Thursday, August 25, 2016

ସମ୍ବଲପୁର ର ପ୍ରତିଶୋଧ

କଳାପାହାଡ଼ କିଏ ଓଡ଼ିଆ ,ବଙ୍ଗାଳୀ ନା ଆଫଗାନ ?ସେ ଯେଉଁ ଜାତିର ହେଇଥାଉନା କାହିଁକି
ଓଡ଼ିଶା ର ଅନେକ କ୍ଷତି କରିଯାଇଛି ।
କେତେକ ଲୋକ କୁହନ୍ତି ସେ କୁଆଡ଼େ ଆଗେ ପୁରୀ ଗଜପତି ରାଜା ମୁକୁନ୍ଦ ଦେବ ଙ୍କର ସେନାପତି ଥିଲେ ।

ଧର୍ମ ପରିବର୍ତ୍ତନ କରି ବିଧର୍ମୀ କନ୍ୟା ବରଣ କରିଥିବାରୁ ରାଜନିପତିତଜ୍ଞାତି କୁଟୁମ୍ବଙ୍କ ଠାରୁ ଅପମାନିତ ହୋଇ ଓଡ଼ିଶା ର ପରମ ଶତ୍ରୃ ପାଲଟିଯାଇଥିଲା ।
ଏଇ ରାଜିବ ଲୋଚନ ରାୟ ଓରଫ କଳାପାହାଡ ଅନେକ ମନ୍ଦିର ଲୁଟ କରି
ଜଗନ୍ନାଥ ଙ୍କୁ ଚମ ଦଉଡ଼ିରେ ବଡ଼ଦାଣ୍ଡରେ ଘୋଷାରି ଥିବା
ଏବଂ ହୁଗୁଳିରେ ଅଧାଜଳା ବ୍ରହ୍ମହୀନ ଜଗନ୍ନାଥ କାଷ୍ଟମୂର୍ତ୍ତି ଭଷାଇଦେଇଥିବା
କିମ୍ବଦନ୍ତୀ ମଧ୍ଧ ପ୍ରଚଳିତ ।
ବହୁ ମନ୍ଦିର ଲୁଣ୍ଠନକରି ନବମହଲା ବିଶିଷ୍ଟ ବାରବାଟୀ ଦୂର୍ଗ ଭାଙ୍ଗି କଳାପାହାଡ଼ ହୁମାପ୍ରଦେଶ ଅର୍ଥାତ୍ ଆଜିର ସମ୍ବଲପୁର ଆକ୍ରମଣ କରିବାକୁ ମହାନଦୀ କୂଳେ କୂଳେ ମାଡ଼ି ଆସୁଥାଏ ।
କଳାପାହାଡ଼ ଯେଉଁ କୋକୁଆ ଭୟ ସୃଷ୍ଟିକରିଥିଲା ହିନ୍ଦୁମାନେ ତାକୁ ପଙ୍ଗପାଳ ପରେ ସପ୍ତମ ବିପତ୍ତି ମାନି ନେଇଥିଲେ ।
ସମ୍ବଲପୁର ରାଜାଙ୍କୁ ଗୁପ୍ତଚରଙ୍କ ଠାରୁ ଏ ବିସମ୍ବାଦ ମିଳିଲା !
ଚିନ୍ତିତ ରାଜା ଏବଂ ତାଙ୍କ ମନ୍ତ୍ରୀ ଅମାତ୍ୟ ମାଆ ସମଲେଇଙ୍କ ମନ୍ଦିରରେ ଅଧିଆ ପଡ଼ିଲେ ।
ଯୋଗକୁ ମାଆଙ୍କ କପାଳରୁ ଫୁଲଟିଏ ଝରିପଡ଼ିଲା ।
ରାଜା ଖୁସି ହୋଇ ନିଜ ରାଜ୍ୟର ବଛା ବଛା ସୈନ୍ୟ ସାମନ୍ତଙ୍କୁ ତଥା ବୁଦ୍ଧିଆ ଲୋକଙ୍କୁ ଏକାଠି କରି ଆସନ୍ନ ବିପତ୍ତି ରୁ ଉଦ୍ଧାର ହେତୁ ବିଚାର ବିମର୍ଶ ଆରମ୍ବ କରିଦେଲେ ।
ଏଣେ 2 ଦିନ ପରେ ସଂଧ୍ୟା ପୂର୍ବରୁ କଳାପାହାଡ଼ ଦଳବଳ ଘେନିସମ୍ବଲପୁର ରେ ହାଜର ହୋଇଗଲା ।
ଆଜିର ସମ୍ବଲପୁର ୟୁନିବର୍ସିଟି ଠାରେ କଳାପାହାଡ଼ ଶିବିର ଲଗାଇଲା ।
ସଂଧ୍ୟା ହେବା ଆଗରୁ ତମ୍ବୁ ଲାଗିଗଲା ଏତେ ବାଟ ଚାଲି ଚାଲି ଆସି ପୁଣି ବିଶ୍ରାମ ନକରି ଶିବିର ଲଗାଇଥିବାରୁ
କଳାପାହାଡ଼ ତା'ର ଅନୁଚର ମାନଙ୍କୁ ଦୈବ ପ୍ରେରଣାରେ ଶୋଷ ଲାଗୁଥାଏ ।
କୋଉଠୁ ଟୋପାଏ ପାଣୀ ମିଳିଯାଅନ୍ତା କି ?

