Tuesday, July 31, 2018

ବୋଇତିଆ ଜାହାଜିଆ ଦିଗ-କିଛି ଜାହାଜିଆ ଶବ୍ଦ

ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ-ଜାହାଜିଆ ଶବ୍ଦ....

ନିମ୍ନରେ ଦିଗ ଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା....

→ଗାହି―ଉତ୍ତର
→ସୋଇଲ―ଦକ୍ଷିଣ
→ଡହରା―ପୂର୍ବ
→ପିଛାଡ଼ି―ପଶ୍ଚିମ
→ଗାହିମତଲେଇ―ଉ. ପୂ.
→ବେଗଣିୟା ପିଛାଡ଼ି―ଉ, ପ.
→ଦକ୍ଷିଣ ପିଛାଡ଼ି―ଦ. ପ.
→ଦକ୍ଷିଣ ଡହରା=.ଦ. ପୂ.
→ଘୋଷ―ଊର୍ଦ୍ଧ୍ୱ
→ଦମନ୍―ତଳ
→ଉଚ୍ଚା―ଡାହାଣ
→ଡାହୁ—ବାମ

ଇତିହାସ ପୁସ୍ତକରେ ଯଦି ଓଡ଼ିଶାର ନୌବାଣିଜ୍ୟ ବାବଦରେ ଏକ ସ୍ଵତନ୍ତ୍ର ବିଷୟ ରୁହନ୍ତା ଏବଂ ସେଠାରେ ଏହି ଶବ୍ଦ ଗୁଡିକ ର ଆଲୋଚନା କରାହୁଅନ୍ତା ତେବେ ଏହି ଶବ୍ଦ ସବୁ ଲୁପ୍ତ ନହୋଇ ବଞ୍ଚିରୁହନ୍ତା.....

ଆଉ କିଛି ଜାହାଜିଆ ଶବ୍ଦ ଅର୍ଥ ସହ ଏଠାରେ ଦିଆଗଲା......
...
.
.
୧.ପତ୍ର→ନୌକାରେ ବ୍ୟବହୃତ ଆହୁଲାର ଚଟୁ ପରି ଚଉଡ଼ା ଅଗ୍ରଭାଗ ବା ଆହୁଲାର ପଙ୍ଖା
୨.ଘୋସ୍→ପାଲକୁ ଉପରକୁ ଟାଣି ନିଅ―ପାଲଟଣା ଡଙ୍ଗା ବା ଜାହାଜରେ ପାଲକୁ ଉପରକୁଟାଣି ଦେବାର ଆବଶ୍ୟକ ହେଲେ ନାହୁରି ମାନେ ଏ ଶବ୍ଦ ବ୍ୟବହାର କରନ୍ତି
୩.କଙ୍କଡ଼ାକୋଣ→ବାୟୁକୋଣ; ଉତ୍ତର ପଶ୍ଚିମ କୋଣ(ଉତ୍ତର ପଶ୍ଚିମ କୋଣକୁ ବେଗଣିୟା ପିଛାଡି଼ ମଧ୍ଯ କୁହାଯାଏ ତେବେ କଙ୍କଡାକୋଣ ଶବ୍ଦଟି ମୁଖ୍ୟତଃ ବାଲେଶ୍ବର ରେ ଚଳେ)
୪.ଘାଟ ଭିଡି଼ବା→ନୌକା ବା ଜାହାଜ ଆସି ଘାଟରେ ଲାଗିବା
୫.ଦଉଣୀ→ଛୋଟ ଜାହାଜ; ସୁଲୁପ୍ — A sloop.
୬.ବତାଲି→.ଜୀବନ ରକ୍ଷାକାରୀ ଛୋଟ ଡଙ୍ଗା ଯାହା ସାଧାରଣତଃ ବୋଇତ/ଜାହାଜ ମାନଙ୍କରେ ଥାଏ
୭.ପଡ଼ିଆଣି ଜୁଆର→ପାଣିର ଉଚ୍ଚତା କମି ଯାଉଥିବା ଜୁଆରର ଅବସ୍ଥା; ଛାଡେଣୀ
୮.କୋଳ→ଜାହାଜ ଲାଗିବାର ବନ୍ଦର( A seaport; harbour)
୯.ବାରି→ସପ୍ତାହ ମଧ୍ୟରେ ବୋଟ ବାଜାହାଜ କୌଣସି ସ୍ଥାନରୁ ଅନ୍ୟ ସ୍ଥାନକୁ ଛାଡ଼ିବାରି ନିର୍ଦ୍ଦିଷ୍ଟ ଦିବସ
୧୦.ଛଡା଼ଇବା→ଡଙ୍ଗା ବା ଜାହାଜ ଆଦିକୁ କୂଳରୁ ପାଣି ଭିତରକୁ ଚଳାଇବା(ଉ— ନାହୁରିମାନେ ହରିବୋଲ ପକାଇ ବଢ଼ିଲା ନଈରେ ଡ଼ଙ୍ଗାକୁ ଛଡ଼ାଇଲେ)
୧୧.ଗାଭି→ମାସ୍ତୁଲରେ ବନ୍ଧାଯିବା ପ୍ରଧାନ ପାଲ
୧୨.ଟବର→ମାସ୍ତୁଲ ଆଗପାଖରେ ବନ୍ଧାଯିବା ପାଲ
୧୩.ଜାଭି→ମାସ୍ତୁଲରେ ସଂଲଗ୍ନ ଲାଗିରେ ଲଟକା ହେବା ପାଲ
୧୪.ଶୁକାନି→ମାସ୍ତୁଲ ବା ଦିଗବାରଣ ଖୁଣ୍ଟି
୧୫.ସେଡ଼→ପାଲ
୧୬.ପାଗଡ଼→ବୋଟ ଆଦି ଟାଣିବାରେ ବ୍ୟବହୃତ ଦଉଡ଼ି
୧୭.ବାହୁଟିଆ→ନୌକା ବାହାକ
ଭାଷା କୋଷରେ ଖୋଜିଲେ  ଅନେକ ଶବ୍ଦ ମିଳିଯିବ ଏଠାରେ ଉଦାହରଣ ସ୍ୱରୂପ କିଛି ଶବ୍ଦ ଦିଆଯାଇଅଛି....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...