Thursday, June 13, 2019

କେମିତି ମୂର୍ଖଙ୍କ ପାଇଁ ବ୍ୟବହୃତ niceର ବଦଳିଯାଇ ଭଲ ହୋଇଗଲା ?

ଆଜି nice ଶବ୍ଦର ସାଧାରଣ ଅର୍ଥ
୧-ଭଲ
୨-ସୁନ୍ଦର; ଶୋଭନ
୩-ସୁକ୍ଷ୍ମ;କ୍ଷୁଦ୍ର
୪-ମନୋହର;ମନୋରମ;ମନୋଜ୍ଞ
୫-ସଭ୍ୟ; ଵିନମ୍ର;ଶିଷ୍ଟ
୬-ସ୍ଵାଦିଷ୍ଟ
୭-ସ୍ଵଚ୍ଛ;ସଫାସୁତୁରା
୮-ଲଳିତ

ଇତ୍ୟାଦି ହୋଇଥିଲେ ହେଁ ପ୍ରାୟ ୧୪ଶହ ଖ୍ରୀଷ୍ଟାବ୍ଦ ପୂର୍ଵେ ଏ ଶବ୍ଦର ଅର୍ଥ ସଂପୂର୍ଣ୍ଣ ଭିନ୍ନ ଥିଲା । Nice ଶବ୍ଦର ଅର୍ଥ ଵିଭିନ୍ନ ସମୟରେ ଭିନ୍ନ ଭିନ୍ନ ଥିଵା ଭାଷାଵିଦ୍ ମତ ଦିଅନ୍ତି ।
ଯଥା- - -

■(କ)୧୮ଶହ ଶତାବ୍ଦୀରୁ ଏଯାଏଁ ପ୍ରଚଳିତ ଅର୍ଥ■
●Pleasant, satisfactory
●friendly, attractive [କୌଣସି ଵ୍ୟକ୍ତିପ୍ରତି)
●Respectable; virtuous
●pleasantly
●Easily injured; delicate; dainty.

■(ଖ)୧୬ଶହରୁ ୧୯ଶହ ଶତାବ୍ଦୀ ଯାଏଁ■
-Doubtful, as to the outcome; risky.
-strict.
■(ଗ)୧୬ଶହ ଶତାବ୍ଦୀରେ■
●Showing or requiring great precision or sensitive discernment; subtle.

■(ଗ)୧୪ଶହରୁ ୧୭ଶହ ଶତାବ୍ଦୀ ଯାଏଁ
Silly, ignorant; foolish. [ଏବେ ଵିରଳ ଵ୍ଯଵହାର]

■(ଙ)୧୪ଶହ ଶତାବ୍ଦୀରେ
scrupulous, painstaking; choosy.

ଇଂରାଜୀର ଏହି Nice ଶବ୍ଦର ପୁରୁଣା ରୂପ nyce, nice ବା nys ଥିଲା ଏବଂ ଏହା ମୂଳତଃ ଫରାସୀ nice, niche ଓ nisce (“ସହଜ, ଓଲା, ଅଜ୍ଞାନ ”)ରୁ ଭିନ୍ନ ଅର୍ଥ ଧାରଣ ପୂର୍ବକ ପ୍ରଚଳିତ ହୋଇଥିବା ଭାଷାବିଦ୍ ମତ ଦିଅନ୍ତି । ଫରାସୀ nice, niche, nisce ଆଦି ଶବ୍ଦଗୁଡିକ ଲାଟିନ୍ ଭାଷାର nescius (“
ଅଜ୍ଞାନ") ଓ nescire ଆଦି ଶବ୍ଦ ସହିତ ସମଧୃତ ଏବଂ nescire ଶବ୍ଦଟି
ne (“not(ନ)”) + scire (“to know(ଜଣା)”). ଆଦି ଦୁଇଟି ଶବ୍ଦ ସଂଯୋଗରୁ ସୃଷ୍ଟ ହୋଇଅଛି ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ମୂର୍ଖ ଅର୍ଥରେ ଵ୍ଯଵହୃତ କୌଣସି ଶବ୍ଦର ଅର୍ଥ ଭଲ,ସୁନ୍ଦର, ସ୍ଵଚ୍ଛ, ଶିଷ୍ଟ କେମିତି ହେଵାକୁ ଲାଗିଲା ?

