Thursday, June 13, 2019

ବ୍ୟାକରଣ ନିୟମାନୁସାରେ କେତେକ ଅଶୁଦ୍ଧ ଶବ୍ଦ ...

(1)—ଅଜାନତଃ=> ଅଜ୍ଞାନତଃର ଅଶୁଦ୍ଧ ବ୍ଯବହାର—
* ଅଜ୍ଞାନତଃ ସ୍ଥାନରେ ଭୁଲ କ୍ରମେ ଶିକ୍ଷିତମାନେ ଅଜାନତଃ ବ୍ଯବହାର କରିବାର ଦେଖାଯାଏ; ଏ ବ୍ଯବହାର ମଧ୍ଯ ବଙ୍ଗଳାରେ ଦେଖାଯାଏ ।

(2)—ଅଜ୍ଞାନୀ=>ଅଜ୍ଞାନର ଅଶୁଦ୍ଧ ପ୍ରୟୋଗ

*କେତେକ ଶବ୍ଦକୋଷରେ 'ଅଜ୍ଞାନୀ' ଶବ୍ଦ ସଂସ୍କୃତ ଥିବାର ଲେଖା ଯାଇଅଛି, କିନ୍ତୁ ବହୁବ୍ରୀହି ସମାସରେ ନାହିଁ ଜ୍ଞାନ ଯାହାର, ଏହିପରି ବ୍ଯାସବାକ୍ଯଦ୍ବାରା ଅଜ୍ଞାନ ପଦ ସିଦ୍ଧ।

(3)ଅଧୀନସ୍ଥ—

*ବ୍ଯାକରଣ ନିଯମାନୁସାରେ ଏ ଶଦ୍ଦଟି ଅଶୁଦ୍ଧ ହେଲେହେଁ ଶିକ୍ଷିତମାନଙ୍କ ଲେଖାରେ ଦେଖାଯାଏ ।
ଏହାର ଅର୍ଥ
(କ) ବଶବର୍ତ୍ତୀ
(ଖ) ଅଧିକାରରେ ସ୍ଥିତ
(ଗ)ନିମ୍ନସ୍ଥ

(4)ଅନାବଶ୍ଯକୀୟ
*ଅନାବଶ୍ଯକର ଅଶୁଦ୍ଧ ବ୍ଯବହାର; କାରଣ ଆବଶ୍ଯକ ଶବ୍ଦ ବିଶେଷଣ ଏବଂ ସଂ. ରେ ଆବଶ୍ଯକୀୟ ଶବ୍ଦ ନାହିଁ)
ଏହାର ପ୍ରତିଶବ୍ଦ=>
-ଅନାବଶ୍ଯକ
-ଅପ୍ରଯୋଜନୀୟ
-ବେଦରକରୀ;ଅଦରକାରୀ

(5)ଅନାମା-
*କେହି କେହି ଶିକ୍ଷିତ ଲେଖକ ଏ ଶବ୍ଦକୁ ପୁଂଲିଙ୍ଗ ରୂପେ ବ୍ଯବହାର କରନ୍ତି; କିନ୍ତୁ ସଂସ୍କୃତ କୋଷକାରମାନେ ଏ ଶବ୍ଦକୁ ପୁଂଲିଙ୍ଗ ରୂପେ ଚିହ୍ନାଇ ନାହାନ୍ତି ।

(6)ଅନ୍ବିଷିତା—
*ଅନ୍ବେଷିତାର ଅଶୁଦ୍ଧ ପ୍ରୟୋଗ

(7)ଉଦୟମାନ—
*କେତେକ ଶିକ୍ଷିତ ଲେଖକ 'ଉଦୟମାନ'କୁ ଅଶୁଦ୍ଧ ଭାବରେ 'ଉଦୀୟମାନ' ରୂପେ ବ୍ଯବହାର କରନ୍ତି ତେବେ 'ଉଦୀୟମାନ'ର ପ୍ରକୃତ ଅର୍ଥ—ଯାହାକୁ ଅନ୍ଯଲୋକ ଉପରକୁ ଉଠାଉଅଛି।
ଉଦୟମାନର ଅର୍ଥ
(କ)ଉଦିତ ହେଉଥିବା; ଯେ ଉଉଁଛି
(ଖ)ଉପରକୁ ଉଠୁଥିବା
(ଗ)ପ୍ରକାଶମାନ

(8)ଏକତ୍ରିତ—
*ଏକତ୍ର ବା ଏକତ୍ରୀଭୂତର ଅଶୁଦ୍ଧ ବ୍ଯବହାର
ଏ ଶବ୍ଦର ସମବେତ ଓ ଯୁକ୍ତ ଅର୍ଥରେ ବ୍ଯବହାର୍ଯ୍ଯ କରାଯାଏ ।

(9)କରତଃ—
*କୃ ଧାତୁରେ ତସ୍ ପ୍ରଯୋଗ;
ଏ ଅଶୁଦ୍ଧ ପ୍ରୟୋଗ ବଙ୍ଗଳାରୁ ଅନୁକୃତ)
ଏହାର ପ୍ରୟୋଗ
(କ)କରୁ କରୁ; କରିବା ଅବସ୍ଥାରେ
(ଖ)କରି
(ଗ)କରିସାରି
ଆଦି ଅର୍ଥରେ ବ୍ଯବହାର କରାଯାଏ ।
(ବ୍ଯବହାରର ଉଦାହରଣ —ସେ ତାଙ୍କର ଦୁର୍ନାମ କରତଃ ସ୍ଥାନ ତ୍ଯାଗ କଲେ।)
(10)ତ୍ରୈବାର୍ଷିକ-
*ତ୍ରିବାର୍ଷିକର ଅଶୁଦ୍ଧ ପ୍ରୟୋଗ

ଏହାର ଅର୍ଥ
(କ)ତିନିବର୍ଷରେ ଥରେ ଘଟିବା
(ଖ)ତିନିବର୍ଷ ସମୟରେ ସୀମା ପରେ ଘଟିବା

କ୍ରମଶଃ ...।

(ଉପସ୍ଥାପନା- ଶିଶିର ସାହୁ ମନୋଜ ଓ ସନ୍ତୋଷ ପଟ୍ଟନାୟକ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...