Thursday, July 19, 2018

●ନାଟ୍ୟଶାସ୍ତ୍ରରେ ଓଡ଼ିଆ ଭାଷାର ଉଲ୍ଲେଖ●

ଆନୁମାନିକ ଖ୍ରୀଷ୍ଟଜନ୍ମର ଚାରିଶହ ଵର୍ଷ ପୂର୍ବେ ରଚିତ ଭରତମୁନୀଙ୍କ କର୍ତ୍ତୁକ ନାଟ୍ୟଶାସ୍ତ୍ରରେ
ଉଡ୍ର ଵିଭାଷାର ଉଲ୍ଲେଖ ମିଳେ ଯାହାକୁ ଓଡ଼ିଆ ଭାଷାର ପ୍ରାଚୀନ ରୂପ ବୋଲି ମାନାଯାଏ ।

ଭରତମୁନୀଙ୍କ ସମୟରେ ମୁଖ୍ୟତଃ ସାତୋଟି ଆଞ୍ଚଳିକ ଭାଷା ଥିଲା ତେଣୁ ସେ ତାଙ୍କ ନାଟ୍ୟଶାସ୍ତ୍ରରେ ଲେଖିଛନ୍ତି

“ମାଗଧ୍ୟାବନ୍ତିକା ପ୍ରାଚ୍ୟ ଶୌରସେନାର୍ଧମାଗଧୀ
ବାହ୍ଲିକା ଦାକ୍ଷିଣତ୍ୟାଚ ସପ୍ତଭାଷା ପ୍ରକୀର୍ତ୍ତିତା ।”
ଶ୍ଲୋକରେ ଵର୍ଣ୍ଣନା କରାଯାଇଥିବା ଭାଷାଗୁଡି଼କ ହେଲା
୧→ମାଗଧୀ
୨→ଅବନ୍ତିକା
୩→ପ୍ରାଚ୍ୟ
୪→ଶୌରସେନୀ
୫→ଅର୍ଧମାଗଧୀ
୬→ବାହ୍ଲିକ
୭→ଦାକ୍ଷିଣତ୍ୟ ଭାଷା(proto David )

ଏଠାରେ ମାଗଧୀ ଓ ଅର୍ଧମାଗଧୀ କୁ ଭିନ୍ନ ଦର୍ଶେଇବା ପାଇଁ ଦୁଇଥର ଲେଖା ହେଇଚି ।
ସେହି ସମୟରେ ପ୍ରାଚୀନ ଓଡ଼ିଆ ଭାଷାକୁ ଅର୍ଧମାଗଧୀ କୁହାଯାଉଥିଲା ।
ମାଗଧୀ ସହିତ ପ୍ରାଚୀନ ଓଡ଼ିଆ ଵା ଅର୍ଧମାଗଧୀ ର ସାମଜସ୍ୟତା ଥିଲେ ହେଁ ସେ ଉଭୟ ଭାଷା ମଧ୍ୟରେ ଥିବା ଧ୍ଵନି ଓ ଗଠନଶୈଳୀରେ ଭିନ୍ନତା ଦୃଷ୍ଟିରୁ ଏଠାରେ ପୃଥକ ପୃଥକ ଲେଖା ହୋଇଛି । ପୁଣି କିଛି ଭାଷାଵିଦ୍ ମତ ଦିଅନ୍ତି ଉଡ୍ର
ମାଗଧୀ କୁ ମୁଦ୍ରାପ୍ରସାଦରେ ଅର୍ଦ୍ଧମାଗଧୀ କୁହାଯାଇଛି । ଏଥିରୁ ପ୍ରମାଣିତ ହୁଏ ଯେ ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ
ଵିକଶିତ ହୋଇ ତତକାଳୀନ ଭାରତରେ ପ୍ରଚଳିତ ହୋଇ ସାରିଥିଲା । ଏତଦ୍ବ୍ୟତୀତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଓଡ଼ିଶାର ଅଧିକାଂଶ ଅଞ୍ଚଳ ମଗଧର ନନ୍ଦଶାସକଙ୍କ ଦ୍ଵାରା ଶାସିତ ହେଉଥିଲା । ଏହି ହେତୁରୁ ମଧ୍ଯ ଏ ଉଭୟ ଭାଷାକୁ ଭିନ୍ନ କୁହାଯାଇଥାଇପାରେ ।

ତତ୍ ପରେ ମାଗଧୀ ଓ ଅର୍ଧମାଗଧୀ ମଧ୍ୟରେ ଭେଦ ଉପସ୍ଥାପନ କରିବାକୁ ଯାଇ ଭରତମୁନୀ କହିଛନ୍ତି

ମାଗଧୀତୁ ନରେନ୍ଦ୍ରଣାମନ୍ତଃ ପୁର ସମାଶ୍ରୟା,
ଟେଚିନାଂ ରାଜପୁତ୍ରାଣାଂ ଶ୍ରେଷ୍ଠିନାଞ୍ଚର୍ଧମାଗଧୀ ।।

