Thursday, July 19, 2018

ସାଙ୍ଗିଆ

ନାରୀଵାଦୀ ଆନ୍ଦୋଳନକାରୀ
ରାଜରାସ୍ତାକୁ ଓହ୍ଲେଇ ଆସି
ନାରା ଦେଉଥାନ୍ତି

“ବନ୍ଦ କର.........   
ବନ୍ଦ କର..........
ବାହାଘର ପରେ
ଝିଅ ମାନଙ୍କ ସାଙ୍ଗିଆ
ବଦଳେଇବା ବନ୍ଦ କର  !”

ରାମୁଆଭଣ୍ଡାରୀକୁ କଥାଟା ଆଦୌ ବୁଝାପଡିଲାନି ...
ସେ ଗୋଟାଏ ଆନ୍ଦୋଳନକାରୀକୁ
ପାଖକୁ ଡାକି ପଚାରିଲା
ହଇରେ ବାପ ! ଝିଅ ପିଲାଙ୍କ ନାଆଁ ବଦଳିଲେ ତାଙ୍କୁ ଅସୁବିଧା ହେବ
ତମର କିୟଣ ଅସୁବିଧା ହେଉଚି କିରେ ?

ଆନ୍ଦୋଳନକାରୀ ଯୁବକ କହିଲା ନାଇଁମ ମଉସା

“ସ୍କୁଲବେଳେ ସାଙ୍ଗ ହେଇ ପଢ଼ୁଥିବା ଝିଅ ମାନଙ୍କୁ ଫେସବୁକରେ ଖୋଜିବାକୁ ବହୁତ ଅସୁବିଧା ହଉଛି । ସେଇଥିପାଇଁ ଆନ୍ଦୋଳନ ରେ ଭାଗ ନେଇଚି ନା ଆଉ !”
😀😀😀

No comments:

Post a Comment

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ...