Thursday, June 13, 2019

ସମିର ଓ ସମୀର ? ଆରଵୀ ନା ଭାରତୀୟ ?

କିଛି ଉତ୍ତର ଭାରତୀୟ ସମିର ଵା ସମୀର ନାମ ଦେଖିଲେ ପଚାରନ୍ତି ଆପଣ ମୁସଲମାନ କି ?

ଏମିତି ପଚାରିଵାର କାରଣ ହେଲା ଅନେକ ମୁସ୍ଲିମ୍ ସେ ଭାରତୀୟ ହୁଅନ୍ତୁ କି ଆରଵୀୟ ଏହି ସମୀର ନାମ ରଖିଥାନ୍ତି ।

କେହି କେହି ଭାଵିପାରନ୍ତି ସମ୍ଭଵତଃ ପଵନ ଅର୍ଥରେ ପ୍ରଚଳିତ ଏହି ସମୀର ଶବ୍ଦଟି ଆରଵୀରେ ଯାଇଚଳୁଛି ଫଳରେ ଭାରତୀୟଙ୍କ ପରି ଆରଵୀୟମାନେ ବି ଏ ନାମ ରଖୁଅଛନ୍ତି ।

ତେବେ ସତକଥା ହେଲା ଏ ଉଭୟ ଶବ୍ଦ ଏକା ଦେଖାଯାଉଥିଲେ ହେଁ ପରସ୍ପର ଠାରୁ ବହୁତ ଭିନ୍ନ ଅଟନ୍ତି ।

ପ୍ରକୃତରେ ଆରଵୀର ସମୀର(سَمِير‎ )ଶବ୍ଦଟି ଏହାର ନିଜସ୍ୱ ଶବ୍ଦ ଅଟେ । ଏଵଂ ଏ ଶବ୍ଦର ମୂଳ ଧାତୁଶବ୍ଦ ହେଲା " س م ر‎ "(s-m-r)। ଏ ଆରଵୀ ଶବ୍ଦର ଅର୍ଥ ‛entertaining companion’
ଵା ‛ମନୋରଞ୍ଜକ ସାଥୀ’ ଅଟେ । ସବୁଵେଳେ ମଜାମଜା କଥାକହି ହସାଉଥିଵା ବନ୍ଧୁ ଆରଵରେ ସମୀର ବୋଲାଅନ୍ତି ।

ଅପରପକ୍ଷରେ ସଂସ୍କୃତ ‛ସମିର’ ଓ ‛ସମୀର’ ଶବ୍ଦର ଦୁଇଗୋଟି ନିରୁକ୍ତି ନିର୍ଣ୍ଣୟ କରାଯାଇଛି ।

★(୧)ହେମଚନ୍ଦ୍ର ଓ ପ୍ରହରାଜଙ୍କ ଅଭିଧାନରେ
ସମିର ଶବ୍ଦର ନିରୁକ୍ତି =>
ସମ୍=ସମ୍ଯକ୍+ଇଧାତୁ=ଗମନ କରିବା+କର୍ତ୍ତୃ. ର
★(୨)
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସମୀର ଶବ୍ଦର ନିରୁକ୍ତି=>
ସମ+ଈର ଧାତୁ=ପ୍ରେରଣ କରିବା; ଗମନ କରିବା+କର୍ତ୍ତୃ ଅ)

ସମିର ଶବ୍ଦର ଅର୍ଥ ବାୟୁ ହୋଇଥିଵାଵେଳେ
ସମୀର ଶବ୍ଦର ଅର୍ଥ
ବାୟୁ ଛଡ଼ା ଶମୀବୃକ୍ଷ( Acacia Suma)
ଓ ହନୁମାନ ଵି ଅଟେ ।

ଆଜିକାଲି ଏ ଉଭୟ ଶବ୍ଦ ମଧ୍ୟରେ ଭିନ୍ନତା ଦର୍ଶେଇଵା ପାଇଁ ଇଂରାଜୀରେ ଲେଖିଲାଵେଳେ ଆରଵୀ ସମୀରକୁ sameer ଓ ଭାରତୀୟ ସମିର ଵା ସମୀରକୁ Samir/Samirǝ ଦେଖାଯାଉଛି ।

(ତଥ୍ୟ ଓ ଚିତ୍ର-ଶିଶିର ସାହୁ ମନୋଜ )

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...