ଏତିକିବେଳେ ଗଉଡ଼ୁଣୀ ଜଣେ
ଘୋଳଦହୀ ମୁଣ୍ଡାଇ ସେଇବାଟ ଦେଇ ଚାଲି ଯାଉଥାଏ ।

କଳାପାହାଡ଼ ତା ବାଟ ଓଗାଳି
ତାକୁ ଘୋଳଦହୀ ଦେବାକୁ କହିଲା ।
ସ୍ତ୍ରୀ ଲୋକ ଜଣକ କପଟ ହାସ୍ୟ ପୂର୍ବକ
ସମସ୍ତଙ୍କୁ ମାଟିପାତ୍ର ରେ ଘୋଳଦହି ପିଈବାକୁ ଦେଲା ।

ଘୋଳଦହୀ ପାଈଲା ମାତ୍ରେ କଳାପାହାଡ଼ ଏବଂ ତା ଅନୁଚର ମାନେ ଅନ୍ଧ ହୋଇଗଲେ ।
ଭୟାନକ ଶବ୍ଦ ,ଅଟ୍ଟହାସ୍ୟ ଶୁଣି ସେମାନେ ଡରିଗଲେ ଏବଂ ଏଣେତେଳେ ଦଉଡ଼ିବାକୁ ଲାଗିଲେ ।
ରାଜା ଏବଂ ତାଙ୍କ ସୈନ୍ୟ ସାମନ୍ତ ଏଇ ମଉକା ରେ ସେମାନଙ୍କୁ ଗୋଟି ଗୋଟି କରି କାଟି ପକାଇଲେ ।
କଳାପାହାଡ଼ ଅଂଧ ହୋଇଗଲେ ହେଁ
ଖଣ୍ଡା ବୁଲାଇ ବୁଲାଇ ଲଢ଼ୁଥାଏ
ଶେଷରେ ସେ ରାଜା ଖଣ୍ଡାଚୋଟରେ ମଲା ।
କଳାପାହାଡ଼ ମଲାରୁ ପୁଣି ଭାଳେଣି ପଡ଼ିଲା ଏବେ କଣ କରାଯିବ !!
କଳାପାହାଡ଼ ଯେ ବଙ୍ଗ ନବାବଙ୍କ ଜ୍ଵାଇଁ !!
ସେ ଯଦି ଜାଣନ୍ତି ସମ୍ବଲପୁର ଶାସକ କଳାପାହାଡକୁ ମାରିଦେଇଛନ୍ତି , ରାଜ୍ୟ ର କି ଦୂର୍ଦସା ହେବ କହି ହେଉନି ।
ରାଜା ସ୍ଥିତପ୍ରଜ୍ଞ ଭଳି କହିଲେଏଇ କଥା ରହୁମୁସଲମାନ ଶାସକ ଜାଣନ୍ତୁ ଆମ ଦେବାଦେବୀ ପଥର ନୁହନ୍ତି ।
ନିଜ ଭକ୍ତ କୁ ରକ୍ଷା କରିବାକୁ ଯାଇ ଗଉଡୁଣୀ ହୋଇପାରନ୍ତି ।
ଏ ଶବଗୁଡ଼ିକୁ ଏଇଠି ପୋତିଦିଅ ଏବଂ ବଙ୍ଗ ନବାବ ପାଖକୁ ଏଇ କଥା ଲେଖି ପଠାଇ !
ତେଣିକି ଜଗନ୍ନାଥ ଙ୍କ ଯା ଇଚ୍ଛା !!!

(ଏହା ଇତିହାସ ନୁହେଁ କିନ୍ତୁ କିମ୍ବଦନ୍ତୀଟିକୁ ତର୍ଜମା କଲେ ଜଣାଯାଏ
ସମ୍ବଲପୁର ଶାସକ କୌଶଳକ୍ରମେ
କଳାପାହାଡ଼ କୁ ମାରିପାରିବାରେ ସକ୍ଷମ ହୋଇଥିଲେ । 2006 ଯାଏଁ ସମ୍ବଲପୁର ରେ କଳାପାହାଡ଼ର ସମାଧି ଥିଲା
କିନ୍ତୁ ପରେ କିଛି ହିନ୍ଦୁବାଦୀ ଦନ୍ତାସ୍ଥାନୀୟ ବ୍ୟକ୍ତିବିଶେଷ ଏହାକୁ ଭାଙ୍ଗିଦେଇଥିଲେ )

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...