଚି ଯେ ।"

ଗୁଣ୍ଡୁଚିମୂଷା– “ହେଲେ ତେମେ କାହିଁକି  ଦୌଡୁ଼ଛ ? ତେମେ ତ ଗଧଟାଏ ପରି ଦିଶୁଚ ବାଘ ତ ନୁହେଁ ନା ?”

ଗଧ – “ଲାଗୁଛି,ତୁଟା ଏଠି ନୂଆ,ଇଏ ଭାରତରେ ପୁଅ ବୁଝିଲୁ...

ପୋଲିସ୍ ଥରେ ଦୋଷୀ ସନ୍ଦେହରେ ଧରିନେଲେ ନା ୧୦-୨୦ ଵର୍ଷ ତ ଅଦାଲତରେ ଏଇଆ ପ୍ରମାଣ କରିଵାରେ ଲାଗିଯିଵ ଯେ ମୁଁ
   
       “ବାଘ ନୁହେଁ ଗୋଟାଏ ଗଧ”

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...