ପ୍ରକୃତରେ ଏହାର ଏକ ସୁକ୍ଷ୍ମ ଦିଗ ରହିଛି ।
ଜ୍ଞାନୀ ଲୋକ ସଵୁଵେଳେ ତର୍କ କରୁଥିଵାରୁ ଵାଦଵିଵାଦ କରିଥାନ୍ତି ଫଳରେ...

●ସେମାନେ ରୂପଵାନ ହୋଇଥିଲ ହେଁ ହଟାତ୍ ଅସୁନ୍ଦର ଲାଗନ୍ତି ।
●ସାଧାରଣ ଲୋକ ଜ୍ଞାନୀଙ୍କ ସହ କୌଣସି ଯୁକ୍ତିତର୍କ କରି ହାରିଗଲେ ତାଙ୍କୁ ମନ୍ଦଲୋକରେ ପରିଗଣିତ କରନ୍ତି
●ଜ୍ଞାନୀଲୋକେ ଵେଳେ ଵେଳେ ଏତେ ମାତ୍ରାରେ ଯୁକ୍ତି ତର୍କ କରନ୍ତି ଯେ ଶିଷ୍ଟାଚାରର ନୀତିନିୟମ କୁ ବି ପାଶୋରି ପକାନ୍ତି ।
●ଶିଷ୍ଟାଚାରର ଲକ୍ଷ୍ମଣରେଖା ପାରିକରିସାରିଥିଵା ପଣ୍ଡିତେ ଯଦି ପରସ୍ପରରେ ମଲ୍ଲଯୁଦ୍ଧ କରିଵା ଆରମ୍ଭ କରିଦିଅନ୍ତି ତେବେ ଵସ୍ତ୍ର ଆଦି ମଳିଚ୍ଛିଆ ହେଵା ସ୍ଵାଭାଵିକ କଥା

ଅପର ପକ୍ଷରେ ---

●ଓଲାଙ୍କ ମୁଣ୍ଡରେ ସେତେ ଦହି ନଥାଏ ତେଣୁ ସେମାନେ କା ସାଙ୍ଗରେ ଏତେ ଯୁକ୍ତିତର୍କ କରନ୍ତି ନାହିଁ ।
●ଓଲାଙ୍କ ମସ୍ତିଷ୍କ ଖାଲି ଯୋଗୁଁ ତାଙ୍କେ କା ସହିତ ଯୁକ୍ତି ତର୍କ କରନ୍ତି ନାହିଁ ଆଉ ଅଜ୍ଞାନତା ଵଶତଃ ଗୋଧ ଭଳି ଖଟନ୍ତି ତେଣୁ ସମସ୍ତଙ୍କର ପ୍ରିୟପାତ୍ର ହୋଇଯାନ୍ତି । ସମସ୍ତେ ଏଭଳି ଲୋକଙ୍କୁ ନିରୀହ ଭାଵନ୍ତି,ଭଲଲୋକରେ ପରିଗଣିତ କରନ୍ତି ।
●ଓଲାମାନଙ୍କର ସାଧାରଣ ଲୋକଙ୍କ ସହ ଝଗଡା଼ ହୁଏନାହିଁ, ଝଗଡ଼ା ନହେଲେ ପରସ୍ପରର ସାତପୁରୁଷକୁ ମନେପକାନ୍ତିନି ତେଣୁ ଶିଷ୍ଟାଚାର ବଞ୍ଚିରୁହେ ଏଵଂ ପରସ୍ପରକୁ ଆଦୌ ଗାଳି କରିନଥିଵା ଦୁଇପକ୍ଷ ସମାଜରେ ଶିଷ୍ଟ ପରିଗଣିତ ହେଉଥାନ୍ତି ।

ଏଇ ସବୁ କାରଣରୁ ଏକଦା ମୂର୍ଖ ଅର୍ଥରେ ଵ୍ଯଵହୃତ Nice ଶବ୍ଦର ଅର୍ଥ ଭଲ,ସୁନ୍ଦର ଆଦିରେ ବଦଳି ଯାଇଥିଲା । ଉତ୍ତର ଭାରତରେ ଠିକ୍ ଏହିପରି 'ବୁଦ୍ଧ'(ଜ୍ଞାନୀ) ଶବ୍ଦର ଅର୍ଥ ଏହାର 'ବୁଦ୍ଧୂ' ରେ ପରିଣତ ହେଵା ସହ 'ଓଲା'ରେ ପରିଵର୍ତ୍ତିତ ହୋଇଯାଇଛି ।

(ତଥ୍ୟ ଓ ଚିତ୍ର-ଶିଶିର ସାହୁ ମନୋଜ)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...