Tuesday, June 18, 2019

ଦୁରୁଵା ଜନଜାତି ଏକ ପରିଚୟ

ଓଡ଼ିଶାରେ ୬୨ରୁ ଅଧିକ ଜନଜାତୀୟ ଲୋକ ଵସଵାସ କରନ୍ତି ତନ୍ମଧ୍ୟରେ

*କନ୍ଧ—ଗଣ୍ଡମାନେ ଦ୍ରାଵିଡ଼ ଭାଷାପରିଵାରର
*ସାନ୍ତାଳୀ—ସଉ (ଵ)ରାମାନେ ଆଷ୍ଟ୍ରୋଏସୀୟ ଭାଷାପରିଵାର
ଏଵଂ
*ଭତରୀ ହାଲଵୀମାନେ ଇଣ୍ଡିକ୍ ଭାଷାପରିଵାରର ଭାଷା ବୋଲିଥାନ୍ତି ।

ଅଵିଭକ୍ତ କୋରାପୁଟ ଓ ଛତିଶଗଡ଼ରେ ଵସଵାସକରୁଥିଵା ଅଧିକାଂଶ କନ୍ଧ-ଗଣ୍ଡ ଜନଜାତୀୟ ଲୋକଙ୍କ ଭାଷାକୁ ଦ୍ରାଵିଡ଼ ଭାଷାପରିଵାରର ‘ମଧ୍ଯ ଦ୍ରାଵିଡ଼ ଭାଷା ଉପଗୋଷ୍ଠୀ’ ମଧ୍ଯରେ ଳଖାଯାଇଛି ।

କନ୍ଧ ଜନଜାତିର ଆଉ ଏକ ଜାତିଭାଇ ହେଲେ ପରଜୀ,ଏଇ ପରଜୀମାନେ ପୁଣି ଅନେକ ନାମରେ ଜଣାଶୁଣା ଏଵଂ ତନ୍ମଧ୍ୟରେ ଦୁରୁଵା ଜନଜାତି ଅନ୍ଯତମ ଅଟେ ।

୨୦୦୧ ଜନଗଣନା ଅନୁସାରେ ଦୁରୁଵାମାନଙ୍କ ମୋଟ ଜନସଂଖ୍ୟା ୫୧୦୦୦ ଥିଲା । କୋରାପୁଟ, ମାଲକାନଗିରି, ନଵରଙ୍ଗପୁର, କନ୍ଧମାଳ ଓ ରାୟଗଡ଼ା ଛଡ଼ା ଏମାନେ ଛତିଶଗଡ଼ର ଵସ୍ତର ଜିଲ୍ଲାରେ ଵସଵସା କରନ୍ତି । ତେଲୁଗୁ ଅଞ୍ଚଳରେ ଦୁରୁଵାମାନଙ୍କର ଜାତିଭାଇ ଓଲାରୀ ଓ କୋଲାମୀ ଭାଵରେ ଜଣାଶୁଣା ।
କେହି କେହି ଗଵେଷକ ଏହି ତିନିଭାଷା ମଧ୍ୟରେ ଅନେକ ସାମଞ୍ଜସ୍ୟ ଦେଖି ଏମାନଙ୍କୁ ଏକ ଜନଜାତିର ଵିଭିନ୍ନ ନାମ ମନେ କରନ୍ତି ।

ଓଡ଼ିଶାରେ ମଧ୍ୟ ଦୁରୁଵାମାନେ ଅନେକ ଉପଜାତିରେ ଵିଭକ୍ତ ଯଥା —ସୋମା,ସୂରିଆ,ୟାଦୁ,କଦମ୍ବ,ଡାଙ୍ଗୁ,ଗରଗ ଇତ୍ୟାଦି

