Saturday, August 27, 2016

ମଦୁଆ

ଗଲା ବର୍ଷ ଝାମୁଯାତ୍ରା ,ମେରୁଯାତ୍ରା ସମୟର ଘଟଣା ।
ରାତି ପ୍ରାୟ 8ଟା ହୋଇଥିବ ! ଆମ ଗାଆଁମୁଣ୍ଡ ଦୋଳମଣ୍ଡପ ଠାରେ ଜନୈକ ବ୍ୟକ୍ତି ଆସି ଝୁଲିବାକୁ ଲାଗିଲା । ସେଦିନ ରାତିବେଳା କରେଣ୍ଟ ଚାଲିଯାଇଥିଲା ପୁଣି ଏଣେ ଖରାଦିନ ହୋଇଥିବାରୁ
ଗ୍ରାମର ଅଧିକାଁଶ ଲୋକେ ଦାଣ୍ଡରେ ବସି ଗପସପ ହେଉଥାଅନ୍ତି ! ଉପରସାହୀ ର ଲୋକେ ଦେଖିଲେ ଲୋକଟେ ପାଲାମଣ୍ଡପ ପାଖରେ ଝୁଲୁଛି । ଏକେ ତ ଦେବସ୍ଥଳ ଦେବୀ ଆସ୍ଥାନ
ଏଣେ ଝାମୁଯାତ୍ରା ଚାଲିଛି
ଲୋକମାନେ ଝୁଲୁଥିବା ବ୍ୟକ୍ତି କୁ ଦେଖି ସ୍ଥିର କଲେ
ଯଥା ସମ୍ଭବ ଆଠିଁ ଟାକୁରାଣୀ ଆସିଛନ୍ତି ।
ତା ପରେ
ଧୂପ ଦୀପ ଝୁଣା ଅଗରବତୀରେ ଉପରସାହୀ
ଉଠିଲା କମ୍ପିଲା ।
ଏଇମିତି କିଛି ସମୟ ଚାଲିଲା !
ବ୍ୟକ୍ତିଜଣକ ଯନ୍ତ୍ରବତ୍ ଝୁଲୁଥାଏ ।
ଲୋକେ ତାକୁ ଭଲ ମନ୍ଦ ପଚାରୁଥାନ୍ତି
ସେ ଖାଲି ହୁଁ ହାଁ ହେଉଥାଏ
ହେଲେ କିଛି କହୁ ନ ଥାଏ !
ଏଣେ ଗୁଡ଼ାଏ ଲୋକଙ୍କୁ ଦେଖି ଲୋକଟା ସେଠୁ ଚାଲିଯାଇ ଖଣ୍ଡେ ଦୂର ରେ ପୁଣି ଝୁଲିଲା ।

ରାଧୁ ମଉସା ଶିବ ପ୍ରଧାନ ଭଳି ପୁରୁଖା ଲୋକେ କଣ ବୁଝିଲେ କେଜାଣି ଯାଇ ତା ମୁଁହ ଶୁଙ୍ଗିଲେ
ଫେରିଲା ବେଳେ
ରାଧୁ ମଉସା
ଶିବ ପ୍ରଧାନକୁ
କହୁଥାନ୍ତି
"ଛି ଛି ଛି ଆଜିକାଲିକା ଜୁଆନ ଭେଣ୍ଡାଯାକ ଏ ଟିଭି ମୋବାଇଲୀ ଦେଖିକି ପୁରା ଅକାଳକୁଷ୍ମାଣ୍ଡ ,କୁଳାଙ୍ଗର ହୋଇଗଲେଣି କିହୋ"
ଶିବପ୍ରଧାନ ତାଙ୍କ କଥାକୁ ତାଳ ଦେଇ କହୁଥାଏ

"ହଇହେ କକା ! ଏଟା ଦାମ ପୁଅ ଟା କେବେ ମଦ ପିଆ ପିଇ କରେ ମୁଁ ତ ଜାଣି ନ ଥିଲି ।
ରାଧୁ ମଉସା ମୁରୁକି ହସି କହିଲେ ବୁଝିଲୁ ବାପ
ଏ କଣ ଆମ ତମ ଯୁଗ ହୋଇଛି
ଏ ଯୁଗେ ପ୍ରେମରୋଗରେ ପଡ଼ି କିଏ କେତେ ଏଇମିତି ବିଅର ପିଇକି ଝୁଲୁଛନ୍ତି ,ଦଉଡ଼ି ଲଗେଇ ଝୁଲୁଛନ୍ତି
ଘୋର କଳିକାଳ ଚାଲିଛି ଜାଣିଲୁ !!!

[ ରୋଗୀ କୁ ପରିକ୍ଷା ନକରି ଔଷଧ ଦେଲାଭଳି ଚାରିଆଡ଼କୁ ବିଚାର ନକରି ସତ ନ ଜାଣି ଅନ୍ଧ ଭାବେ କୌଣସୀ ଘଟଣା କୁ ନେଇ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ହିଁ ଅନ୍ଧବିଶ୍ଵାସୀ କୁହାଯାଏ ]

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...