ଅର୍ଥାତ୍:-ରାଜା,ରାଜପୁତ୍ର, ଅନ୍ତଃପୁର ରକ୍ଷକ ଓ ଟେଟୀ ମାନେ ମାଗଧୀ ତଥା ଶ୍ରେଷ୍ଠୀ ଵା ଓଡ଼ିଆ ସାଧଵ ଵଣିକ ମାନେ ଅର୍ଧମାଗଧୀ ଵ୍ୟଵହାର କରୁଥିଲେ ।

ଭରତ ମଧ୍ଯ ସ୍ଵରଚିତ ନାଟକରେ ଉଡ୍ରଜା ନାମକ ଏକ ଵିଭାଷାର ଉଲ୍ଲେଖ କରିଅଛନ୍ତି । ଵିଭାଷା ହେଲେ ହେଁ ଏହା ନାଟକରେ ଵ୍ୟଵହାର ହେଉଥିଲା ବୋଲି ସେ ଦର୍ଶାଇଛନ୍ତି ।

ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ ।
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ  ।।

ଏଠାରେ ଭରତମୁନୀ
ଶକ,ଶବର,ଅଭୀର,ଚାଣ୍ଡାଳ,ଦ୍ରାଵିଡ଼,ଉଡ୍ରଜା ଓ ବନାଚରୀ ଇତ୍ୟାଦି ସାତଗୋଟି ଵିଭାଷାର ଉଲ୍ଲେଖ କରିଅଛନ୍ତି
ଏଗୁଡି଼କ ଵିଭାଷା ହେଲେ ହେଁ ନାଟ୍ୟରେ ଵ୍ୟଵହୃତ ହେଉଥିଲେ । ଏହି ଶ୍ଲୋକ ଆଧାରରେ କେହି କେହି ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ଏକ ଵିଭାଷା ଥିବା ମତ ଦିଅନ୍ତି । କିନ୍ତୁ ଭରତମୁନୀ ଉଡ୍ରଜା ଓ ଅର୍ଦ୍ଧମାଗଧୀ କୁ ଦୁଇଟି ଭିନ୍ନ ଭାଷା ରୂପେ ଦର୍ଶାଇଛନ୍ତି ।
ଏହାକୁ ଭିତ୍ତିକରି କେତେକ ଭାଷାଵିଦ୍ ମତ ଦିଅନ୍ତି ଯେ
ତତ୍କାଳୀନ ସମାଜରେ ଅର୍ଦ୍ଧମାଗଧୀ ଵା ଅର୍ଧମାଗଧୀ ଉଚ୍ଚଶ୍ରେଣୀୟ ଓଡ଼ିଆଙ୍କ ଭାଷା ଥିଲା ବେଳେ ଅନ୍ୟ ଓଡ଼ିଆ ଲୋକେ ଉଡ୍ରଜାରେ କଥୋପକଥନ କରୁଥିଲେ ।

ପୁନଶ୍ଚ ନାଟ୍ୟଶାସ୍ତ୍ରରେ ବିଭିନ୍ନ ପ୍ରବୃତ୍ତି ମଧ୍ୟରେ ମଧ୍ଯ ଓଡ଼ିଆ ଭାଷା ସ୍ଥାନ ପାଇଛି ।

ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା ଚୈବୋଡ୍ରମାଗଧୀ ।
ପାଞ୍ଚାଳୀ ମଧ୍ଯମି ଚେତି ଵିଜ୍ଞେୟାସ୍ତୁ ପ୍ରବୃତ୍ତୟଃ ।।

ଉପରୋକ୍ତ ଶ୍ଲୋକରେ ତତକାଳୀନ ସମୟରେ
ଚାରୋଟି ନାଟ୍ୟପ୍ରବୃତ୍ତି ଥିବା ଉଲ୍ଲେଖ ଅଛି
୧→ଆବଧୀ
୨→ଦାକ୍ଷିଣତ୍ୟ
୩→ପାଞ୍ଚାଳି
୪→ଉଡ୍ରମାଗଧୀ

ପୁଣି କୁହାଯାଇଛି
ଚର୍ତୁବିଧା ପ୍ରବୃତ୍ତିଶ୍ଚ ପ୍ରୋକ୍ତା ନାଟ୍ୟ ପ୍ରୟୋକ୍ତୃଭିଃ ।
ଆବନ୍ତି ଦାକ୍ଷିଣତ୍ୟାଚ ପାଞ୍ଚାଳି ଚୋଡ୍ର ମାଗଧୀ ।।

ଏଥିରୁ ଓଡ଼ିଆ ଭାଷା ତଥା ଉଡ୍ର ନାଟ୍ୟକଳାର ପ୍ରାଚୀନତା ସୁସ୍ପଷ୍ଟ ହୁଏ । ଓଡ଼ିଆ ଭାଷା ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ସୁଦୃଢ ସ୍ଥିତିରେ ଥିଲା ଏବଂ ଉତ୍ତରୋତ୍ତର ବିକାଶଲାଭ କରୁଥିଲା ଉପରୋକ୍ତ ତଥ୍ୟଗୁଡି଼କ ଦ୍ଵାରା ସ୍ପଷ୍ଟ ହୋଇଯାଉଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...