ପାଞ୍ଚ ଦଶନ୍ଧି ଧରି ଦୁରୁଵା ଜନଜାତି ଵିଷୟରେ ସରକାରଙ୍କ ନିକଟରେ ଭୁଲ୍ ତଥ୍ୟ ରହିଥିଲା । କେନ୍ଦ୍ରର ୧୯୫୧ ଜନଜାତୀୟ ସୂଚୀରେ ଅଵିଭକ୍ତ କୋରାପୁଟ ଓ ମୟୂରଭଞ୍ଜରେ ଧାରୁଆ ଜାତିର ଲୋକ ରହୁଥିଵା ଉଲ୍ଲେଖ କରାଯାଇଥିଲା । କିନ୍ତୁ ପ୍ରକୃତରେ ଧାରୁଆମାନେ କେଵଳ ମୟୁରଭଞ୍ଜର ଏକ ଜନଜାତି ଏଵଂ ଦୁରୁଵା ଜନଜାତୀୟ ଲୋକେ ଅଵିଭକ୍ତ କୋରାପୁଟର ଅନ୍ଯ ଏକ ସ୍ଵତନ୍ତ୍ର ଜାତି ଏଵଂ ଧାରୁଆଙ୍କ ଠାରୁ ସାମାଜିକ ରୀତିନୀତି ଦୃଷ୍ଟିରୁ ବହୁତ ଭିନ୍ନ । ଏ ଉଭୟ ଜନଜାତୀୟ ଲୋକଙ୍କ ଭାଷା ଓ ସଂସ୍କୃତିରେ ବହୁତ ଭିନ୍ନତା ରହିଛି ଯେମିତିକି ଦୁରୁଵାମାନେ ଶଵକୁ ପୋତନ୍ତି କିନ୍ତୁ ଧାରୁଆମାନେ ତାକୁ ଜଳାନ୍ତି ।

୨୦୦୩ରେ ଯାଇ ଦୁରୁଵା ଜାନଜାତୀୟ ଲୋକଙ୍କୁ ସେମାନଙ୍କର ପ୍ରକୃତ ପରିଚୟ ମିଳିପାରିଥିଲା । ଦୁରୁଵା ଜନଜାତୀୟ ଲୋକେ ଛତିଶଗଡ଼ରେ ମଧ୍ୟ ଵସଵାସ କରନ୍ତି କିନ୍ତୁ ଓଡ଼ିଶାର ଦୁରୁଵାଲୋକଙ୍କ ସହ ଏମାନଙ୍କର ଵୈଵାହିକ ସମ୍ପର୍କ ସମ୍ପୂର୍ଣ୍ଣ ଛିନ୍ନ ହୋଇସାରିଛି । କେହି ଛତିଶଗଡ଼ର ଦୁରୁଵା ଯଦି ଓଡ଼ିଶାର ଦୁରୁଵା ଅଧିଵାସୀ ସହ ଵୈଵାହିକ ସମ୍ପର୍କ ରଖେ ତେଵେ ତାକୁ ତା କୁଟୁମ୍ବକୁ ସବୁଦିନ ପାଇଁ ଜାତିରୁ ବାସନ୍ଦ କରିଦିଆଯାଏ ।

ଦୁରୁଵା ଜନଜାତୀୟ ଲୋକଙ୍କ ଭାଷାକୁ
ଦୁରୁଵାପାଟା କୁହାଯାଏ । ପାଟା ଶବ୍ଦର ଅର୍ଥ ସମ୍ଭଵତଃ ଭାଷା ହୋଇଥାଇପାରେ ତେଵେ କେତେକ ଗଣ୍ଡ ଓ କନ୍ଧଭାଷାରେ ‘ପାଟା’ର ଅର୍ଥ  ଗୀତ ଅଟେ । ଦୁରୁଵାଭାଷାର ଚାରୋଟି ଉପଭାଷା ଥିଵା ଜଣାଯାଏ ସେଗୁଡ଼ିକ ଯଥା
—ତିରିଆ(Tiriya)
—ନେଥନାର(Nethanar)
—ଧାରଵା(Dharba)
—କୁକନାର(Kukanar)

ଏହି ଭାଷାରେ ଏକ ଜାତୀୟ ଗାଢ଼ବାଦାମୀ କଫି ରଙ୍ଗର ଲୁଗାଧଡି଼ ଓ ମୁହଁ ଥିଵା ମୋଳା ଧଳାରଙ୍ଗର ବାନ୍ଧଥିଵା ଶାଢ଼ୀ ଵ୍ଯଵହାର ହୁଏ ଯାହାକୁ ପାଟା କୁହାଯାଏ । ପର୍ଵପର୍ଵାଣୀ ସମୟରେ ଦୁରୁଆ ସ୍ତ୍ରୀ ଵିଶେଷତଃ ଯୁଵତୀମାନେ ଏହା ପିନ୍ଧିଵାକୁ ଵେଶୀ ପସନ୍ଦ କରିଥାନ୍ତି ‌।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...