Friday, July 20, 2018

କୋଶଳ ମହାଜନପଦ ର ଇତିହାସ

କୋଶଳ ପ୍ରାଚୀନ ଭାରତର ୧୩ ଜନପଦ ମଧ୍ୟରେ ଗୋଟିଏ ଥିଲା । ଏହାର କ୍ଷେତ୍ର ଆଧୁନିକ ଗୋରଖପୁର ପାଖରେ ଥିଲା । ଏହି ମହାଜନପଦ ମଗଧଦେଶର/ଗୋରଖପୁରର ୭୦ ମାଇଲ୍ ପର୍ଯ୍ୟନ୍ତ ପଶ୍ଚିମୋତ୍ତର ଭାଗରେ ଵ୍ୟାପ୍ତ ଥିବା ଐତିହାସିକ ମତ ଦିଅନ୍ତି । କୁହାଯାଏ ସେତେବେଳେ କୋଶଳଜନପଦରେ ଉତ୍ତର ପ୍ରଦେଶର ଅଵଧପ୍ରାନ୍ତ ମଧ୍ଯ ଆସୁଥିଲା । କୋଶଳ ମହାଜନପଦ ଉତ୍ତର ଦିଗରେ ହିମାଳୟ ପର୍ଯ୍ୟନ୍ତ,ପୂର୍ବ ଦିଗରେ ଗଣ୍ଡକୀ ନଦୀଯାଏଁ ଏବଂ ଦକ୍ଷିଣ ଦିଗରେ ଗଙ୍ଗା ନଦୀ ପର୍ଯ୍ୟନ୍ତ ଏହାର ଵ୍ୟାପ୍ତିଥିଲା । 
ଏହି ଜନପଦରେ ରାଜା ପ୍ରଶନଜିତର ପୁତ୍ରୈଛବୟ ଵିଧୁଦାବ ଏଠାରେ ଶାସନ କରୁଥିଲେ । କେହି କେହି ମଧ୍ଯ ପ୍ରଶନଜିତକୁ କୋଶଳ ଜନପଦର ଆଦ୍ୟ ଶାସକ କହିଥାନ୍ତି ।  ପୌରାଣିକ ଆଖ୍ୟାନ ଆଧାରରେ କିଛି ଐତିହାସିକ ମତ ଦିଅନ୍ତି ଯେ କୋଶଳ ଦେଶ ସହ ମଗଧ ଦେଶର ଭୂସତ୍ତ୍ଵ ପାଇଁ ସଦାସର୍ବଦା ଯୁଦ୍ଧ ଲାଗିରହିଥିଲା । କାଳାନ୍ତରରେ ଲିଛାବି ମାନଙ୍କର ସଂଯୁକ୍ତରାଜ୍ୟ ମଗଧଦେଶରେ ଆସି ମିଶିଯାଇଥିଲା ଫଳରେ  ତଦନ୍ତର ଵିଧୁଦାବଙ୍କ ସମୟରେ କୋଶଳ ଜନପଦ ମଧ୍ଯ ମଗଧ ଅନ୍ତର୍ଗତ ହୋଇଯାଇଥିଲା । ପୌରାଣିକ ଆଖ୍ୟାନ ଅନୁସାରେ କୋଶଳ ଜନପଦର ପୁରାତନ ରାଜଧାନୀ ଅଯୋଧ୍ୟା ଥିଲା ଏବଂ ଅନ୍ୟ ନଗର ଗୁଡ଼ିକ ମଧ୍ୟରେ ସାକେତନଗର,ବନାରସ,ଶ୍ରାଵସ୍ତୀ ଆଦି ପ୍ରମୁଖ ଥିଲା । ପରଵର୍ତ୍ତୀ କାଳରେ ମଗଧର ଏହା ଉପରେ ଅଧିକାର ଯାଏଁ  ଶ୍ରାଵସ୍ତୀ କୋଶଳ ଦେଶର ରାଜଧାନୀ ହୋଇଥିଲା । 

ଐତିହାସିକ ମତ ଦିଅନ୍ତି ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ମଗଧ ଶାସକଙ୍କ ଦ୍ଵାରା ଏ ଅଞ୍ଚଳ ଅଧିକୃତ ହେଉଥିଲା ସେ ସମୟରେ ମଗଧର ତତ୍କାଳୀନ ଶାସକ ଥିଲେ ଅଜାତଶତୃ ।
ଗୋଁଡା ଜିଲ୍ଲା ନିକଟସ୍ଥ ସେଠ୍-ମେଠ୍ ରେ ଆଜି ଵି ଏହି ପ୍ରାଚୀନ ଜନପଦର କିଛି ଧ୍ଵଂସାଵଶେଷ ରହିଛି । ପୌରାଣିକ ଆଖ୍ୟାନ ଅନୁସାରେ ଏକ ସମୟରେ କୋଶଳ ର ଶାସକ କଂସ ଥିଲା ଯାହାର ସବୁବେଳେ କାଶୀ ସହିତ ଯୁଦ୍ଧ ଲାଗିରହିଥିଲା ପରଵର୍ତ୍ତୀ କାଳରେ କାଶୀକୁ ପରାସ୍ତ କରି କଂସ ନିଜ ଅଧୀନସ୍ଥ କରିଦେଇଥିଲା । ଐତିହାସିକଙ୍କ ଅନୁସାରେ
କୋଶଳ ଦେଶର ରାଜଧାନୀ ସାକେତନଗର ଵା ଅଯୋଧ୍ୟା  ଥିଲା ବେଳେ ମୌର୍ଯ୍ୟ ସାମ୍ରାଜ୍ୟର ଅନ୍ତ ହୋଇଯାଇଥିଲା । ମଗଧର ନଵଶାସକ ପଷ୍ପମିତ୍ର ଶୁଂଗ କୋଶଳ ଦେଶର ନାମ ବଦଳେଇ ଅଯୋଧ୍ୟା କରିଦେଇଥିଲେ ଯାହାକି କୋଶଳ ଦେଶର ଅନ୍ୟତମ ନାମ ମଧ୍ୟରେ ଗୋଟିଏ ଅଟେ । ପ୍ରାଚୀନ କୋଶଳ ଦେଶର ଅଧିକାଂଶ ଅଞ୍ଚଳ ଉତ୍ତର ପ୍ରଦେଶ ଓ ଵିହାର ମଧ୍ୟରେ ସୀମିତ ଥିଲା ଏବଂ ଏ ଦେଶ ସ୍ଵୟଂ ଵିସ୍ତାର ଲାଭ କରିବା ପୂର୍ବରୁ ତାହା ଉପରେ ମଗଧ ଦେଶ ଅଧିକାର କରିନେଇଥିଲା । 

କୋଶଳ କେବେ ଓଡ଼ିଶାର ପଶ୍ଚିମ ଭାଗ ଯାଏଁ ଵ୍ୟାପ୍ତ ଥିଲା କି ନାହିଁ ତାହାର କୌଣସି ଐତିହାସିକ ପ୍ରମାଣ ନାହିଁ କେଵଳ ପଞ୍ଚଦଶ ଶତାବ୍ଦୀ ପରଵର୍ତ୍ତୀ କିଛି ଆଧୁନିକ ପୌରାଣିକ ଆଖ୍ୟାନ ତଥା ଜନଦ୍ଵେଷକୁ ଢାଲ କରି ଓଡ଼ିଶାର କୋଶଲଵାଦୀ ମାନେ ଦାଦାଗିରି କରୁଅଛନ୍ତି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...